କାଲିଠୁ ଓଡିଶାରେ ବନ୍ଦେ ଭାରତ ଏକ୍ସପ୍ରେସ: ଜାଣନ୍ତୁ, କେତେ ଅଛି ଟିକେଟ୍ ମୂଲ୍ୟ ? କେମିତି କରିବେ ବୁକିଙ୍ଗ୍ ?

Vande Bharat Express in Odisha: ଆସନ୍ତାକାଲିଠୁ ଓଡିଶାରେ ଗଡ଼ିବ ବହ ପ୍ରତୀକ୍ଷିତ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀରୁ ହାୱଡା ମଧ୍ୟରେ ଚଳାଚଳ କରିବ ଏହି ସେମି ହାଇସ୍ପିଡ୍ ଟ୍ରେନ୍। ଆସନ୍ତାକାଲି ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।

ଏଥିପାଇଁ ପୁରୀ ରେଳ ଷ୍ଟେସନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ରେଳ ଟ୍ରାକକୁ ରଙ୍ଗ କରାଯାଉଛି । ବନ୍ଦେ ଭାରତ ଶୁଭାରମ୍ଭ ଉତ୍ସବରେ ପୁରୀ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶ ଲାଲ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଓଡ଼ିଶାର ଅନ୍ୟ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ସକାଳ 9 ଟାରୁ ଆରମ୍ଭ ହେବ ଏବଂ ପିଏମ ମୋଦି ମଧ୍ୟାହ୍ନ ପ୍ରାୟ 12 ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେବେ ।

Vande Bharat Express

ଏହି 16 ଟି କୋଚ୍ ବିଶିଷ୍ଟ ସେମି ହାଇ ସ୍ପିଡ୍ ଟ୍ରେନ ନିୟମିତ ଭାବେ ମେ 20 ତାରିଖରୁ ଚାଲିବା ଆରମ୍ଭ କରିବ । ଏହି ସେବା ଗୁରୁବାର ବ୍ୟତୀତ ସପ୍ତାହରେ ଛଅ ଦିନ ଉପଲବ୍ଧ ହେବ । ଖୋର୍ଦ୍ଧା ରୋଡ୍, ଭୁବନେଶ୍ବର, କଟକ, ଯାଜପୁର ରୋଡ୍, ଭଦ୍ରକ, ବାଲେଶ୍ବର, ଖଡ଼ଗପୁର ଷ୍ଟେସନରେ ୨ ମିନିଟ ଲେଖାଏଁ ଏହି ଟ୍ରେନ୍ ରହିବ। ବନ୍ଦେ ଭାରତ ଟ୍ରେନ୍ ଚଳାଚଳକୁ ନେଇ ଯାତ୍ରୀ ବେଶ ଉତ୍ସାହୀ ଥିବା ବେଳେ ଏହା ଲୋକଙ୍କ ଯାତ୍ରା ସମୟକୁ ଢେର କମାଇବ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ ।

ବନ୍ଦେ ଭାରତ ଏକ୍ସପ୍ରେସର ସମୟ ସାରଣୀ- ପୂର୍ବତଟ ରେଳପଥ ପକ୍ଷରୁ ରେଳ ବୋର୍ଡକୁ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ, ପ୍ରତିଦିନ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ ସକାଳ ୬ଟା ୧୦ରେ ହାୱଡା ଷ୍ଟେସନରୁ ବାହାରି ୧୨ଟା ୨୫ରେ ପୁରୀରେ ପହଞ୍ଚିବ। ସେହିପରି ଅପରାହ୍ନ ଗୋଟାଏ ୫୦ ମିନିଟରେ ପୁରୀ ଷ୍ଟେସନ ଛାଡ଼ିବ ଓ ସନ୍ଧ୍ୟା ସାଢ଼େ ୮ଟାରେ ହାୱଡାରେ ପହଞ୍ଚିବ।

ତେବେ ରେଳ ବିଭାଗର ସୂଚନା ଅନୁଯାୟୀ, 22895 ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ପାଇଁ ଯାତ୍ରୀଙ୍କ ବୁକିଂ ମେ 17 ରୁ ଅନଲାଇନ୍ ଏବଂ ଅଫଲାଇନ୍ ମୋଡରେ କରିପାରିବେ । ଯାତ୍ରୀମାନେ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ର ଅଫିସିଆଲ୍ ୱେବସାଇଟ୍ କିମ୍ବା ଆପକୁ ଯାଇ ଟିକେଟ୍ ବୁକିଂ କରି ପାରିବେ ।

ଟ୍ରେନ୍ ଚାଲୁଥିବା ଯାଏଁ ଡୋର୍ ଖୋଲିବ ନାହିଁ କିମ୍ବା ବନ୍ଦ ନ ହେବା ଯାଏଁ ଚାଲିବ ନାହିଁ। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଥିରେ ଲାଗିଛି ଅଟୋମେଟେଡ୍ କ୍ଲୋଜିଂ ଡୋର୍ । ପ୍ରତି କୋଚ୍ ରେ ୪ଟି ଲେଖାଏଁ ଏମର୍ଜେନ୍ସି ୱିଣ୍ଡୋ ଓ ୪ଟି ଲେଖାଏଁ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି । ସବୁ ଶ୍ରେଣୀର ଯାତ୍ରୀଙ୍କ ପାଇଁ ରିକ୍ଲାଇନର ସିଟ୍ ବ୍ୟବସ୍ଥା ଥିବା ବେଳେ ଏକ୍ଜିକ୍ୟୁଟିଭ୍ ଶ୍ରେଣୀ ପାଇଁ ୧୮୦ ଡିଗ୍ରୀ ବୁଲିପାରୁଥିବା ସିଟ୍ ରହିଛି । ତାସହିତ ଟ୍ରେନରେ ରହିଛି ବାୟୋ ଭାକ୍ୟୁମ୍ ଟଏଲେଟ୍ ।

କେତେ ରହିଛି ଟିକେଟ୍ ମୂଲ୍ୟ ?

ଏସି ଚେୟାର କାର (CC)

  • ହାୱଡାରୁ ପୁରୀ- 1,265 ଟଙ୍କା, କ୍ୟାଟରିଂ ଚାର୍ଜ 162 ଟଙ୍କା
  • ହାୱଡାରୁ ଖୋର୍ଦ୍ଦା ରୋଡ୍ ଜଙ୍କସନ- 1,155 ଟଙ୍କା
  • ହାୱଡାରୁ ଭୁବନେଶ୍ୱର - 1,125 ଟଙ୍କା
  • ହାୱଡାରୁ କଟକ - 1,095 ଟଙ୍କା
  • ହାୱଡାରୁ ଯାଜପୁର ରୋଡ୍ - 975 ଟଙ୍କା
  • ହାୱଡାରୁ ଭଦ୍ରକ - 910 ଟଙ୍କା
  • ହାୱଡାରୁ ବାଲେଶ୍ୱର - 805 ଟଙ୍କା
  • ହାୱଡାରୁ ଖଡକପୁର - 605 ଟଙ୍କା

ଏକଜକ୍ୟୁଟିଭ୍ ଚେୟାର କାର (EC)

  • ହାୱଡାରୁ ପୁରୀ - 195 ଟଙ୍କା କ୍ୟାଟରିଂ ଚାର୍ଜ ସହିତ 2,420 ଟଙ୍କା
  • ହାୱଡାରୁ ଖୋର୍ଦ୍ଦା ରୋଡ୍ ଜଙ୍କସନ - 2,190 ଟଙ୍କା
  • ହାୱଡାରୁ ଭୁବନେଶ୍ୱର- 2,130 ଟଙ୍କା
  • ହାୱଡାରୁ କଟକ - 2,065 ଟଙ୍କା
  • ହାୱଡାରୁ ଯାଜପୁର ରୋଡ୍ - 1,810 ଟଙ୍କା
  • ହାୱଡାରୁ ଭଦ୍ରକ - 1,690 ଟଙ୍କା
  • ହାୱଡାରୁ ବାଲେଶ୍ୱର - 1,480 ଟଙ୍କା
  • ହାୱଡାରୁ ଖଡକପୁର- 1,075 ଟଙ୍କା

କ୍ୟାଟରିଂ ଚାର୍ଜ: ଏହି ଟ୍ରେନରେ ଖାଦ୍ୟ ପସନ୍ଦ ଇଚ୍ଛାଧୀନ ଅଟେ । ଯଦି କେହି ନୋ ଫୁଡ୍ ଅପ୍ସନ୍ ପାଇଁ ଚୟନ କରନ୍ତି । ତେବେ ଭଡାଠାରୁ କ୍ୟାଟରିଂ ଚାର୍ଜ କଟାଯିବ ।

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୨୮ ଓ ମେ' ୭ ତାରିଖରେ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସର ଦୁଇ ଦୁଇ ଥର ସଫଳ ଟ୍ରାଏଲ ରନ୍ ହୋଇ ସାରିଛି । ଏହି ଟ୍ରେନ୍ କାର୍ଯ୍ୟକ୍ଷମ ହେଲେ ଏହା ଓଡିଶା ପାଇଁ ପ୍ରଥମ ଏବଂ ପଶ୍ଚିମବଙ୍ଗ ପାଇଁ ଦ୍ୱିତୀୟ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+