ଅଶାନ୍ତ ବାଣୀବିହାର: ପିଟାପିଟି, ୫ରୁ ଅଧିକ ଆହତ, ଜଣେ ଗୁରୁତର

ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଶାନ୍ତ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌। ଆକ୍ରମଣ ଓ ପ୍ରତିଆକ୍ରମଣରେ ଉଭୟ ଗୋଷ୍ଠୀର ୫ରୁ ଅଧିକ ଛାତ୍ର, ଅଣଛାତ୍ର ଆହତ । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି।

ଆଗକୁ ଛାତ୍ର ସଂସଦ ନିର୍ବାଚନ ଥିବାରୁ ଛାତ୍ର ସଙ୍ଗଠନଗୁଡ଼ିକ କ୍ୟାମ୍ପସ୍‌ରେ ନିଜର ସ୍ଥିତି ବଜାୟ ରଖିବାକୁ କସରତ ଆରମ୍ଭ କରିଛନ୍ତି। ଏହିକ୍ରମରେ ଆଜି ସକାଳେ ଏବିଭିପିର କିଛି ସଦସ୍ୟ କ୍ୟାମ୍ପସ୍‌ରେ 'ସେନା ପାଇଁ ରାକ୍ଷୀ ଟିଏ' କାର୍ଯ୍ୟକ୍ରମ କରିବାକୁ ଇତିହାସ ବିଭାଗ ଯାଇଥିଲେ। ସେଠାରେ ବିଜେପି ଯୁବମୋର୍ଚ୍ଚାର କେତେକ ସଦସ୍ୟ ଏହାକୁ ବିରୋଧ କରିଥିଲେ, ଯାହାକୁ ନେଇ ଆଜି ସକାଳୁ ହିଁ କ୍ୟାମ୍ପସ୍‌ରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଥିଲା। ଧୀରେ ଧୀରେ ହାତାହାତି ପରିସ୍ଥିତି ଉପୁଜିଥିଲା।

vanivihar in alert more than 5 injured one seriously

ତେବେ ସନ୍ଧ୍ୟା ସମୟରେ କ୍ୟାମ୍ପସ୍‌ରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ଯୁବମୋର୍ଚ୍ଚା ଗୋଷ୍ଠୀର ଜଣେ ଛାତ୍ରୀଙ୍କୁ ଏବିଭିପି ଗୋଷ୍ଠୀ ପକ୍ଷରୁ କମେଣ୍ଟ୍‌ ମାରିବାରୁ ଘଟଣା ଉଗ୍ରରୂପ ନେଇଥିଲା। କମେଣ୍ଟ୍‌ ମରାର ଶିକାର ହୋଇଥିବା ଛାତ୍ରୀ ଜଣକ ଫୋନ୍‌ କରି ସହପାଠୀ ଓ କିଛି ବନ୍ଧୁଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଖବର ପାଇ ସେମାନେ ସେଣ୍ଟ୍ରାଲ୍‌ କ୍ୟାଣ୍ଟିନ୍‌ ନିକଟରେ ପହଞ୍ଚିବା ପରେ କମେଣ୍ଟ ମାରିଥିବା ଛାତ୍ରଙ୍କୁ ଚିହ୍ନଟ କରି ସେମାନଙ୍କୁ ପଚରାଉଚରା କରିଥିଲେ। ଏହି ସମୟରେ ଦୁଇ ଗୋଷ୍ଠୀର ଛାତ୍ର ଓ ଅଣଛାତ୍ର ପରସ୍ପରକୁ ଆକ୍ରମଣ ପ୍ରତିଆକ୍ରମଣ କରିଥିଲେ। ପାଖାପାଖି ଘଣ୍ଟାଏ ଧରି ଦୁଇ ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ଗଣ୍ଡଗୋଳ ଚାଲିଥିଲା।

ସ୍ଥିତି ବିଗିଡ଼ିବାରୁ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀର ସଦସ୍ୟଙ୍କୁ ବୁଝାସୁଝା କରିଥିଲା। ଏଥିସହ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ପୁଲିସ ହସ୍ତକ୍ଷେପ ପରେ ଯଦିଓ କିଛି ସମୟ ପାଇଁ ସ୍ଥିତିରେ ସୁଧାର ଆସିଥିଲା, ତଥାପି ସେଠାରେ ଚାପା ଉତ୍ତେଜନା ଲାଗିରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି କ୍ୟାମ୍ପସ୍‌ରେ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ସମ୍ପୂର୍ଣ୍ଣ ସ୍ଥିତି ଉପରେ ନଜର ରଖାଯାଇଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+