ଆଜି ପବିତ୍ର ବୈଶାଖ ପୂର୍ଣ୍ଣିମା ବା ଚନ୍ଦନ ପୂର୍ଣ୍ଣିମା; କଣ ରହିଛି ମହତ୍ତ୍ଵ ଜାଣନ୍ତୁ

ବୈଶାଖ ମାସର ଶେଷ ଦିନଟି ହେଉଛି ବୈଶାଖ ପୂର୍ଣ୍ଣିମା ବା ଚନ୍ଦନ ପୂର୍ଣ୍ଣିମା କୁହାଯାଏ । ଏହାକୁ ବୁଦ୍ଧ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହିଦିନ ଟିର ରହିଛି କିଛି ବିଶେଷ ମହତ୍ତ୍ଵ ।

ବୈଶାଖ ପୂର୍ଣ୍ଣିମାରେ କଣ ରହିଛି ମହତ୍ତ୍ଵ
ପୌରାଣିକ କଥା ଅନୁସାରେ, ଧନେଶ୍ୱର ନାମକ ଜଣେ ଧନୀ ବ୍ୟକ୍ତି ଥିଲେ । ତାଙ୍କର କୌଣସି ସନ୍ତାନ ହେଉ ନଥିଲେ । ଏକଦା ତାଙ୍କର ଜଣେ ଯୋଗୀ ଙ୍କ ସହିତ ସାକ୍ଷାତ ହେଲା । ଯୋଗୀ ଜଣଙ୍କ ଧନେଶ୍ୱର ଙ୍କୁ ବୈଶାଖ ମାସ ପୂର୍ଣ୍ଣିମା ବ୍ରତ ପାଳନ କରିବା ପାଇଁ କହିଥିଲେ । ଏହାପରେ ଧନେଶ୍ୱର ପୂର୍ଣ୍ଣିମା ବ୍ରତ କରିଥିଲେ ଏବଂ ଶ୍ରୀହରୀଙ୍କ ସହିତ ମାତା ଲକ୍ଷ୍ମୀଙ୍କ ପୂଜା କରିଥିଲେ । ଏହି ବ୍ରତ ର କିଛିଦିନ ପରେ ତାର ପତ୍ନୀ ଗର୍ଭବତୀ ହୋଇଥିଲା । ଏବଂ ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା ସେହି ଦିନଠାରୁ ବୈବାହିକ ଦମ୍ପତି ବୈଶାଖ ବ୍ରତ କରିବାର ପରମ୍ପରା ରହି ଆସୁଛି ।

Vaishakh Purnima

ବୈଶାଖ ମାସର ପୂର୍ଣ୍ଣମୀ ତିଥିରେ ବୁଦ୍ଧ ଜୟନ୍ତୀ ପାଳିତ ହୁଏ। ତେଣୁ ଏହି ପୂର୍ଣ୍ଣିମାକୁ ବୌଦ୍ଧ ପୂର୍ଣ୍ଣିମା କୁହାଯାଏ। ବୌଦ୍ଧ ଧର୍ମରେ ପର୍ବପର୍ବାଣି ଓ ଆଡମ୍ବର କମ୍ ଥିଲେ ହେଁ ଉପାସନା, ଆରାଧନା, ଧ୍ୟାନ ଓ ସାଧନା ଆଦି ଆଚରଣବିଧି ପାଇଁ ବର୍ଷର ବାରଟିଯାକ ପୂର୍ଣ୍ଣିମା ତିଥି ଅତ୍ୟନ୍ତ ପୁଣ୍ୟ ଦିବସ। ବୌଦ୍ଧ ଧର୍ମାବଲମ୍ବୀମାନେ ପ୍ରତ୍ୟେକ ପୂର୍ଣ୍ଣିମା ତିଥିରେ ପ୍ରାର୍ଥନା ଓ ଧ୍ୟାନ ବ୍ୟତୀତ ସ୍ୱତନ୍ତ୍ର ଉପାସନା ପର୍ଯ୍ୟନ୍ତ ଉପବାସ ରହିଥାନ୍ତି।

ବୁଦ୍ଧ ଜୟନ୍ତୀ ଦିବସର ତାତ୍ପର୍ଯ୍ୟ ହେଲା ସେହି ଦିନ ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ ଏବଂ ବୁଦ୍ଧତ୍ୱ ପ୍ରାପ୍ତ ଓ ନିର୍ବାଣ(ମୋକ୍ଷ) ପ୍ରାପ୍ତ ହୋଇଥିଲେ। ଗୌତମ ବୁଦ୍ଧଙ୍କ ଶୀଳ, ସମାଧି, ପ୍ରଜ୍ଞା ଏବଂ ସତ୍ୟ, ଅହିଂସା ଓ କରୁଣାର ବାଣୀ ରାଷ୍ଟ୍ର, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛି। ବୌଦ୍ଧଧର୍ମର ସିଦ୍ଧାନ୍ତ ଓଡ଼ିଶାର ଧର୍ମ, ସଂସ୍କୃତି, ସାହିତ୍ୟ ଓ ଆଚାରବ୍ୟବହାର କ୍ଷେତ୍ରରେ ପ୍ରୟୋଗ ହୋଇ ଆସିଛି। ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରେ ବୁଦ୍ଧଦେବ ମଧ୍ୟ ଏକ ଅବତାର ରୂପେ ସ୍ଥାନ ପାଇଛନ୍ତି।

ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବୌଦ୍ଧ ଧର୍ମାବଲମ୍ବୀମାନେ ବୁଦ୍ଧ ପୂର୍ଣ୍ଣିମାରେ ଧଉଳିଗିରି ଓ ଭୁବନେଶ୍ୱରର ବୌଦ୍ଧ ବିହାରଠାରେ ବୁଦ୍ଧ ଜୟନ୍ତୀ ପାଳନ ପାଇଁ ଏକତ୍ରିତ ହୁଅନ୍ତି । ବୌଦ୍ଧ ଧର୍ମର ନିର୍ବାଣ ବା ମୋକ୍ଷରେ ଚିର ଶାନ୍ତି ଓ ପରମ ଆନନ୍ଦ ପାଏ ଜଣେ ସାଧକ । ନିରବତା ଓ ନିସ୍ତବ୍‌ଧତା ଧ୍ୟାନ ପାଇଁ ଏକାନ୍ତ ଆବଶ୍ୟକ ଯାହାକି ବୌଦ୍ଧ ସାଧନାର ମୂଳଭିତ୍ତି। ବୁଦ୍ଧ ଜୟନ୍ତୀ ପଡୁଥିବା ଏହି ବୈଶାଖ ପୂର୍ଣ୍ଣିମାକୁ ମଧ୍ୟ ଚନ୍ଦନ ପୂର୍ଣ୍ଣିମା କହନ୍ତି ।ଏହି ଦିନ ମଧ୍ୟ ସନ୍ଥ ଭୀମଭୋଇ ଜୟନ୍ତୀ ପାଳନ କରାଯାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+