ସବୁଠି ଅଧିକ ଏଠି କମ ଟଙ୍କାରେ ମିଳୁଛି ପରିବା

ବାଙ୍କୀ: ବାଙ୍କୀରେ ୪ ଟଙ୍କାରେ ମିଳୁଛି କଖାରୁ । ଲୋକେ ନେବା ପାଇଁ ବାଡ଼ା ବାଡ଼ି। ଏତେ ଲୋକେ ଆସିଲା ପରେ ବି ସରୁନି କଖାରୁ। ବାଟରେ ଘାଟରେ ମିଳୁଛି କଖାରୁ। ସବୁଠି ପରିବା ରେଟ ଅଧିକ ଥିଲା ବେଳେ ଏଥି ଶସ୍ତାରେ ମିଳୁଛି। ଆଜ୍ଞା ହଁ କଟକ ଜିଲ୍ଲା ବାଙ୍କୀରେ ଏହା ଦେଖିବାକୁ ମିଳିଛି।

ଲଘୁଚାପ ବର୍ଷା ବାଙ୍କୀରେ ପରିବା ଚାଷ ଉଜାଡ଼ି ଦେଉଛି। ୨ ଦିନ ହେବ ଲଗାଣ ବର୍ଷା ଯୋଗୁଁ ପରିବା ଫସଲରେ ପାଣି ମାଡ଼ିଯାଇଛି । ପରିବା ନଷ୍ଟ ହୋଇଯିବା ଆଶଙ୍କାରେ ୪ ଟଙ୍କାରେ କଖାରୁ ବିକ୍ରି କରିଦେଲେ ଚାଷୀ ।

vegetable

ଶିମିଳିପୁର, କୁଶପଙ୍ଗି ଓ ପାଥପୁର ଅଞ୍ଚଳରେ ଅଧିକ ପରିମାଣର କଖାରୁ ଚାଷ ହୋଇଥାଏ । ମାତ୍ର ଅତ୍ୟଧିକ ବର୍ଷା ହେବା ହେତୁକଖାରୁ ପଚି ନଷ୍ଟ ହୋଇଯିବା ଭୟରେ ତୋଳି ଆଣିଛନ୍ତି ଚାଷୀ । ଆଉ କଖାରୁକୁ ଅଧିକ ଦିନ ରଖିବା ସମ୍ଭବ ହୋଇନଥିବା ବେଳେ ଚାଷୀମାନେ ବାଧ୍ୟ ହୋଇ ୪ଟଙ୍କାରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି ।

ଗତ କିଛି ଦିନ ହେବ ବଜାରରେ ଟମାଟୋ ମୂଲ୍ୟ କିଲୋଗ୍ରାମ ପିଛା ୨୫୦ ଟଙ୍କାରେ ବିକ୍ରି ହେଉଥିଲା । ଏବେ ଏହାର ମୂଲ୍ୟ କିଲୋ ପିଛା ୮୦ ଟଙ୍କାରେ ବିକ୍ରି ହେଉଛି । ମହଙ୍ଗା ବଜାରକୁ ନେଇ କେନ୍ଦ୍ର ସରକାର ଅନେକ ସମାଲୋଚିତ ହେବା ପରେ ନିକଟରେ ଗ୍ରାହକ ବ୍ୟାପାର ମନ୍ତ୍ରମାଳୟ ଦର ୯୦ ଟଙ୍କାକୁ ହ୍ରାସ କରିଥିଲେ ।

ଗତକାଲିଠାରୁ ଦିଲ୍ଲୀ, ନୋଏଡା, ଲକ୍ଷ୍ନୌ, କାନପୁର, ବାରଣାସୀ, ପାଟନା, ମୁଜାଫରପୁର ଏବଂ ଆରାର ବିଭିନ୍ନ ପଏଣ୍ଟରେ NAFED ଏବଂ NCCF ମାଧ୍ୟମରେ ଟମାଟୋ ଶସ୍ତାରେ ବିକ୍ରି ହେବା ଆରମ୍ଭ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+