ବର୍ଷା-ଅନୁଭବ ବିବାଦ: ଶୀଘ୍ର ଶୁଣାଣି ସାରିବାକୁ ଅପିଲ୍ କଲେ ଅନୁଭବ
କଟକ: ବର୍ଷା ଅନୁଭବ ବିବାଦ ମାମଲା। ଶୀଘ୍ର ଶୁଣାଣି ସାରିବାକୁ ଅପିଲ୍ କଲେ ସାଂସଦ ଅନୁଭବ ମହାନ୍ତି । ଏହାରି ଭିତରେ ଅନୁଭବ ଆଉ ଏକ ପିଟିସନ ଦାୟର କରିଛନ୍ତି । ବର୍ଷାଙ୍କ ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ଅନୁଭବ ଅପିଲ୍ କରିଛନ୍ତି । ଅନୁଭବଙ୍କ ନାଁରେ ଦାୟର ହୋଇଛି ଘରୋଇ ହିଂସା ମାମଲା । ଆଉ ଏହା ରାଜନୈତିକ କ୍ୟାରିୟରକୁ ବିଗାଡିବ ଲାଗି ଉଦ୍ଦିଷ୍ଟ ବୋଲି ଦାୟର ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତି ।
ପାରିବାରିକ ହିଂସାର ଶିକାର ହୋଇଥିବା ଅଭିଯୋଗ ଆଣି, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ନାଁରେ ମୋକଦ୍ଦମା ଦାୟର କରିଛନ୍ତି । ତେବେ ମାମଲାର ଶୁଣାଣି କରିବା ଆଗରୁ ଉଭୟ ପକ୍ଷରୁ କାଉଁସେଲିଂ କରାଯାଇଛି ।

ସୂଚନା ଯୋଗ୍ୟ, ପାରିବାରିକ ହିଂସା ମାମଲାକୁ ନେଇ ଉଭୟ କୋର୍ଟରେ ହାଜରେ ହେବାର ଥିଲା। ହେଲେ କୋର୍ଟରେ ହାଜର ହୋଇଥିଲେ ଅଭିନେତ୍ରୀ ବର୍ଷା, ଅନୁଭବ ଆଜି ହାଜର ହୋଇ ନଥିଲେ ।
ପାରିବାରିକ ହିଂସାର ଶିକାର ହୋଇଥିବା ଅଭିଯୋଗ ଆଣି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ନାଁରେ ମୋକଦ୍ଦମା ଦାୟର କରିଛନ୍ତି । ତେବେ ମାମଲାର ଶୁଣାଣି କରିବା ଆଗରୁ ଉଭୟ ପକ୍ଷରୁ କାଉଁସେଲିଂ କରାଯାଇଛି । ଗତ ମାସ ୨୫ ତାରିଖରେ ଉଭୟଙ୍କୁ କାଉନସେଲିଂ ପାଇଁ ଡକରା ହୋଇଥିଲା । ଉଭୟ ହାଜର ବି ହୋଇଥିଲେ । କଟକ ଏସ୍ଡିଜେଏମ୍ କୋର୍ଟରେ ହାଜର ହୋଇଥିଲେ ବର୍ଷା ଓ ଅନୁଭବ ।
ଗୋଟିଏ ପଟରେ କୋର୍ଟ ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିବା ବେଳେ ଅନ୍ୟପକ୍ଷରେ ସ୍ୱାମୀ-ସ୍ତ୍ରୀ ଭାବେ ପୁଣି ଏକାଠି ରହିବାକୁ ବର୍ଷା କରିଥିବା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଥିଲେ । କୋର୍ଟଙ୍କ ଏଭଳି ଏକ ଆଦେଶକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଅନୁଭବଙ୍କ ଓକିଲ ଲଳିତେନ୍ଦୁ ମିଶ୍ର କହିଥିଲେ, ଆମେ ଏବେ କେବଳ କୋର୍ଟଙ୍କ ନିର୍ଦ୍ଦେଶର କାର୍ଯ୍ୟକାରୀ ଅଂଶଟିକୁ ଦେଖିଛୁ ।
ଅନୁଭବ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ୨୦୨୦ ଜୁଲାଇ ୧୬ରେ ପିଟିସନ୍ ଦାଖଲ କରିଥିଲେ । ଛାଡ଼ପତ୍ର ପାଇଁ ଅନୁଭବ ଦାୟର କରିଥିବା ଆବେଦନକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ କିନ୍ତୁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।












Click it and Unblock the Notifications