ପ୍ରେମ ସପ୍ତାହରେ ପ୍ରତାରଣାର କାହଣୀ: ଧୋକା ଖାଇବା ପରେ ବି ପ୍ରେମିକକୁ ପାଇବା ପାଇଁ ଜିଦ

ସମ୍ୱଲପୁର ସହରରେ ଦେଖିବାକୁ ମିଳିଛି ଏମିତି ଜଣେ ମହିଳାଙ୍କୁ, ଯିଏ ନିଜ ପ୍ରେମିକଙ୍କୁ ପାଇବା ପାଇଁ ଜିଦ ଧରି ବସିଛନ୍ତି । ଯାହା ସମ୍ବଲପୁର ସହରରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବଲପୁର: ଦୀର୍ଘ 5 ଦିନ ହେବ ଅଖିଆ-ଅପିଆ ଅବସ୍ଥାରେ ସମ୍ବଲପୁର ସହରରେ ବୁଲୁଛନ୍ତି ଜଣେ ମହିଳା । ଏ ଥାନାରୁ ସେ ଥାନା, ଏ କାର୍ଯ୍ୟାଳୟରୁ ସେ କାର୍ଯ୍ୟାଳୟକୁ ଘୁରି ବୁଲୁଛନ୍ତି । ଜିଦ୍ ତାଙ୍କ ପ୍ରେମିକକୁ ଫେରିବା ପାଇଁ । ମାତ୍ର ଯାହା ସଫଳ ହୋଇ ପାରୁନାହିଁ । ତେବେ କଣ ଏହି କାହାଣୀ ? କଣ ଏହି କୌଣସି ସିନେମାର କାହାଣୀ ନା ସତ ? ଭ୍ୟାଲେଣ୍ଟାଇନ୍ ଓ୍ୱିକସରେ ପଢନ୍ତୁ ଆମର ଏହି ରିପୋର୍ଟ ।

ଆଜ୍ଞା, ଆମେ ଆପଣଙ୍କୁ କହିବାକୁ ଯାଉଥିବା କାହଣୀ ଏକଦମ ସତ । କୌଣସି ସିନେମାର ନୂହେଁ କି, କୌଣସି କାଳ୍ପନିକ କାହାଣୀ ନୂହେଁ । ସମ୍ୱଲପୁର ସହରରେ ଦେଖିବାକୁ ମିଳିଛି ଏମିତି ଜଣେ ମହିଳାଙ୍କୁ, ଯିଏ ନିଜ ପ୍ରେମିକଙ୍କୁ ପାଇବା ପାଇଁ ଜିଦ ଧରି ବସିଛନ୍ତି । ଯାହା ସମ୍ବଲପୁର ସହରରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି ।

Valentine Week Special

କଣ ଘଟଣା:

ସୂଚନା ଅନୁସାରେ, ଦଳାଇପଡ଼ାର ଜଣେ ଯୁବକଙ୍କ ଦ୍ୱାରା ସଦର ଥାନା ଅଞ୍ଚଳର ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଥିଲେ । ତେବେ ଯୁବକ ଜଣଙ୍କ ବିବାହ ପ୍ରତିଶ୍ରୁତି ଦେବା ପରେ ପୀଡ଼ିତାଙ୍କୁ ନେଇ ନିଜ ପାଖରେ ରଖିଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ କୋର୍ଟରେ ଉଭୟ ବିବାହ କରିଥିଲେ । ଏହା ପରେ ଦୀର୍ଘ ୨ ବର୍ଷ ଧରି ଉଭୟେ ସ୍ୱାମୀ-ସ୍ତ୍ରୀ ଭଳି ରହୁଥିଲେ । କିନ୍ତୁ ଦମ୍ପତିଙ୍କ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିବା ପରେ ଯୁବକ ଜଣଙ୍କ ସ୍ତ୍ରୀକୁ ଘରୁ କାଢ଼ି ଦେଇଥିଲେ । କୌଣସି ଉପାୟ ନପାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା ।

ତାଙ୍କୁ ଉଦ୍ଧାର ପରେ ସେ ସ୍ୱାମୀ ପାଖକୁ ଫେରିବାକୁ ଜିଦ୍‌ ଧରି ବସି ରହିଛନ୍ତି । କିନ୍ତୁ ସ୍ୱାମୀ ତାଙ୍କୁ ରଖିବାକୁ ନାରାଜ। ପୋଲିସ୍‌ କହିବା ପରେ ବି ସେ ସ୍ୱାମୀ ବିରୋଧରେ ଏତଲା ଦେଉନାହାଁନ୍ତି । କେବଳ ସ୍ୱାମୀ ପାଖକୁ ଫେରିଯିବାକୁ ଜିଦ୍‌ ଧରି ଦିନ ଦିନ ଧରି ଅଖିଆ ଅପିଆ ପଡ଼ିରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+