Vande Bharat Express: ଟାଟା ନଗରରୁ-ବ୍ରହ୍ମପୁରକୁ ଗଡି଼ବ ବନ୍ଦେ ଭାରତ ଏକ୍ସପ୍ରେସ୍, ଜାଣନ୍ତୁ କେଉଁ ରୁଟରେ ମିଳିବ ସେବା?
ରାଜ୍ୟବାସୀଙ୍କୁ ରେଳ ମନ୍ତ୍ରାଳୟର ବଡ଼ ଭେଟି । ଖୁବଶୀଘ୍ର ରାଜ୍ୟରେ ଗଡ଼ିବାକୁ ଯାଉଛି ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ । ଆସନ୍ତା ୧୫ ତାରିଖରେ ବ୍ରହ୍ମପୁର-ଟାଟାନଗର ମଧ୍ୟରେ ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ ହେବ । ପ୍ରଧାନମନ୍ତ୍ରୀ ମୋଦି ଏହି ଟ୍ରେନ ଚଳାଚଳକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି ।
ଟାଟାନଗର-ବ୍ରହ୍ମପୁର ଓ ଟାଟାନଗର-ପାଟନା ମାର୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ଏହି ୨ ମାର୍ଗ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଟାଟା ନଗରରେ ପହଞ୍ଚିଛି। ଲୋକାର୍ପଣ ପୂର୍ବରୁ ଏହି ୨ଟି ମାର୍ଗରେ ଟ୍ରାଏଲ୍ ରନ୍ କରାଯିବ। ଆସନ୍ତା ୮ ତାରିଖରେ ଟାଟାନଗରରୁ ବ୍ରହ୍ମପୁର ମାର୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ର ଟ୍ରାଏଲ୍ ରନ୍ କରିବାକୁ ନିସ୍ପତ୍ତି ନିଆଯାଇଛି। ଟାଟା ନଗରରୁ ବ୍ରହ୍ମପୁର ମଧ୍ୟରେ ଟ୍ରେନ୍ ଚଳାଚଳ କରିବାକୁ ବନ୍ଦେ ଭାରତ ଏକ୍ସପ୍ରେସ୍ ୭ରୁ ୮ ଘଣ୍ଟା ମଧ୍ୟରେ ପ୍ରାୟ ୫୮୬ କିମି ମାର୍ଗ ଅତିକ୍ରମ କରିବ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲା କେନ୍ଦୁଝର ଗଡ଼ ଦେଇ ଏହି ଟ୍ରେନ୍ ଚଳାଚଳ କରିବ। ଟାଟା-ନଗରରୁ ଟ୍ରେନ୍ ବାହାରି ଚାଇଁବସା, ବାଂଶପାଣି, କେନ୍ଦୁଝରଗଡ଼,ହରିଚନ୍ଦନପୁର, ଜଖପୁରା, କଟକ, ଭୁବନେଶ୍ବର, ଖୋର୍ଦ୍ଧା ରୋଡ୍, ବାଲୁଗାଁ ଆଦି ୧୨ ଟି ରେଳ ଷ୍ଟେସନ୍ ଦେଇ ବ୍ରହ୍ମପୁରରେ ପହଞ୍ଚିବ। ସପ୍ତାହକୁ ୬ ଦିନ ଏହି ଟ୍ରେନ୍ ଚଳାଚଳ କରିବ। ସୂଚନାଯୋଗ୍ୟ ଗତବର୍ଷ ଓଡି଼ଶାରେ ଲୋକାର୍ପଣ ହୋଇଥିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍। ଯାହା ପୁରୀରୁ ହାଓ୍ବଡା ପର୍ଯ୍ୟନ୍ତ ଚଳାଚଳ କରୁଛି। ଏଥିସହ ଭୁବନେଶ୍ବର-ବିଶାଖାପାଟଣା ଓ ପୁରୀ- ରାଉରକେଲା ରୁଟ୍ ରେଲ ବନ୍ଦେ ଭାରତ ଚଳାଚଳ କରୁଛି।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications