Vande Bharat Express: ଚାଲିଛି ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଟ୍ରାଏଲ ରନ
ଗଡିବ ଆଉ ଗୋଟେ ବନ୍ଦେ ଭାରତ ଏକ୍ସପ୍ରେସ । ଆଉ ସେଥିପାଇଁ ଚାଲିଛି ଟ୍ରାଏଲ ରନ୍ । ଆଜି ସକାଳ ୫ଟାରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ପୁରୀରୁ ବାହାରିଛି । ପୁରୀ ରେଳଷ୍ଟେସନର ୨ ନଂ ପ୍ଲାଟଫର୍ମରୁ ଭୋର ୫ଟାରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଟ୍ରାଏଲ ରନ ଆରମ୍ଭ କରିଥିଲା। ପ୍ରାୟ ୬ ଘଣ୍ଟାରେ ଏହା ରାଉରକେଲାରେ ପହଁଚିବ ।
ଆଗରୁ ସେପ୍ଟେମ୍ବର ୧୧ରେ ପୁରୀରୁ ତାଳଚେର ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରାଏଲ ରନ ନେଇଥିଲା । ଆଉ ଏବେ ରାଜ୍ୟରେ ଗଡ଼ିବାକୁ ଯାଉଛି ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ।
ଏହି ଟ୍ରେନ ଅପରାହ୍ନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ । ଆଉ ପୁଣି ରାଉରକେଲାରୁ ବାହାରି ୯ଟା ୪୦ରେ ପୁରୀରେ ପହଞ୍ଚିବ ବନ୍ଦେ ଭାରତ ଏକ୍ସପ୍ରେସ ।
ଟ୍ରାଏଲ ରନ ବେଳେ ବନ୍ଦେ ଭାରତ ଏକ୍ସପ୍ରେସ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୋଳ, କେରଜାଙ୍ଗ, ସମ୍ବଲପୁର ସିଟି, ଝାରସୁଗୁଡା ଷ୍ଟେସନରେ ୨ମିନିଟ ଲେଖାଏଁ ରହିବ । ବନ୍ଦେ ଭାରତ ଏକ୍ସପ୍ରେସ୍ ଭୁବନେଶ୍ୱର ଷ୍ଟେସନ୍ରେ ସକାଳ ୬ଟାରେ ପହଞ୍ଚିଥିଲା । ତେବେ ଆସନ୍ତା ସେପ୍ଟେମ୍ବର ୩୦ ରେ ଏହି ଏକ୍ସପ୍ରେସ ଟ୍ରେନଟି ବିଦ୍ଧିବଦ୍ଧ ଭାବେ ଗଡିବାକୁ ଯାଉଥିବା ଅନୁମାନ କରାଯାଉଛି ।
ଚଳିତ ବର୍ଷ ମେ' ମାସ ୧୮ ତାରିଖରେ ପୁରୀରୁ-ହାୱଡ଼ା ପର୍ଯ୍ୟନ୍ତ ଗଡ଼ିଥିଲା ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ। ଭର୍ଚୁଆଲରେ ଶୁଭାରମ୍ଭ କରିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁ

ଟ୍ରେନ୍ଟି ପୁରୀ-ହାୱଡା ମଧ୍ୟରେ ଚଳାଚଳ ଆରମ୍ଭ କରିଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପୁରୀ ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ।












Click it and Unblock the Notifications