Get Updates
Get notified of breaking news, exclusive insights, and must-see stories!

Vegetable Rates: ପରିବା ବଜାରରେ ନିଆଁ, ଟମାଟୋ ଦର ଶୁଣି ଗ୍ରାହକ ଛାନିଆ

ପାର୍ବଣ ବେଳେ ପରିବା ଦର ବୃଦ୍ଧି ଗ୍ରାହକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକେଇଛି । ପୁଣି ଥରେ ସମାନ ସ୍ଥିିତି ଦେଖିବାକୁ ମିଳିଛି । ସେଞ୍ଚୁରୀ ମାରିଛି ଟମାଟୋ । କେବଳ ଟମାଟୋ ନୁହେଁ ବରଂ ଅନ୍ୟ ପନିପରିବା ଯେମିତି କି ପିଆଜ ଦର ମଧ୍ୟ ବଢ଼ିବାରେ ଲାଗିଛି । ପାର୍ବଣ ବେଳେ ଆକାଶଛୁଆଁ ପରିବା ଦର ଖାଉଟିଙ୍କୁ ଚିନ୍ତାରେ ପକାଇଛି । ଅନ୍ୟ ପରିବା ଦର ମଧ୍ୟ ୮୦ରୁ ୯୦ ଟଙ୍କା ରହିଛି । ପରିବା ବଜାରକୁ ଯିବା ପାଇଁ ଲୋକ ଡରୁଛନ୍ତି । ହଜାରେ ଟଙ୍କାରେ ବି ପୁରୁନି ବ୍ୟାଗ୍ ।

Vegetable Rates

ଦୀର୍ଘ ୧୫ ଦିନ ହେବ ଦର ଆକଶ ଛୁଆଁ ରହିଛି। ବାଇଗଣ ୬୦ରୁ ୮୦ , ପୋଟଳ ୮୦, ଭେଣ୍ଡି ୮୦, ବିନ୍ ୮୦ରୁ ୧୦୦, ଝୁଡ଼ଙ୍ଗ ୬୦, କଖାରୁ ୪୦ ଓ କାଙ୍କଡ଼ କିଲୋ ୧୨୦ ଟଙ୍କା ରହିଛି। ସ୍ଥାନୀୟ ଅଞ୍ଚଳରେ ପରିବା ନଥିବାରୁ ବାହାର ପରିବା ଉପରେ ନିର୍ଭର କରିବାକୁ ପଡୁଥିବାରୁ ଏଭଳି ସ୍ଥିତି ହୋଇଥିବା କହିଛନ୍ତି ବ୍ୟବସାୟୀ ସଂଘ। ପିଆଜ, ଆଳୁ, ଅଦା ଓ ରସୁଣରେ ମଧ୍ୟ ଲଗାମ ନାହିଁ। ଲୋକମାନେ କେଜିଏ ଜାଗାରେ ଲୋକମାନେ ଅଢ଼େଇ ଶହ ପରିବା କିଣୁଛନ୍ତି । ହୁ ହୁ ହୋଇ ଦର ବଢିଚାଲିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+