ଓଡିଶାରେ ଆରମ୍ଭ ହେଲା ‘ବନ୍ଦେ ଭାରତ’ ଏକ୍ସପ୍ରେସ ସେବା: ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Vande Bharat Express in Odisha: ଆଜିଠୁ ଓଡିଶାରେ ଓଡିଶାରେ ଆରମ୍ଭ ହେଲା 'ବନ୍ଦେ ଭାରତ' ଏକ୍ସପ୍ରେସ ସେବା । ଓଡିଶାରୁ ଗଡିଲା ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀରୁ ହାୱଡା ମଧ୍ୟରେ ଚଳାଚଳ କରିବ ଏହି ସେମି ହାଇସ୍ପିଡ୍ ଟ୍ରେନ୍ ।

ପୁରୀଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଏହି ହାଇ ସ୍ପିଡ଼ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡ଼ିଓ କନଫରେନସ ମାଧ୍ୟରେ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନସ ମାଧ୍ୟମରେ ଯୋଗ ଦେଇଥିଲେ । ପୁରୀରେ ଉଭୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଉପସ୍ଥିତ ଥିଲେ ।

Vande Bharat Express Service

ତେବେ ଏହି 'ବନ୍ଦେ ଭାରତ'ର ଲୋକାର୍ପଣ ସମୟରେ 'ଜୟ ଜଗନ୍ନାଥ' କହି ନିଜ ସମ୍ବୋଧନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତାଙ୍କ ବକ୍ତବ୍ୟରେ ସେ କହିଛନ୍ତି ଯେ, ଆଜି ଓଡିଶା ଏବଂ ପଶ୍ଚିମବଙ୍ଗ ଲୋକଙ୍କୁ ବନ୍ଦେ ଭାରତ ଉପହାର ସ୍ୱରୂପ ମିଳିଛି । ବନ୍ଦେ ଭାରତରେ ଭାରତର ଗତି ଏବଂ ପ୍ରଗତି ପ୍ରତିଫଳିତ ହେଉଛି । ପୁରୀ-କୋଲକାତା ଯାତ୍ରା ମାତ୍ର କେବଳ ସାଢେ ୬ ଘଣ୍ଟାରେ ଶେଷ ହୋଇ ପାରିବ । ଯାହାଦ୍ୱାରା ସମୟ ବଞ୍ଚିବା ସହିତ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଉନ୍ନତି ହେବ ବୋଲି କହିଛନ୍ତି ମୋଦି ।

ତେବେ ଏହି ପରୀପ୍ରେକ୍ଷୀରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦିଙ୍କ ନିକଟରେ ରାଜ୍ୟ ପାଇଁ କିଛି ଦାବି ରଖିଛନ୍ତି । ଶ୍ରୀକ୍ଷେତ୍ର ପୁରୀରେ ଆଉ ଏକ ଅନ୍ତର୍ଜାତୀୟ ଏୟାରପୋର୍ଟ ଦାବିକୁ ପୁଣିଥରେ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ୩-୪ ବର୍ଷ ମଧ୍ୟରେ ଏହି ବିମାନ ବନ୍ଦରର କାମ ସରିବା ନେଇ ଆଶା କରିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ମୋଦି ନିଜେ ଆସି ଲୋକାର୍ପଣ କରିବେ ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ଏହାସହିତ ରାଜ୍ୟରେ ଆଉ ୨ଟି ବନ୍ଦେ ଭାରତ ପାଇଁ ଓଡିଶା ପକ୍ଷରୁ ଦାବି କରାଯାଇଛି । ପୁରୀ-ରାଉରକେଲା ଏବଂ ଭୁବନେଶ୍ୱର-ହାଇଦ୍ରାବାଦ ରୁଟରେ ଦୁଇଟି ନୂଆ ବନ୍ଦେ ଭାରତ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଅନୁଗୁଳ-ସୁକିନ୍ଦା ଓ ପାରାଦୀପ-ହରିଦାସପୁର ଲାଇନରେ ପାସେଞ୍ଜର ଟ୍ରେନ ପାଇଁ ମଧ୍ୟ ଦାବି କରାଯାଇଛି ।

Vande Bharat Express

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବନ୍ଦେ ଭାରତ ଏକ୍ସପ୍ରେସ୍ ସହ ଓଡ଼ିଶାରେ ପ୍ରାୟ ୮ ହଜାର କୋଟିରୁ ଅଧିକ ମୂଲ୍ୟର ଏକାଧିକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ପୁରୀ ଓ କଟକ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପୁନଃବିକାଶ ହେଉଥିବା ଏହାବ୍ୟତୀତ ଓଡ଼ିଶାରେ ରେଳ ନେଟୱର୍କର ୧୦୦% ବିଦ୍ୟୁତୀକରଣକୁ ଲୋକାର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହା ଅପରେଟିଂ ଓ ରକ୍ଷଣାବେକ୍ଷଣ ମୂଲ୍ୟ ହ୍ରାସ କରିବା ସହ ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା କମିବ ।

ବନ୍ଦେ ଭାରତ ଏକ୍ସପ୍ରେସର ସମୟ ସାରଣୀ- ପୂର୍ବତଟ ରେଳପଥ ପକ୍ଷରୁ ରେଳ ବୋର୍ଡକୁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ, ପ୍ରତିଦିନ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ ସକାଳ ୬ଟା ୧୦ରେ ହାୱଡା ଷ୍ଟେସନରୁ ବାହାରି ୧୨ଟା ୨୫ରେ ପୁରୀରେ ପହଞ୍ଚିବ। ସେହିପରି ଅପରାହ୍ନ ଗୋଟାଏ ୫୦ ମିନିଟରେ ପୁରୀ ଷ୍ଟେସନ ଛାଡ଼ିବ ଓ ସନ୍ଧ୍ୟା ସାଢ଼େ ୮ଟାରେ ହାୱଡାରେ ପହଞ୍ଚିବ।

ଏହି ୧୬ କୋଚ୍ ବିଶିଷ୍ଟ ସେମି ହାଇସ୍ପିଡ୍ ଟ୍ରେନ ନିୟମିତ ଭାବେ ମେ ୨୦ ତାରିଖରୁ ଚାଲିବା ଆରମ୍ଭ କରିବ । ଏହି ସେବା ଗୁରୁବାର ବ୍ୟତୀତ ସପ୍ତାହରେ ଛଅ ଦିନ ଉପଲବ୍ଧ ହେବ । ଖୋର୍ଦ୍ଧା ରୋଡ୍, ଭୁବନେଶ୍ବର, କଟକ, ଯାଜପୁର ରୋଡ୍, ଭଦ୍ରକ, ବାଲେଶ୍ବର, ଖଡ଼ଗପୁର ଷ୍ଟେସନରେ ୨ ମିନିଟ ଲେଖାଏଁ ଏହି ଟ୍ରେନ୍ ରହିବ।

ତେବେ 22895 ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ଗତକାଲି ଅର୍ଥାତ ମେ ୧୭ ତାରିଖରୁ ଅନଲାଇନ୍ ଏବଂ ଅଫଲାଇନ୍ ମୋଡରେ ବୁକିଂ ଆରମ୍ଭ ହୋଇଯାଇଛି । ଯାତ୍ରୀମାନେ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ର ଅଫିସିଆଲ୍ ୱେବସାଇଟ୍ କିମ୍ବା ଆପକୁ ଯାଇ ଟିକେଟ୍ ବୁକିଂ କରି ପାରିବେ ।

Vande Bharat Express

ଟ୍ରେନ୍ ଚାଲୁଥିବା ଯାଏଁ ଡୋର୍ ଖୋଲିବ ନାହିଁ କିମ୍ବା ବନ୍ଦ ନ ହେବା ଯାଏଁ ଚାଲିବ ନାହିଁ । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଥିରେ ଲାଗିଛି ଅଟୋମେଟେଡ୍ କ୍ଲୋଜିଂ ଡୋର୍ । ପ୍ରତି କୋଚରେ ୪ଟି ଲେଖାଏଁ ଏମର୍ଜେନ୍ସି ୱିଣ୍ଡୋ ଓ ୪ଟି ଲେଖାଏଁ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି । ସବୁ ଶ୍ରେଣୀର ଯାତ୍ରୀଙ୍କ ପାଇଁ ରିକ୍ଲାଇନର ସିଟ୍ ବ୍ୟବସ୍ଥା ଥିବା ବେଳେ ଏକ୍ଜିକ୍ୟୁଟିଭ୍ ଶ୍ରେଣୀ ପାଇଁ ୧୮୦ ଡିଗ୍ରୀ ବୁଲିପାରୁଥିବା ସିଟ୍ ରହିଛି । ତାସହିତ ଟ୍ରେନରେ ରହିଛି ବାୟୋ ଭାକ୍ୟୁମ୍ ଟଏଲେଟ୍ ।

କେତେ ରହିଛି ଟିକେଟ୍ ମୂଲ୍ୟ ?

ଏସି ଚେୟାର କାର (CC)

  • ହାୱଡାରୁ ପୁରୀ- 1,265 ଟଙ୍କା, କ୍ୟାଟରିଂ ଚାର୍ଜ 162 ଟଙ୍କା
  • ହାୱଡାରୁ ଖୋର୍ଦ୍ଦା ରୋଡ୍ ଜଙ୍କସନ- 1,155 ଟଙ୍କା
  • ହାୱଡାରୁ ଭୁବନେଶ୍ୱର - 1,125 ଟଙ୍କା
  • ହାୱଡାରୁ କଟକ - 1,095 ଟଙ୍କା
  • ହାୱଡାରୁ ଯାଜପୁର ରୋଡ୍ - 975 ଟଙ୍କା
  • ହାୱଡାରୁ ଭଦ୍ରକ - 910 ଟଙ୍କା
  • ହାୱଡାରୁ ବାଲେଶ୍ୱର - 805 ଟଙ୍କା
  • ହାୱଡାରୁ ଖଡକପୁର - 605 ଟଙ୍କା

ଏକଜକ୍ୟୁଟିଭ୍ ଚେୟାର କାର (EC)

  • ହାୱଡାରୁ ପୁରୀ - 195 ଟଙ୍କା କ୍ୟାଟରିଂ ଚାର୍ଜ ସହିତ 2,420 ଟଙ୍କା
  • ହାୱଡାରୁ ଖୋର୍ଦ୍ଦା ରୋଡ୍ ଜଙ୍କସନ - 2,190 ଟଙ୍କା
  • ହାୱଡାରୁ ଭୁବନେଶ୍ୱର- 2,130 ଟଙ୍କା
  • ହାୱଡାରୁ କଟକ - 2,065 ଟଙ୍କା
  • ହାୱଡାରୁ ଯାଜପୁର ରୋଡ୍ - 1,810 ଟଙ୍କା
  • ହାୱଡାରୁ ଭଦ୍ରକ - 1,690 ଟଙ୍କା
  • ହାୱଡାରୁ ବାଲେଶ୍ୱର - 1,480 ଟଙ୍କା
  • ହାୱଡାରୁ ଖଡକପୁର- 1,075 ଟଙ୍କା

କ୍ୟାଟରିଂ ଚାର୍ଜ: ଏହି ଟ୍ରେନରେ ଖାଦ୍ୟ ପସନ୍ଦ ଇଚ୍ଛାଧୀନ ଅଟେ । ଯଦି କେହି ନୋ ଫୁଡ୍ ଅପ୍ସନ୍ ପାଇଁ ଚୟନ କରନ୍ତି । ତେବେ ଭଡାଠାରୁ କ୍ୟାଟରିଂ ଚାର୍ଜ କଟାଯିବ ।

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୨୮ ଓ ମେ' ୭ ତାରିଖରେ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସର ଦୁଇ ଦୁଇ ଥର ସଫଳ ଟ୍ରାଏଲ ରନ୍ ହୋଇ ସାରିଛି । ଏହା ଓଡିଶା ପାଇଁ ପ୍ରଥମ ଏବଂ ପଶ୍ଚିମବଙ୍ଗ ପାଇଁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+