କଞ୍ଚା ପରିବା ବ୍ୟବସାୟୀଙ୍କ ଆନ୍ଦୋଳନ ସ୍ଥଗିତ; ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର: କଞ୍ଚା ପରିବା ବ୍ୟବସାୟୀଙ୍କ ଆନ୍ଦୋଳନ ସ୍ଥଗିତ । ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ସ୍ଥଗିତ । ମଧ୍ୟ ବିଧାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି । ଆନ୍ଦୋଳନ ସ୍ଥଗିତ ନେଇ କଞ୍ଚା ପରିବା ବ୍ୟବସାୟୀ ସଂଘ ସଭାପତିଙ୍କ ସୂଚନା ।
ରାସ୍ତା ଜାମ୍ ଯୋଗୁଁ ୧ ନଂ ହାଟ ଭିତରକୁ ପରିବା ଟ୍ରକ ଆସି ପାରୁନଥିଲା । ଅଭିଯୋଗ ସତ୍ତ୍ୱେ ପ୍ରଶାସନ ନ ଶୁଣିବାରୁ ଆନ୍ଦୋଳନ ନିଷ୍ପତ୍ତି ନେଇଥିଲା ସଂଘ ।
ୟୁନିଟ୍ -୧ ହାଟକୁ ଲମ୍ବିଥିବା ରାସ୍ତାକୁ ବେଆଇନ୍ ଅବରୋଧକୁ କେନ୍ଦ୍ର କରି ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଥିଲା ସଂଘ । ୟୁନିଟ୍ ୧ ହାଟ ମଧ୍ୟକୁ ଲମ୍ବିଥିବା ସମସ୍ତ ରାସ୍ତାକୁ ବେଆଇନ୍ ଅବରୋଧକୁ କେନ୍ଦ୍ର କରି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଦେଇଥିଲା ଚେତାବନୀ ।

ରାଜମହଲରୁ ଷ୍ଟେଟ୍ ବ୍ୟାଙ୍କ କଡରେ ଥିବା ଇଲେକ୍ଟ୍ରି ଅଫିସ୍ ଗଳି ହେଉଛି ୟୁନିଟ୍ ୧ ହୋଲସେଲ୍ ମାର୍କେଟ ମଧ୍ୟକୁ ଯିବାର ଏକମାତ୍ର ରାସ୍ତା । ମାତ୍ର ସେଇ ରାସ୍ତାରେ ବେଆଇନ୍ ଅବରୋଧ ସହ ବିଭିନ୍ନ ପୂଜା ସମୟରେ ଲାଇଟ୍ ଗେଟ୍ ଏବଂ ତୋରଣ ଲାଗିବା, ମୂର୍ତ୍ତୀ ବିକ୍ରି କରାଯିବା, ଅସ୍ଥାୟୀ ଶୀତବସ୍ତ୍ର ବଜାର,ପ୍ଲାଷ୍ଟିକ ବଜାର ଲାଗିବା ଦ୍ୱାରା ମଣ୍ଡୀ ମଧ୍ୟକୁ ଭାରୀଯାନ ଚଳାଚଳରେ ଅସୁବିଧା ହେଉଛି ।
ତେବେ ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଏମ୍ସି ନଶୁଣିବାରୁ ୨୦ ରୁ ୟୁନିଟ୍ ୧ ପରିବା ଦୋକାନ ଆନ୍ଦୋଳନକୁ ଓହ୍ଲାଇବାକୁ କହିଛି ମହାସଂଘ । ଏହାସହ ସଂଘ ଭଗବାପୁରର୍ ରେ ଜିଏ ଦେଇଥିବା ୧୦ ଏକର ଜାଗାରେ ବିଏମ୍ସି ମାଡିବସି ଦେଢ ଏର ଜାଗାରେ ଏମ୍ସିସି କରିଥିବାରୁ ତାହାକୁ ବିରୋଧ କରିଛି ।
ସେହିପରି ୧୨ ଏକର ଜାଗା ବ୍ୟବସାୟୀ ସଂଘକୁ ହସ୍ତାନ୍ତର, ୧ନମ୍ବର ହାଟରେ ୯ ମହାଲା ପରିବର୍ତ୍ତେ ୨ ମହଲା ମାର୍କେଟ ବିଲ୍ଡିଂ ନିର୍ମାଣ, ଏଜିରୁ ରାଜମହଲ ପର୍ଯ୍ୟନ୍ତ ଥିବା ସମସ୍ତ ବ୍ୟବସାୟୀଙ୍କୁ ୧ନମ୍ବର ହାଟରେ ଥଇଥାନ, ଭଗବାନ୍ ପୁରୁରୁ ପରିବା ଯାତାୟତ ସମୟସୀମା ଧାର୍ଯ୍ୟ, ଅସ୍ଥାୟୀପ୍ଲାଷ୍ଟିକ୍ ବଜାର, ଶୀତବସ୍ତ୍ର ବଜାର ବନ୍ଦ କରାଯିବା ଆଦି ମହାସଂଘର ୧୧ ଦଫା ଦାବି ରହିଥିଲା । ଯଦି ସରକାର ଆଲୋଚନା କରି ସମସ୍ୟାର ସମାଧାନ ନକରନ୍ତି ଅନିର୍ଦ୍ଧଷ୍ଟକାଳ ପର୍ଯ୍ୟନ୍ତ ସଙ୍ଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଖୋଲାଖୋଲି ଚେତାବନୀ ଦେଇଥିଲା ।












Click it and Unblock the Notifications