ଏହି ତାରିଖଠୁ ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ
Vande Bharat Express: ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ମାର୍ଚ୍ଚ ୧୨ ତାରିଖ ମଙ୍ଗଳବାରଠାରୁ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮୫ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପର ଲୋକାର୍ପଣ କରିବେ । ଯେଉଁଥିରେ ପ୍ରଧାନମନ୍ତ୍ରୀ ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବା ନେଇ ସୂଚନା ରହିଛି । ଯାହା ମଧ୍ୟରୁ ଓଡ଼ିଶାରେ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିବ । ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶାରୁ ବିଶାଖାପଟନମ୍ ପର୍ଯ୍ୟନ୍ତ ଚାଲିବ ।
ଓଡ଼ିଶାର ଚାଲିବାପାଇଁ ଥିବା ଏହି ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସଟି ଖୋର୍ଦ୍ଧା, ବାଲୁଗାଁ, ବ୍ରହ୍ମପୁର ଦେଇ ବିଶାଖପଟନମରେ ପହଞ୍ଚିବ । ଏହା ସପ୍ତାହକୁ ୬ ଦିନ ଚାଲିବା ନେଇ ସୂଚନା ରହିଛି । ଏହା ପୂର୍ବରୁ ଓଡ଼ିଶାରେ ୨ଟି ବନ୍ଦେ ଭାରତ ଏକ୍ସପ୍ରେସ ଚାଲିଥିଲା । ପ୍ରଥମଟି ପୁରୀ ହାୱଡା ଏବଂ ଦ୍ୱିତୀୟଟି ପୁରୀ ଏବଂ ରାଉରକେଲା ମଧ୍ୟ ଚଳାଚଳ କରୁଛି ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮୫ ହଜାର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିବେ । ସେହିପରି ସାରା ଦେଶରେ ଆସନ୍ତାକାଲି ୧୦ଟି ନୂତନ ବନ୍ଦେ ଭାରତର ଶୁଭାରମ୍ଭ ହେବାସହ ୪ଟି ବନ୍ଦେ ଭାରତ ଟ୍ରେନ୍ର ସମ୍ପ୍ରସାରଣ ଏବଂ ଅନ୍ୟାନ୍ୟ ଟ୍ରେନ୍ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।












Click it and Unblock the Notifications