ପୁରୀରେ ପହଞ୍ଚିଲା ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର: ଓଡ଼ିଶାରେ ପରୀକ୍ଷାମୂଳକ ଭାବେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଆଜି ସକାଳ ୬.୧୦ରେ ହାୱଡାରୁ ବାହାରିଥିଲା । ପରେ ପରେ ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।

ତେବେ ହାୱଡାରୁ ପୁରୀ ପହଞ୍ଚିବାକୁ ଟ୍ରେନକୁ ପ୍ରାୟ ୬ ଘଣ୍ଟା ସମୟ ଲାଗିଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି । ଭୁବନେଶ୍ୱରରେ ପହଞ୍ଚିବା ପରେ ଖଡ଼ଗପୁର, ଭଦ୍ରକ, ଯାଜପୁର , କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରେ ଏହି ଅତ୍ୟାଧୁନିକ ଟ୍ରେନ୍ ୨ ମିନିଟ ଲେଖାଏଁ ରହିଥିଲା । ପୁଣି ୧.୫୦ ମିନିଟରେ ପୁରୀ ଛାଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ରାତି ୮ଟା ୩୦ରେ ହାୱଡାରେ ପହଞ୍ଚିବ ବୋଲି ସୂଚନା ଦିଆଯାଇଛି ।
ଟ୍ରାଏଲ ରନ ଚାଲିଥିବା ବେଳେ ଟ୍ରେନରେ କୌଣସି ଯାତ୍ରୀ ନଥିଲେ ।

Vande Bharat Express Train

ଏହି ଟ୍ରେନ ପ୍ରାଥମିକ ଭାବରେ ଭୁବନେଶ୍ଵରରୁ କିମ୍ବା ପୁରୀରୁ ଶୁଭାରମ୍ଭ ହେବାକୁ ଥିବା ବେଳେ ହାୱଡା ଯାଏ ଗଡିବ । ୧୫ ଦିନ ମଧ୍ୟରେ ଟ୍ରେନ ଚଳାଚଳ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ ରେଳ ମନ୍ତ୍ରୀ ମଧ୍ୟ ଟ୍ରେନର ଶୁଭାରମ୍ଭ କରିପାରନ୍ତି । ବନ୍ଦେ ଭାରତ ଏକ୍ସପ୍ରେସ ଚାଲିଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି ।

ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି । ଯାହା ଯାତ୍ରୀଙ୍କ ଯାତ୍ରା ସମୟକୁ ଆରାମଦାୟକ କରିବ । ଏଥିସହ ଅତି କମ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ । ସପ୍ତାହକୁ ୩ ଥର ଏହି ଟ୍ରେନ ଚଳାଚଳ କରିବା ନେଇ କୁହାଯାଉଛି ।

ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନରେ 1128 ଯାତ୍ରୀଙ୍କ କ୍ଷମତା ବିଶିଷ୍ଟ 14 ଏସି ଚେୟାର କାର କୋଚ ଏବଂ ଦୁଇଟି କାର୍ଯ୍ୟନିର୍ବାହୀ ଏସି ଚେୟାର କାର କୋଚ ରହିଛି । ଆସନ୍ତା ତିନି ବର୍ଷ ମଧ୍ୟରେ ସାରା ଦେଶରେ 400 ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଇବାକୁ ସରକାର ଯୋଜନା କରିଛନ୍ତି । ଗତବର୍ଷ ଓଡ଼ିଶା ଗସ୍ତ ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ରାଜ୍ୟରେ ଖୁବଶୀଘ୍ର ବନ୍ଦେ ଭାରତ ଏକ୍ସପ୍ରେସ୍ ଗଡିବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧାରେ ଦେଶରେ 9ଟି ରୁଟ୍‌ରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି । ଏହି ଟ୍ରେନ୍ ସର୍ବାଧିକ 180 କିଲୋମିଟର ବେଗରେ ଚାଲି ପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+