ଅଧା ବାଟରେ ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ୍

ଭୁବନେଶ୍ୱର: ପୁରୀରୁ ହାଓଡ଼ା ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଅଧାରେ ଅଟକିଛି। ଯାଜପୁର ବୈତରଣୀ ରୋଡ୍‌ ନିକଟରେ ଅଟକି ରହିଛି ବନ୍ଦେ ଭାରତ ଏକପ୍ରେସ। ଝଡ଼ବର୍ଷା ଯୋଗୁ ବିଦ୍ୟୁତ ତାର ଛିଡିବାରୁ ଅଟକିଛି ଟ୍ରେନ୍‌ କାଳବୈଶାଖୀରେ ବର୍ଷା ହେତୁ ଗଛ ପଡ଼ି ଲୋକୋ ପାଇଲଟ ସାମ୍ନା ଗ୍ଲାସ ଭାଙ୍ଗିଯାଇଛି । ଇଞ୍ଜିନରୁ ବିଦ୍ୟୁତ୍‌ ତାରକୁ ସଂଯୋଗ କରୁଥିବା ଯନ୍ତ୍ରାଂଶରେ ତ୍ରୁଟି ଥିବାରୁ ଅଟକି ରହିଥିବା ଜଣାପଡ଼ିଛି ।

ଅପରାହ୍ନ ୪ଟା ୩୫ରୁ ବନ୍ଦେ ଭାରତ ଟ୍ରେନ୍‌ ଅଟକି ରହିଛି। ଯାତ୍ରା ସ୍ୱାଭାବିକ କରିବାକୁ ଉଦ୍ୟମ ଜାରି ରହିଛି। ଅଧା ବାଟରେ ଅଟକିଛି ବନ୍ଦେ ଭାରତ ଏକ୍ସପ୍ରେସ୍‌। ହେଲେ ରେଳବାଇ ତରଫରୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

vande bharat express

ଟେକନିକାଲ ଟିମକୁ ଘଟଣାସ୍ଥଳକୁ ପଠାଇଥିବା ନେଇ ସୂଚନା ମିଳିଛି ।ବୈତରଣୀ ରୋଡ୍‌ ଓ ମଞ୍ଜୁରୀ ରୋଡ୍‌ ମଝିରେ ଅଟକିଛି ବନ୍ଦେ ଭାରତ।ସୂଚନା ଅନୁସାରେ, ଗତ ୧୮ ତାରିଖରେ ଓଡ଼ିଶାରେ ବନ୍ଦେ ଭାରତର ଶୁଭାରମ୍ଭ ହୋଇଛି । ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+