ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ଅଫିସରେ ଭଙ୍ଗାରୁଜା: ଅଣଛାତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ
ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ଅଫିସରେ ଭଙ୍ଗାରୁଜା । ଛାତ୍ର ସଂସଦ ଅଫିସର ଇନକମବେନ୍ସି ଚାର୍ଟକୁ ଭାଙ୍ଗିଲେ । ଛାତ୍ର ସଂସଦ ସଭାପତି ଓ ସାଧାରଣ ସମ୍ପାଦକଙ୍କ ନାମ ଫଳକ ଭାଙ୍ଗିଲେ । କ୍ୟାମ୍ପସରେ ପଶି କିଛି ଅଣଛାତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।
ସେପଟେ କଲେଜ ନିର୍ବାଚନ ବନ୍ଦ ନେଇ ହାଇକୋର୍ଟରେ ମାମଲା ପରେ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି ହୋଇଛି । ମୁଖ୍ୟ ସଚିବ, ଉଚ୍ଚ ଶିକ୍ଷା ଓ ଗଣ ଶିକ୍ଷା ସଚିବ, ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ନୋଟିସ୍ । ୧ ସପ୍ତାହ ମଧ୍ୟରେ ନୋଟିସ୍ର ଜବାବ ଦେବାକୁ ନିର୍ଦ୍ଦେଶ ହୋଇଛି ।
ଉଚ୍ଚ ଶିକ୍ଷା ବିଭାଗ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ କ୍ୟାଲେଣ୍ଡର ଜାରି କରିଛି । ତେବେ ଏଥିରେ ଛାତ୍ର ସଂସଦ ନିର୍ବାଚନ ନେଇ କିଛି ଉଲ୍ଲେଖ ହୋଇନାହିଁ । ନିର୍ବାଚନ ତାରିଖ ବାବଦରେ କୌଣସି ଉଲ୍ଲେଖ ହୋଇ ନାହିଁ । ଆଉ ସେବେଠାରୁ ଛାତ୍ର ସଂସଦ ନିର୍ବାଚନ ପାଇଁ ଜୋରଦାର ପ୍ରତିବାଦ ହେଉଛି ।

୨୦୧୭ରେ ହୋଇଥିବା ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳ ( BCJD ) ସବୁଠାରୁ ଅଧିକ କ୍ୟାମ୍ପସରେ ବିଜୟ ହୋଇଥିଲା । ସେହିପରି ଏବିଭିପି ଓ ଛାତ୍ର କଂଗ୍ରେସ ବି ଛାତ୍ର ସଂସଦ ନିର୍ବାଚନରେ ବିଭିନ୍ନ କ୍ୟାମ୍ପସରେ ଜିତିଥିଲେ ।
୨୦୧୮ ନିର୍ବାଚନ ପୂର୍ବ ଦିନ ବାତ୍ୟା ହେବାରୁ ନିର୍ବାଚନ ରଦ୍ଦ କରାଯାଇଥିଲେ । ତେବେ ଚଳିତ ବର୍ଷ ନିର୍ବାଚନ ହେବେ ବୋଲି ଦାବି ହୋଇଥିଲା । ତେବେ ସରକାରଙ୍କ ନୋଟିସରେ ନିର୍ବାଚନ ନେଇ କିଛି ନାହିଁ ।
ଉଚ୍ଚଶିକ୍ଷା ବିଭାଗର କ୍ୟାଲେଣ୍ଡରରେ ନାହିଁ ନିର୍ବାଚନ ନେଇ କିଛି ବି ଉଲ୍ଲେଖ ହୋଇନାହିଁ । ୟୁଜି, ପିଜିର ପରୀକ୍ଷା ସହ ସେମିଷ୍ଟର ପରୀକ୍ଷା ଫଳ, ଆଲୁମୁନି ମିଟଠୁ ନେଇ ସ୍ପୋର୍ଟ କାର୍ଯ୍ୟକ୍ରମ ପାଇଁ ମଧ୍ୟ ତାରିଖ ନିର୍ଦ୍ଧାରିତ କରାଯାଇଛି । ହେଲେ ଛାତ୍ର ସଂସଦ ନିର୍ବାଚନ ନେଇ କିଛି ନଥିବାରୁ ଏ ନେଇ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି ।
ଚଳିତ ଶିକ୍ଷାବର୍ଷରେ ୧୮୦ ଦିନ ପାଠପଢା ରହିଥିବା ବେଳେ ୭୨ ଦିନ ଛୁଟି ରହିଛି । ଅକ୍ଟୋବର ୨୧ରୁ ୮ ଦିନ ପର୍ଯ୍ୟନ୍ତ ପୂଜା ଛୁଟି ରହିଛି ।
-
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
୬୯ ମଣ୍ଡି ନୋଡାଲ ଅଫିସର୍ଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ, ଦରମା ବନ୍ଦ କଲେ ଜିଲ୍ଲାପାଳ -
ରାଜ୍ୟରେ ରନ୍ଧନ ଗ୍ୟାସ ସଙ୍କଟ, ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
୪ ଜିଲ୍ଲାରେ କାଳବେଶାଖୀ ସମ୍ଭାବନା -
IPL 2026: ଏହି ଦିନ ଘୋଷଣା ହେଵ କାର୍ଯ୍ୟସୂଚୀ !












Click it and Unblock the Notifications