ଭ୍ୟାନ୍ ଓଲଟି ୧୨ ଜଣ କାଉଡ଼ିଆ ଆହତ; ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି
ଆନନ୍ଦପୁର : ଭ୍ୟାନ୍ ଓଲଟି ୧୨ ଜଣ କାଉଡ଼ିଆ ଆହତ । ସମସ୍ତ ଗୁରୁତର ଓ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଛି । ସେମାନଙ୍କ ଚିକିତ୍ସା ଜାରି ରହିଛି । NH ୨୦ ଗୋହିରା ନିକଟରେ କାଉଡିଆଙ୍କ ଗାଡି ଦୁର୍ଘଟଣା ହୋଇଛି ।
କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଗୋହିରା ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ଏକ ଭ୍ୟାନ୍ ଓଲଟି ପଡ଼ିବାରୁ ୧୨ ଜଣ କାଉଡ଼ିଆ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି।

ସୂଚନା ମୁତାବକ ଦୁଇଟି ଗାଡ଼ିରେ କେନ୍ଦ୍ରାପଡ଼ାରୁ କିଛି ଯୁବକ ଯୋଡ଼ା ମୂର୍ଗା ମହାଦେବଙ୍କ ନିକଟକୁ ଜଳଲାଗି ପାଇଁ ଯାଉଥିଲେ । ଗୋଟିଏ ଟାଟା ମାସ୍କିମା ଗାଡ଼ି ନିୟନ୍ତ୍ରଣ ହରାଇ ସେଠାରେ ଓଲଟି ପଡ଼ିଥିଲା ବୋଲି ଜଣାପଡ଼ିଛି ।
ସେମାନେ ଓ ଅନ୍ୟ କିଛି ଯୁବକ ଦୁଇଟି ଗାଡ଼ିରେ ଯୋଡ଼ାର ମୂର୍ଗା ମହାଦେବଙ୍କ ପାଖକୁ ଜଳଲାଗି ପାଇଁ ଯାଉଥିଲେ। ତେବେ ଦୋହିରା ନିକଟରେ ଗୋଟିଏ ଗାଡ଼ି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା।
ସେଥିରେ ୧୨ ଜଣ ବସିଥିଲେ। ସମସ୍ତେ ଆହତ ହୋଇଛନ୍ତି ଓ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।












Click it and Unblock the Notifications