ଆଜି ଭାଙ୍ଗିବ ବହୁ ଚର୍ଚ୍ଚିତ ବୈକୁଣ୍ଠ ଧାମ, ଖାଲି ହେଉଛି ଆଶ୍ରମ
Odisha News: ଆଜି ଭାଙ୍ଗିବ ବହୁ ଚର୍ଚ୍ଚିତ ବୈକୁଣ୍ଠ ଧାମ । ଯାହା ପୂର୍ବରୁ ଆଶ୍ରମରୁ ଆସବାବପତ୍ର ଖାଲି କରାଯାଉଛି । ବିଡିଏ ପକ୍ଷରୁ ଖାଲି କରିବାର ନିର୍ଦ୍ଦେଶ ପରେ ଆଶ୍ରମ ଖାଲି କରୁଛନ୍ତି ଆନ୍ତେବାସୀ । ଦିନ ୧୨ଟା ପୂର୍ବରୁ ଆଶ୍ରମ ଖାଲି କରିବା ପାଇଁ ନିର୍ଦ୍ଦେଶ ରହିଛି । ଅନ୍ୟପଟେ ଏବେବି ଦେଖା ମିଳୁ ନାହିଁ ଆତ୍ମଘୋଷିତ ବାବା କାଶୀନାଥଙ୍କର ।

ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରେ ଦୀର୍ଘଦିନ ହେବ ସରକାରୀ ଜନିକୁ ହଡପ କରି ବୈକୁଣ୍ଠ ଧାନ ଆଶ୍ରମ କରିଥିଲେ ବାବା କାଶୀନାଥ । ନିଜ ପୁଅକୁ କଳକୀ ଅବତାର ଭାବେ ସଜେଇ ଲୋକଙ୍କୁ ଠକୁଥିଲେ ବାବା କାଶୀନାଥ । ନିକଟରେ ହାଇକୋର୍ଟ ଦେଇଥିବା ରହିତାଦେଶ ହଠାଇ ଦେଇଥିଲେ। ପୂର୍ବରୁ ଆଶ୍ରମ ଭାଙ୍ଗିବା ପାଇଁ ବିଡିଏ ନିର୍ଦ୍ଦେଶ ଦେଇଥିଲେ ।
ହେଲେ କୋର୍ଟ ଏହା ଉପରେ ରହିତାଦେଶ କରିଥିଲେ। ଏହାପରେ ଆଜି ପୁର୍ନବାର ବିଡିଏ ଆଶ୍ରମ ଭାଙ୍ଗିବା ପାଇଁ ନିର୍ଦ୍ଦେଷ ଦେଇଛନ୍ତି। ତେଣୁ ଯେଉଁମାନେ ଆଶ୍ରମ ଭିତରେ ରହିଛନ୍ତି କିମ୍ବା ସେମାନଙ୍କର ଜିନିଷ ପତ୍ର ରହିଛି ତାହା ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।












Click it and Unblock the Notifications