କୋର୍ଟରେ ହାଜର ହେବେ ବର୍ଷା-ଅନୁଭବ, ଆସିପାରେ ନିର୍ଯ୍ୟାସ୍

କଟକ: କୋର୍ଟରେ ହାଜର ହେବେ ବର୍ଷା-ଅନୁଭବ । ପାରିବାରିକ ହିଂସା ମାମଲାରେ ଉଭୟ ଆଜି କୋର୍ଟରେ ହାଜର ହୋଇପାରନ୍ତି । ତେବେ ଆଜି ଉଭୟ ହାଜର ହେବେ ନା ନିଜ ନିଜ ଓକିଲଙ୍କ ଜରିଆରେ ପକ୍ଷ୍ୟ ରଖିବେ ତାହା ସ୍ପଷ୍ଟ ହୋଇନାହିଁ ।

ପାରିବାରିକ ହିଂସାର ଶିକାର ହୋଇଥିବା ଅଭିଯୋଗ ଆଣି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ନାଁରେ ମୋକଦ୍ଦମା ଦାୟର କରିଛନ୍ତି । ତେବେ ମାମଲାର ଶୁଣାଣି କରିବା ଆଗରୁ ଉଭୟ ପକ୍ଷରୁ କାଉଁସେଲିଂ କରାଯାଇଛି । ଗତ ମାସ ୨୫ ତାରିଖରେ ଉଭୟଙ୍କୁ କାଉନସେଲିଂ ପାଇଁ ଡକରା ହୋଇଥିଲା । ଉଭୟ ହାଜର ବି ହୋଇଥିଲେ । କଟକ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହୋଇଥିଲେ ବର୍ଷା ଓ ଅନୁଭବ ।

କିଛି ଦିନ ତଳେ ଦୁଇ ଜଣଙ୍କ ଆବେଦନ ଖାରଜ କରିଥିଲେ କୋର୍ଟ । ଅନୁଭବ ବିବାହ ବିଚ୍ଛେଦ ଆବେଦନ କରିଥିବା ବେଳେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ଆବେଦନ କରିଥିଲେ । ଏହି ଦୁଇ ଆବେଦନକୁ ଆବେଦନକୁ କୋର୍ଟ ଖାରଜ କରିଥିଲେ ଫ୍ୟାମିଲ କୋର୍ଟ ।

varsha_anubhav

ଗୋଟିଏ ପଟରେ କୋର୍ଟ ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିବା ବେଳେ ଅନ୍ୟପକ୍ଷରେ ସ୍ୱାମୀ-ସ୍ତ୍ରୀ ଭାବେ ପୁଣି ଏକାଠି ରହିବାକୁ ବର୍ଷା କରିଥିବା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଥିଲେ । କୋର୍ଟଙ୍କ ଏଭଳି ଏକ ଆଦେଶକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଅନୁଭବଙ୍କ ଓକିଲ ଲଳିତେନ୍ଦୁ ମିଶ୍ର କହିଥିଲେ, ଆମେ ଏବେ କେବଳ କୋର୍ଟଙ୍କ ନିର୍ଦ୍ଦେଶର କାର୍ଯ୍ୟକାରୀ ଅଂଶଟିକୁ ଦେଖିଛୁ ।

ସେଥିରେ ଉଭୟଙ୍କ ଆବେଦନ ଖାରଜ କରାଯାଇଛି । ତେଣୁ ପୂରା ଜଜ୍‌ମେଣ୍ଟଟି ଆସିଲା ପରେ ଆମେ ତାକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରିବୁ । ଉପର କୋର୍ଟରେ ଆବେଦନ କରିବା ନେଇ ଆମ ପାଖରେ ସୁଯୋଗ ରହିଛି । ଆମେ ନିଶ୍ଚିତ ଭାବେ ଉପର କୋର୍ଟକୁ ଯିବୁ ।

ଅନୁଭବ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ୨୦୨୦ ଜୁଲାଇ ୧୬ରେ ପିଟିସନ୍ ଦାଖଲ କରିଥିଲେ । ଛାଡ଼ପତ୍ର ପାଇଁ ଅନୁଭବ ଦାୟର କରିଥିବା ଆବେଦନକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ କିନ୍ତୁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+