ଓଡ଼ିଶାରେ'ବନ୍ଦେ ଭାରତ'ର ଟ୍ରାଏଲ୍ ରନ୍, ହାୱଡ଼ାରୁ ପୁରୀ ଅଭିମୁଖେ ବାହାରିଲା ଟ୍ରେନ୍

ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହେଲା 'ବନ୍ଦେ ଭାରତ' ସେବା । ହାୱଡ଼ା-ପୁରୀ 'ବନ୍ଦେ ଭାରତ'ଏକ୍ସପ୍ରେସ ଟ୍ରାଏଲ ରନ ଆରମ୍ଭ ହୋଇଛି । ସକାଳ ୬ ଟା ୧୦ରେ ହାୱଡ଼ା ଛାଡିଥିବା ନେଇ ସୂଚନା ରହିଛି । ଅପରାହ୍ନ ୧୨ ଟା ୩୫ରେ ପୁରୀରେ ପହଁଞ୍ଚିବ ଏହି ଟ୍ରେନ୍ ।

ସୂଚନା ଅନୁସାରେ, ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, ଭୁବନେଶ୍ୱରରେ ୨ ମିନିଟ ଲେଖାଏଁ ରହି ପୁରୀ ଯିବ ହାୱଡ଼ା-ପୁରୀ 'ବନ୍ଦେ ଭାରତ'ଏକ୍ସପ୍ରେସ । ୧୨ଟା ୩୫ରେ ପୁରୀରେ ପହଞ୍ଚି ପୁଣି ୧ ଟା ୫୦ରେ ପୁରୀରୁ ବାହାରି ରାତି ୮ଟା ୩୦ରେ ହାୱଡ଼ାରେ ପହଞ୍ଚିବ ।

vande bharat

ତେବେ ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ସେବା ଆସନ୍ତା ମାସରୁ ବିଦ୍ଧିବଦ୍ଧ ଭାବେ ଓଡିଶାରେ ଆରମ୍ଭ ହେବାର ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭ ଉଦଘାଟନ କରିପାରନ୍ତି । ବନ୍ଦେ ଭାରତ ଚାଲିଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି ।

ତେବେ ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି। ଯାହାଦ୍ୱାରା ଯାତ୍ରା ଆରାମଦାୟକ ହେବା ସହ କମ୍ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ । ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନରେ 1128 ଯାତ୍ରୀଙ୍କ କ୍ଷମତା ବିଶିଷ୍ଟ 14 ଏସି ଚେୟାର କାର କୋଚ ଏବଂ ଦୁଇଟି କାର୍ଯ୍ୟନିର୍ବାହୀ ଏସି ଚେୟାର କାର କୋଚ ରହିଛି ।

ଆସନ୍ତା ତିନି ବର୍ଷ ମଧ୍ୟରେ ସାରା ଦେଶରେ 400 ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଇବାକୁ ସରକାର ଯୋଜନା କରିଛନ୍ତି । ଗତବର୍ଷ ଓଡ଼ିଶା ଗସ୍ତ ସମୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ, ରାଜ୍ୟରେ ଖୁବଶୀଘ୍ର ବନ୍ଦେ ଭାରତ ଏକ୍ସପ୍ରେସ୍ ଗଡିବାକୁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+