ସାମାନ୍ୟ ଆଶ୍ୱସ୍ତି: କମିଲା ପରିବା ଦର, କିନ୍ତୁ ଟମାଟୋ ଦର ଯେମିତି କୁ ସେମିତି
ଭୁବନେଶ୍ୱର: କିଛିଦିନ ଧରି ପରିବା ଦର ଅଧିକ ଥିବାବେଳେ ଆଜି କିଛି ମାତ୍ରାରେ ଆଶ୍ବସ୍ତି ମିଳିଛି । କଟକ ଛତ୍ରବଜାରରେ ଆଜି କଖାରୁ କେଜି ୨୦ ଟଙ୍କା, ଭେଣ୍ଡି କେଜି ୪୦, ଭଣ୍ଡା ୩୦, ଗାଜର ୪୦, ବାଇଗଣ ୩୦ରୁ ୪୦ ଟଙ୍କା କୁନ୍ଦୁରି ୨୦ ଟଙ୍କା, କୋଶଳା ବିଡ଼ାକୁ ୧୦ ଟଙ୍କା, ଝୁଡ଼ଙ୍ଗ ୪୦ଟଙ୍କା, କଲରା ୪୦ରୁ ୫୦ଟଙ୍କା, କାଙ୍କଡ ୩୦, ସାରୁ ୫୦, ବନ୍ଧା କୋବି ୩୦ ଟଙ୍କା ରହିଛି ।

କିନ୍ତୁ ଟମାଟୋ, ଅଦା, ଲଙ୍କା ଦାମ୍ ଅପରିବର୍ତ୍ତିତ ରହିଛି । ଟମାଟୋ କିଲୋଗ୍ରାମ ପିଛା ୧୪୦ ଟଙ୍କା ଥିବାବେଳେ ଅଦା କିଲୋଗ୍ରାମ ପିଛା ୨୪୦ ଟଙ୍କା ରହିଛି । ଟମାଟୋ ମୂଲ୍ୟ ସାଧାରଣତଃ ଜୁଲାଇ-ଅଗଷ୍ଟ ଏବଂ ଅକ୍ଟୋବର-ନଭେମ୍ବର ମଧ୍ୟରେ ଅଧିକ ରହିଥାଏ । କିନ୍ତୁ ଚଳିତବର୍ଷ ମୌସୁମୀ ବର୍ଷା ଜନିତ ଅସୁବିଧା କାରଣରୁ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଏଥିଯୋଗୁ ମୂଲ୍ୟ ଅତ୍ୟଧିକ ବଢ଼ିଯାଇଛି ।
ଟମାଟୋ ଦର ସମଗ୍ର ଦେଶରେ ବୃଦ୍ଧି ପାଉଥିବା ଦେଖି ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏଣିକି କିଲୋ ପିଛା ୭୦ ଟଙ୍କାରେ ବିକ୍ରି ହେବ ବୋଲି ସରକାର ଘୋଷଣା କରିଛନ୍ତି । ଆସନ୍ତାକାଲିଠୁ ଅର୍ଥାତ୍ ଜୁଲାଇ ୨୦ ତାରିଖରୁ ଏହା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ ।
ଗତ ସନ୍ତାହରେ ଟମାଟୋ ମୂଲ୍ୟ କିଲୋ ପିଛା ୮୦ ଟଙ୍କାରେ ବିକ୍ରି ହେଉଥିଲା । ମହଙ୍ଗା ବଜାରକୁ ନେଇ କେନ୍ଦ୍ର ସରକାର ଅନେକ ସମାଲୋଚିତ ହେବା ପରେ ନିକଟରେ ଗ୍ରାହକ ବ୍ୟାପାର ମନ୍ତ୍ରମାଳୟ ଦର ପ୍ରଥମେ ୮୦ ଟଙ୍କାକୁ ହ୍ରାସ କରାଯାଇଥିଲା ଏବଂ ଆଉ ଏବେ ପୁଣିଥରେ ମୂଲ୍ୟ ହ୍ରାସ କରିଛି ମନ୍ତ୍ରାଳୟ । ଦିଲ୍ଲୀ ଏନସିଆରରେ ନୂଆ ମୂଲ୍ୟରେ ଟମାଟୋର ବିକ୍ରି ହେବା ଆରମ୍ଭ ହୋଇଯାଇଛି ।












Click it and Unblock the Notifications