କରୋନା ସଂକ୍ରମଣ ପାଇଁ ସଟଡାଉନ ହେଲା ବୁର୍ଲା ଭିସୁଟ

କ୍ୟାମ୍ପସ ପରିସରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଶ୍ୱବିଦ୍ୟାଳୟକୁ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ପରବର୍ତ୍ତି ନିର୍ଦ୍ଦେଶନାମ ପର୍ଯ୍ୟନ୍ତ ସଟଡାଉନ ରଖିବାକୁ ନିଷ୍ପତି ନିଆଯାଇଛି ।

ସମ୍ବଲପୁର: ସଟଡାଉନ ଘୋଷଣା ହେଲା ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ବା ଭିସୁଟ୍ । କ୍ୟାମ୍ପସ ପରିସରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଶ୍ୱବିଦ୍ୟାଳୟକୁ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ପରବର୍ତ୍ତି ନିର୍ଦ୍ଦେଶନାମ ପର୍ଯ୍ୟନ୍ତ ସଟଡାଉନ ରଖିବାକୁ ନିଷ୍ପତି ନିଆଯାଇଛି ।

Veer Surendra Sai University of Technology

ସୂଚନାଥାଉ କି, ଗତକାଲି ଭିସୁଟର 24 ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଦୁଇ ଦିନ ମଧ୍ୟରେ ଏହାର 3ଟି ହଷ୍ଟେଲର 25 ଜଣ ଛାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି 24 ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଜଣେ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ବଢୁଥିବା ସଂକ୍ରମଣକୁ ନଜରରେ ରଖି ଭିସୁଟ ହଷ୍ଟେଲ୍ ଗୁଡ଼ିକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଭାବେ ଘୋଷଣା କରାଯାଇଛି। କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା ହୋଇଥିବା ଭିସୁଟ୍‌ର ୧୧ଟି ହଷ୍ଟେଲ ମଧ୍ୟରେ ରହିଛି- ପୁଲହ, ପୁଲତ୍ସ୍ୟ, ଅତ୍ରି, କ୍ରତୁ, ବଶିଷ୍ଟ, ମରିଚ, ଅନୁରାଧା, ଅରୁନ୍ଧତୀ, ରୋହିଣୀ, ବିଶାଖା, ଏବଂ ବସୁନ୍ଧରା। ଏହାସହ ପୁଲହ ହଷ୍ଟେଲର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ବଫର୍ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହି ସବୁ ଅଞ୍ଚଳରେ ସାଧାରଣ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରାଯାଇଥିବା ବେଳେ ତଦାରଖ ପାଇଁ ବୁର୍ଲା ଥାନା ଆଇଆଇସିଙ୍କୁ ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ତା'ସହିତ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+