ବିଦ୍ୟୁତ୍ କ୍ଷେତ୍ରରେ ଜନସଚେତନତା ସୃଷ୍ଟି କରିବା ପାଇଁ TPWODL ର ବିଭିନ୍ନ କାର୍ଯ୍ୟକ୍ରମ

ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲ୍ୟୁଓଡ଼ିଲ୍ ପକ୍ଷରୁ ନିଜ କର୍ମଚାରୀ, ବ୍ୟବସାୟ ସହଯୋଗୀ ଓ ଜିଲ୍ଲାବାସିନ୍ଦାଙ୍କ ମଧ୍ୟରେ ବୈଦୁତିକ ନିରାପତ୍ତା ଏବଂ ଜନସଚେତନତା ସୃଷ୍ଟି କରିବା ପାଇଁ ଅନେକ ପଦକ୍ଷେପ ହାତକୁ ନେଇଛି । ରାଜ୍ୟରେ ଏକ ଅଗ୍ରୀମ ବିଦ୍ୟୁତ୍ ବିତରଣ କମ୍ପାନୀ ଭାବେ ସୁରକ୍ଷା ଓ ଜନସଚେତନତାକୁ କମ୍ପାନୀ ମୁଖ୍ୟ ପ୍ରାଥମକିତା ଦେଇ ଆସୁଛି ।

Various programs of TPWODL

ଗତ ନଭେମ୍ବର ମାସରେ ଝାରସୁଗୁଡ଼ା ଜିଲ୍ଲାର ୨୫ ଗୋଟି ଅଞ୍ଚଳରେ ହୁକ ପକାଇ ବିଦ୍ୟୁତ ଚୋରି କରିବା ଏକ ଅପରାଧ, ବିଦ୍ୟୁତ ମାଧ୍ୟମରେ ବନ୍ୟଜନ୍ତୁ ଶିକାର ନ କରିବା, ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ବିଦ୍ୟୁତ ତାର ତଳେ ଘର ନିର୍ମାଣ ନ କରିବା, ବିଦ୍ୟୁତ୍ ତାରରେ ଓଦା ପୋଷାକ ନ ଶୁଖାଇବା ଏବଂ ବିଦ୍ୟୁତ୍ ଖୁଣ୍ଟରେ ପଶୁ ନ ବାନ୍ଧିବା ଭଳି ପ୍ରସଙ୍ଗ ଉପରେ ପଥପ୍ରାନ୍ତ ନାଟକ ଜରିଆରେ ଜନସଚେତନତା ସୃଷ୍ଟି କରିବାକୁ କମ୍ପାନୀ ତରଫରୁ ଚେଷ୍ଟା କରାଯାଇଛି ।

ସେହିପରି ଗତମାସରେ କଳାହାଣ୍ଡି ଜିଲ୍ଲା ବ୍ୟାପି ସୁରକ୍ଷା ସଚେତନତା ରଥ ଭ୍ରମଣ କରିଛି । ଏହି ଭ୍ରମଣକାରୀ ରଥ ଜରିଆରେ ଜିଲ୍ଲାର ୨୦ଟି ସ୍କୁଲ୍ ଏବଂ ୧୬୨ ଗ୍ରାମରେ ସଚେତନ ମୂଳକ ଭିଡିଓ ପ୍ରଦର୍ଶନ କରାଯାଇ ଜନସଚେତନତା ସୃଷ୍ଟି କରାଯିବାକୁ ଚେଷ୍ଟା କରାଯାଇଛି । ସେହିପରି ଡାକବାଜି ଯନ୍ତ୍ର ବଜାଇ ସମ୍ବଲପୁର ଜିଲ୍ଲାର ୫୩ଟି ଗ୍ରାମରେ ଜନସଚେତନତା ବାର୍ଭା ବାଣ୍ଟିବାକୁ ଚେଷ୍ଟା କରାଯାଇଅଛି ।

କେବଳ ଯେ ସଚେତନାତା ବାର୍ତ୍ତା ନୁହେଁ, ଟିପିଡବ୍ଲୁଓଡ଼ିଲ୍ କମ୍ପାନୀ ପକ୍ଷରୁ କଲେଜରେ ପଢ଼ୁଥିବା । ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବୈଦ୍ୟୁତିକ ନିରାପତ୍ତା ଓ ଜନସଚେତନାତର ତାଲିମ ଦେଇଛି । ଏହି ପରିପେକ୍ଷୀରେ ବରଗଡ଼ ଜିଲ୍ଲା ସ୍ଥିତ ବରଗଡ଼, ବିଜେପୁର ଏବଂ ଭେଡ଼ନ୍ ଆଇଟିଆଇ କଲେଜର ୯ ଜଣ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯାଇ ବୈଦ୍ୟୁତିକ ନିରାପତ୍ତା ଓ ଜନସଚେତନାତ ସୃଷ୍ଟି କରାଯିବା ପାଇଁ ଚେଷ୍ଟା କରାଯାଇଛି ।

ଟିପିଡବ୍ଲ୍ୟୁଓଡିଏଲ୍ କମ୍ପନୀ ତରଫରୁ ଅନୁରୋଧ ଯେ, ଜଣେ ବିଦ୍ୟୁତ ସଚେତନ ନାଗରିକ ଭାବେ କମ୍ପାନୀ ପକ୍ଷରୁ ପ୍ରକାଶିତ ହ୍ୱାଟ୍ସଆପ୍ ନମ୍ବର (୮୦୯୩୦୪୯୪୧୦)ରେ ଅନୈତିକ ବିଦ୍ୟୁତ କାର୍ଯ୍ୟକଳାପ ଏବଂ ବିଦ୍ୟୁତ କର୍ମଚାରୀଙ୍କ ଅସୁରକ୍ଷିତ ଭାବେ ମରାମତି କାର୍ଯ୍ୟର ଫଟୋ ଉଠାଇ ଆମ ପାଖକୁ ପଠାଇ ଏକ ଅମୂଲ୍ୟ ଜୀବନ ରକ୍ଷା କରିବାରେ ସାହାଯ୍ୟ କରନ୍ତୁ ଏବଂ ପୁରଷ୍କାର ଜିତନ୍ତୁ ବେଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+