ବର୍ଷା-ଅନୁଭବ ବିବାଦରେ ନୂଆ ମୋଡ, ଜାଗୃତିଙ୍କ ଟିଟ୍ବ ପରେ ମହିଳା କମିଶନଙ୍କ ଆଗରେ ଫେରାଦ ହେଲେ ବର୍ଷା ପ୍ରିୟଦର୍ଶିନୀ
କେସ ଏବେ କୋର୍ଟରେ ବିଚାରଧିନ ଥିବା ବେଳେ ଆଜି ମହିଳା କମିଶନଙ୍କ ପାଖରେ ହାଜର ହୋଇଛନ୍ତି ବର୍ଷା ।
ଭୁବନେଶ୍ବର: ଆଉ ପାଦେ ଆଗେଇଛି ସାଂସଦ ଅନୁଭବ ମହାନ୍ତି ଓ ଓଲିଉଡ ସୁପରଷ୍ଟାର ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ କଳହ ମାମଲା । କେସ ଏବେ କୋର୍ଟରେ ବିଚାରଧିନ ଥିବା ବେଳେ ଆଜି ମହିଳା କମିଶନଙ୍କ ପାଖରେ ହାଜର ହୋଇଛନ୍ତି ବର୍ଷା ।

କମିଶନଙ୍କ କାର୍ଯ୍ୟାଳୟକୁ ଯାଇ ସେ ତାଙ୍କର ବୈବାହିକ ବିବାଦ ନେଇ କମିଶନଙ୍କୁ ଅବଗତ କରିଥିବା କୁହାଯାଉଛି । ଦୁଇ ଦିନ ପୂର୍ବରୁ ଲୋକସଭା ଟିଭିର ଉପସ୍ଥାପିକା ତଥା ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା ଫେସବୁକରେ ଏକ ପୋଷ୍ଟ ଅପଲୋଡ କରି ବର୍ଷା ପ୍ରିୟଦର୍ଶିନୀଙ୍କୁ ଟାର୍ଗେଟ କରିଥିଲେ । ସେ ଏଥିରେ କହିଥିଲେ ବର୍ଷାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରୁଛନ୍ତି । ଏଥିରେ ତାଙ୍କୁ ଅଶାଳୀନ ଏବଂ ଆପତିଜନକ ଭାବରେ ଟ୍ରୋଲ କରାଯାଉଛି । ତେବେ ଏଥିପାଇଁ ସେ ପରୋକ୍ଷରେ ବର୍ଷାଙ୍କୁ ଦାୟୀ କରିଥିଲେ । ସଂଗଠିତ ଭାବରେ ଏସବୁ କରାଯାଉଛି ବୋଲି ସେ ଅଭିଯୋଗ ଆଣିବା ସହ ଆଇନର ଆଶ୍ରୟ ନେବେ ବୋଲି କହିଥିଲେ ।
ଏହି ଘଟଣା ପରେ ବର୍ଷାଙ୍କ ଓକିଲ କହିଥିଲେ କୋର୍ଟରେ ଚାଲିଥିବା ମାମଲା ସହ ଏହାର କୌଣସି ସମ୍ପର୍କ ନାହିଁ । ଏସବୁ ପରେ ଆଜି ବର୍ଷା ପୁଣି ମହିଳା କମିଶନଙ୍କ ପାଖକୁ ଯିବା , ଚର୍ଚ୍ଚା ସୃଷ୍ଟି କରିଛି ।












Click it and Unblock the Notifications