ପାର୍କିଂକୁ ନେଇ ରାଜଧାନୀରେ ବିଭତ୍ସ ହତ୍ୟା, ଦୁଇ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଗାଡ଼ି ପାର୍କିଂକୁ ନେଇ ରାଜଧାନୀରେ ଡବଲ ମର୍ଡର ଘଟିଛି। ଏୟାରଫିଲ୍ଡ ଥାନା ଅନ୍ତର୍ଗତ ହାଇଟେକ୍ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଏହି ଡବଲ ମର୍ଡର ହୋଇଛି। ୨ଜଣ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ରଶ୍ମିରଂଜନ ସେଠୀ ଓ ଜୁଲୁ ସେଠୀ।

parking

କଲ୍ୟାଣୀ ପ୍ଲାଜା ନିକଟରେ ରଶ୍ମିରଂଜନଙ୍କର ଏକ ଦୋକାନ ରହିଛି। ପ୍ରତିଦିନ ରଶ୍ମି ପ୍ଲାଜା ନିକଟରେ ନିଜ କାର୍‌ ରଖି ଦୋକାନ ଆସିଥାନ୍ତି। ହେଲେ କଲ୍ୟାଣୀ ପ୍ଲାଜାର ମେଣ୍ଟେନାସ୍ ଦାୟିତ୍ୱରେ ଥିବା ବାପି ଏହାକୁ ବିରୋଧ କରୁଥିଲେ। ଏହାକୁ ନେଇ ବିଭିନ୍ନ ସମୟରେ ବାପି ଓ ରଶ୍ମିଙ୍କ ମଧ୍ୟରେ ବଚସା ହୋଇଛି। ଗତକାଲି ମଧ୍ୟ ରଶ୍ମି ନିଜ କାର୍‌କୁ କଲ୍ୟାଣୀ ପ୍ଲାଜା ନିକଟରେ ପାର୍କିଂ କରିଥିଲେ। ଏହାଦେଖି ବାପି ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। ରଶ୍ମିଙ୍କ କାର୍‌କୁ ଗୋଇଠା ମାରିବା ସହ ଗାଡ଼ି ଏଠାରୁ କାଢ଼ିବାକୁ ରଶ୍ମିଙ୍କୁ କହିଥିଲେ।

ଏହାକୁ ନେଇ ବାପି ଓ ରଶ୍ମିଙ୍କ ମଧ୍ୟରେ ବଚସା ହୋଇଥିଲା। ରଶ୍ମି ବାପିଙ୍କୁ ଏକ ଚାପୁଡ଼ା ମାରିଥିଲେ। ବାପି଼ ଉତକ୍ଷିପ୍ତ ହୋଇ ୩ରୁ ୪ଜଣ ସାଙ୍ଗକୁ ଫୋନ୍‌ କରି ଡାକିଥିଲେ। ବାପିଙ୍କ ସାଙ୍ଗମାନେ ମାରଣାସ୍ତ୍ର ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ସେମାନେ ରଶ୍ମିଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଏହି ସମୟରେ ରଶ୍ମିଙ୍କ ସହଯୋଗୀ ଜୁଲୁ ଏହା ଦେଖି ଅଟକାଇବାକୁ ଚେଷ୍ଟା କରିଥିଲେ। ସେମାନେ ମଧ୍ୟ ଜୁଲୁଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ରଶ୍ମିଙ୍କର ମୃତ୍ୟୁ ଘଟିଥିବା ବେଳେ ଜୁଲୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଜୁଲୁଙ୍କୁ ମୃତ ଘୋଷଣା କରିଥିଲେ। ଭୁବନେଶ୍ୱର ଡିସିପି ଗତକାଲି ରାତିରେ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଛନ୍ତି। ହତ୍ୟାକାରୀଙ୍କୁ ଧରିବାକୁ ପୁଲିସ ଉଦ୍ୟମ ଜାରି ରଖିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+