କାଲିଠୁ ରାଜ୍ୟରେ ବ୍ୟାପକ ହେବ ଟିକାକରଣ, ଦିନକୁ ୩ ଲକ୍ଷ ଡୋଜ୍ ଟାର୍ଗେଟ୍
କାଲିଠୁ କ୍ୟାମ୍ପେନ୍ ମୋଡ୍ରେ ଆରମ୍ଭ ହେବ ଟିକାକରଣ ପ୍ରକ୍ରିୟା । ରାଜ୍ୟରେ ବ୍ୟାପକ ହେବ ଟିକାକରଣ । କେନ୍ଦ୍ର ସରକାରଙ୍କ ନୂଆ ଟିକାକରଣ ନୀତି ଅନୁଯାୟୀ ହେବ ଟିକାକରଣ ।
ଭୁବନେଶ୍ୱର: କାଲିଠୁ କ୍ୟାମ୍ପେନ୍ ମୋଡ୍ରେ ଆରମ୍ଭ ହେବ ଟିକାକରଣ ପ୍ରକ୍ରିୟା । ରାଜ୍ୟରେ ବ୍ୟାପକ ହେବ ଟିକାକରଣ । କେନ୍ଦ୍ର ସରକାରଙ୍କ ନୂଆ ଟିକାକରଣ ନୀତି ଅନୁଯାୟୀ ହେବ ଟିକାକରଣ ।

ପୂର୍ବରୁ ରାଜ୍ୟରେ ଦୈନିକ ଦେଢ଼ ଲକ୍ଷ ଲୋକଙ୍କୁ ଟିକାକାରଣ କରାଯାଉଥିବା ବେଳେ କାଲିଠୁ ଏହା ଡବଲ୍ ହେବ। ଅର୍ଥାତ୍ ଏଣିକି ପ୍ରତିଦିନ ୩ ଲକ୍ଷ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଉଭୟ କେନ୍ଦ୍ର ପଠାଇଥିବା ଓ ରାଜ୍ୟ କିଣିଥିବା ଟିକା ଲୋକଙ୍କୁ ଦିଆଯିବ।
ଟିକାକରଣ ପାଇଁ ପ୍ରତି ବ୍ଲକ ଓ ଏନ୍ଏସିରେ ୫ ଟି ଲେଖାଏଁ ସେସନ୍ କରାଯିବ । ପୌର ପରିଷଦରେ ୧୦ଟି ଓ ମହାନଗର ନିଗମରେ ୨୦ଟି ସେସନ୍ କରାଯିବ । ଏନେଇ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ସିଡିଏମଓମାନଙ୍କୁ ଚିଠି କରାଯାଇଛି।
ସୁବିଧା ଅନୁସାରେ ଟିକାକରଣ ପାଇଁ ଅନ୍ଲାଇନ୍ ବା ଅଫ୍ଲାଇନ୍ରେ ପଞ୍ଜିକରଣ କରିବାକୁ ଜିଲ୍ଲାଗୁଡ଼ିକୁ କୁହାଯାଇଛି। ସେହିପରି ଟିକାର ଦ୍ୱିତୀୟ ଡୋଜ୍ ନେବାକୁ ଥିବା ଲୋକେ ଯେପରି ଠିକ୍ ସମୟରେ ଟିକା ନେଇ ପାରିବେ, ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି। ସବୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଜିଲ୍ଲାରେ ଟିକାକରଣ ପାଇଁ ଟାର୍ଗେଟ୍ ଧାର୍ଯ୍ୟ କରାଯାଇଛି ।












Click it and Unblock the Notifications