Get Updates
Get notified of breaking news, exclusive insights, and must-see stories!

ଏଣିକି ଘରୋଇ ହସ୍ପିଟାଲରେ ବନ୍ଦ ହେବ ଟିକାକରଣ !

ଏଥିସହିତ କେନ୍ଦ୍ର ସରକାରଙ୍କ ପରିବର୍ତ୍ତିତ ଟିକାକରଣ ନୀତି ଲାଗୁ ହେବା ପରେ ଘରୋଇ ହସ୍ପିଟାଲ ଗୁଡିକ ସର୍ଭିସ ଚାର୍ଜ ନେଇ ଦେଉଥିବା ଟିକାକୁ ବନ୍ଦ କରି ଦିଆଯାଇଛି ।

ଭୁବନେଶ୍ୱର: ତୃତୀୟ ଲହର ଆସିବା ପୂର୍ବରୁ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରିବା ପାଇଁ ଲକ୍ଷ୍ୟ ରଖିଛୁ । ଗତକାଲି (ସୋମବାର) ୧୬୧୩ଟି ଟିକାକରଣ କେନ୍ଦ୍ରରେ ୩ ଲକ୍ଷ ୩୨ହଜାର ୭୧୭ ଜଣଙ୍କୁ ଟିକାକରଣ କରାଯାଇଛି । ରାଜ୍ୟରେ ଆଜି ସୁଦ୍ଧା ୧ କୋଟିରୁ ଅଧିକ ଟିକାକରଣ ହୋଇଛି । ରାଜ୍ୟର ବର୍ତ୍ତମାନ କୋଭିସିଲ୍ଡ ଟିକା ୬ ଲକ୍ଷ ୯୮ହଜାର ଓ କୋଭାକ୍ସିନ ଟିକା ୪ ଲକ୍ଷ ୩୦ ହଜାର ମହଜୁଦ ରହିଛି । ଆଜି ମଧ୍ୟ ୧ ଲକ୍ଷ ୭୪ ହଜାର ୪୬୦ କୋଭିସିଲ୍ଡ ଟିକା ପହଞ୍ଚିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

corona vaccination

ଏଥିସହିତ କେନ୍ଦ୍ର ସରକାରଙ୍କ ପରିବର୍ତ୍ତିତ ଟିକାକରଣ ନୀତି ଲାଗୁ ହେବା ପରେ ଘରୋଇ ହସ୍ପିଟାଲ ଗୁଡିକ ସର୍ଭିସ ଚାର୍ଜ ନେଇ ଦେଉଥିବା ଟିକାକୁ ବନ୍ଦ କରି ଦିଆଯାଇଛି । ଘରୋଇ ହସ୍ପିଟାଲ ଗୁଡିକ ଚାହିଁଲେ ଆଜି ଠୁ ସିଧାସଳଖ ଭ୍ୟାକ୍ସିନ ପ୍ରସ୍ତୁତକାରୀ କମ୍ପାନୀ ଠୁ ଟିକା କିଣି ଦେଇପାରିବେ । ସରକାର ଯେଉଁ ଦର ଧାର୍ଯ୍ୟ କରିଛନ୍ତି ସେହି ଦର ଅନୁଯାୟୀ ଟିକାକରଣ କରିବେ । କୋଭିସିଲ୍ଡ ଟିକା ୭୮୦ ଟଙ୍କା ଓ କୋଭାକ୍ସିନ ଟିକା ୧୪୧୦ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହି ଦର ଅନୁଯାୟୀ ସେମାନେ ଟିକାକରଣ କରି ପାରିବେ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+