Get Updates
Get notified of breaking news, exclusive insights, and must-see stories!

ପରିବା ଦର: ଆଳୁ ବଢ଼ିଲା, ପିଆଜ କମିଲା; ଖସୁନି ଟମାଟୋ ଦର

ଭୁବନେଶ୍ବର: ରାଜଧାନୀ ବଜାରରେ ପରିବା ଦର ଉପରେ ଲଗାମ ଲାଗିଛି । କିନ୍ତୁ ଖୁଚୁରା ବଜାରରେ ଟମାଟୋ ଦର ଖସିନି । ଏବେ ଟମାଟୋ କିଲୋ ୧୦୦ ଟଙ୍କାରେ ବିକ୍ରି ହେଉଛି । ଆସନ୍ତା ସପ୍ତାହରେ ସ୍ଥାନୀୟ ପରିବା ସବୁ ରାଜଧାନୀର ବଜାରକୁ ଆସିବ । ଏନେଇ ପରିବା ଦର ହାସ ପାଇବ ବୋଲି ବ୍ୟବସାୟୀ ସଂଘର ସଭାପତି କବିରାଜ ସ୍ୱାଇଁ କହିଛନ୍ତି ।

ଭୁବନେଶ୍ୱରରେ ଖାଉଟି ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି । ଯେଉଁ ପରିବା କିଣିବା ପାଇଁ ଲୋକେ ଦର ବୃଦ୍ଧି ଯୋଗୁଁ ଖର୍ଚ୍ଚାନ୍ତ ହେଉଥିଲେ, ସେ ସବୁ ପରିବାର ଦର କିଛି ମାତ୍ରାରେ ହ୍ରାସ ପାଇଛି । କିଲୋ ପ୍ରତି ୧୫୦ ଟଙ୍କାରେ ପହଞ୍ଚି ଯାଇଥିବା ଟମାଟୋ ବର୍ତ୍ତମାନ ପାଇକାରୀରେ ୮୦ ଟଙ୍କା ଏବଂ ଖୁଚୁରାରେ ୧୦୦ ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି ।

Vegetable Price

ଅନ୍ୟ ପରିବା ମଧ୍ୟରେ ବାଇଗଣ କିଲୋ ୧୦୦ରୁ ୬୦, ଝୁଡ଼ୁଙ୍ଗ ୧୨୦ରୁ ୫୦, କାଙ୍କଡ଼ ୬୦ରୁ ୪୦, ପୋଟଳ ୧୨୦ରୁ ୬୦, ସଜନା ୧୦୦ରୁ ୫୦, ସାରୁ ୬୦ରୁ ୪୦, ଫୁଲକୋବି ଗୋଟା ୬୦ରୁ ୫୦କୁ କମିଛି ଏବଂ ବନ୍ଧାକୋବି କିଲୋ ପ୍ରତି ୫୦ରେ ଅପରିବର୍ତ୍ତିତ ରହିଛି ।ସେହିପରି ଗାଜର ଦର ପୂର୍ବପେକ୍ଷା କିନ୍ତୁ ବୃଦ୍ଧି ପାଇଛି। ପାଇକାରୀରେ କିଲୋ ୨୦ରୁ ୨୫ ଟଙ୍କା ଏବଂ ଖୁଚୁରାରେ ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଛି । ପୂର୍ବରୁ ଏହା ଆହୁରି କମ ଥିଲା । ଆଳୁ ଦର ବଢ଼ିବା ବେଳେ ପିଆଜର ଦାମ କମିଛି । ପାଇକାରୀରେ ଆଳୁ ୧୪.୫୦ରୁ ୨୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ପିଆଜ କିଲୋ ପ୍ରତି ୨୦ରୁ ୧୮ ଟଙ୍କାକୁ କମିଛି । ଆଜି ସକାଳୁ ପରିବା କିଣିଥିବା ଅନେକ ଗ୍ରାହକ କିନ୍ତୁ ପୁରୁଣା ଦରରେ ପରିବା ନେଇଛନ୍ତି ।

ପରିବା ବ୍ୟବସାୟୀ ସଂଘ ଅନୁସାରେ, ବର୍ତ୍ତମାନ ରାୟପୁରରୁ ଅଧିକ ପରିମାଣ ପରିବା ବଜାରକୁ ଆସୁଥିବାରୁ ଦାମ୍‌ ହ୍ରାସ ପାଇବାରେ ଲାଗିଛି । ଅଗଷ୍ଟ ପ୍ରଥମ ସପ୍ତାହ ବେଳକୁ ଭେଣ୍ଡି, କଲରା, ଜହ୍ନି, କାକୁଡ଼ି, କଲରା ଆଦି ପରିବା ପୁରୀ, ଆଠଗଡ଼ କଟକରୁ ଆସିବ । ଏହାପରେ ଗ୍ରାହକ ଆହୁରି ଆଶ୍ବସ୍ତ ହେବେ ।

କୃଷି ବିଭାଗ ଅନୁସାରେ, ରାଜ୍ୟରେ ୯୮ ଲକ୍ଷ ୫୧ ହଜାର ମେଟ୍ରିକ ଟନ୍‌ ପରିବା ଉତ୍ପାଦିତ ହୁଏ । ଓଡ଼ିଶା କନ୍ଦମୂଳ, ଛତୁ ଉତ୍ପାଦନରେ ପ୍ରଥମ, ବାଇଗଣ, ବନ୍ଧାକୋବି, ପଣସରେ ଦ୍ବିତୀୟ, ଟମାଟୋରେ ପଞ୍ଚମ, ଫୁଲକୋବିରେ ଷଷ୍ଠ ସ୍ଥାନରେ ରହିଥିବା ନେଇ କୃଷି ବିଭାଗ ପକ୍ଷରୁ କୁହାଯାଏ । କିନ୍ତୁ ଏହା ନିର୍ଦ୍ଦିଷ୍ଟ ସମୟରେ ଉତ୍ପାଦିତ ହୁଏ । ତେଣୁ ବର୍ଷ ତମାମ ପରିବା ପାଇଁ ଓଡ଼ିଶା କର୍ଣ୍ଣାଟକ, ରାୟପୁର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଆଦି ଉପରେ ନିର୍ଭର କରିଥାଆନ୍ତି । କର୍ଣ୍ଣାଟକରେ ଟମାଟୋ ଉତ୍ପାଦନ ବାଧାପ୍ରାପ୍ତ ହେବାରୁ ତା'ର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+