ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା: ହାଇକୋର୍ଟ ଗଲେ ଅନୁଭବ
ହାଇକୋର୍ଟ ଗଲେ ସାଂସଦ ଅନୁଭବ ମହାନ୍ତି । ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି । ଫ୍ୟାମିଲି କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଅପିଲ କରିଛନ୍ତି ଅନୁଭବ ।
ଆଉ ଏବେ ହାଇକୋର୍ଟରେ ପହଞ୍ଚିଛି ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତିଙ୍କ ବିବାଦ । ଫ୍ୟାମିଲି କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟରେ ଅପିଲ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ପୂର୍ବରୁ ଫ୍ୟାମିଲି କୋର୍ଟ ଅନୁଭବଙ୍କ ଆବେଦନକୁ ଖାରଜ କରିଥିଲେ । ଯାହାକୁ ନେଇ ପୁଣି ଥରେ ହାଇକୋର୍ଟ ଯାଇଛନ୍ତି ଅନୁଭବ ।

ଗତ ସେପ୍ଟେମ୍ବର ୨୨ ତାରିଖରେ ରାୟ ଶୁଣାଇଥିଲେ କଟକ ପରିବାର ଅଦାଲତ। ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ ଆବେଦନ କରିଥିଲେ ଅନୁଭବ। ତେବେ ଏହି ଆବେଦନକୁ ଖାରଜ କରିଥିଲେ କୋର୍ଟ ।
ଅନ୍ୟପଟେ ପତ୍ନୀ ବର୍ଷା ମଧ୍ୟ ଏକତ୍ର ରହିବା ପାଇଁ ଏକ ପିଟିସନ କରିଥିଲେ । ସେହି ପିଟିସନକୁ ମଧ୍ୟ ଅଗ୍ରାହ୍ୟ କରିଦେଇଥିଲେ ପରିବାର ଅଦାଲତ।
ଫ୍ୟାମିଲି କୋର୍ଟ ତାଙ୍କ ଆବେଦନକୁ ଖାରଜ କରିବା ପରେ ସୋସିଆଲ୍ ମିଡିଆରେ ପୁଣି ଭିଡିଓ ଛାଡ଼ି ଛାଡ଼ପତ୍ର ସ୍ୱୀକାର କରିବାକୁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ।
ଗତ ଅକ୍ଟୋବର ୧୧ ତାରିଖରେ କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବୁଧବାର କଟକ ଏସ୍ଡିଜେଏମ୍ କୋର୍ଟରେ ହାଜର ହୋଇଥିଲେ ।
ଦୟାକରି ମୋତେ ଛାଡପତ୍ର ଦେଇଦିଅ । ପୁଣି ଥରେ ବର୍ଷାଙ୍କ ପାଇଁ ଭାବବିହ୍ୱଳ ପୋଷ୍ଟ କରିଥିଲେ ଅନୁଭବ । ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ଦେଶ୍ୟରେ ସାଂସଦ ଅନୁଭବ ମହାନ୍ତି ନୂଆ ଭିଡିଓ ଛାଡିଥିଲେ । ଅନୁଭବ କହିଛନ୍ତି ଯେ, ନାଁ ମୁଁ ଭଲ ସ୍ୱାମୀ ହୋଇପାରିଲି ନାଁ ଭଲ ବନ୍ଧୁ । ଏଥର ମୋତେ ଓ ମୋ ପରିବାରକୁ ମୁକ୍ତି ଦିଅ । ତେବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ଏବେ ମାମଲାର ବିଚାର ହେବ ।












Click it and Unblock the Notifications