ରାଜଧାନୀର ୩ଟି ମଲ୍ରେ ଟୀକାଦାନ ଆରମ୍ଭ
Vaccination started in 3 malls in Capital City ... resumes at 10 Am .ରାଜଧାନୀର ୩ଟି ମଲ୍ରେ ଟୀକାଦାନ ଆରମ୍ଭ ..ସକାଳ ୧୦ଟାରୁ ଆରମ୍ଭ ହେବ ଟିକାକରଣ
ଭୁବନେଶ୍ୱର: ଏଥର ରାଜଧାନୀ ଭୁବନେଶ୍ୱର ମଲ୍ ରେ ମିଳିବ କରୋନା ଟିକା । ଗୁରୁବାର ଅର୍ଥାତ୍ ଆଜିଠାରୁ ରଜଧାନୀର ୩ଟି ମଲରେ ବୁଷ୍ଟର ଡୋଜ୍ ପ୍ରଦାନ କରାଯିବ । ଅଧିକରୁ ଅଧିକ ଲୋକ ଯେପରି ବୁଷ୍ଟର ଡୋଜ୍ ପାଇପାରିବେ ତାହକୁ ନଜର ରଖି ବିଏମସି ଏହି ନିଷ୍ପତ୍ତି ନେଇଛି । ଲୋକମାନେ ବିଭିନ୍ନ ଡାକ୍ତରଖାନ ସମେତ ରୁଦ୍ରପୁରସ୍ଥିତ ସିମ୍ଫୋନି ମଲ ,ପାତ୍ରପଡ଼ା ସ୍ଥିତ ଡିଏନ ରେଗାଲିଆ ଓ ରସୁଲଗଡ଼ର ଏସପ୍ଲାନେଡ୍ ମଲରେ ଏବେ କୋଭିଡ୍ ବୁଷ୍ଟର ଡୋଜ୍ ନେଇପାରିବେ । ସକାଳ ୧୦ଟାରୁ ମଧ୍ୟାହ୍ନ ୧ଟା ଓ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଟିକାଦାମନ କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବୁଷ୍ଟର ଡୋଜ୍ ପ୍ରଦାନକୁ ଅଧିକ ଗୁରୁତ୍ୱ ଦିଆଯାଇଛି ଓ ଅଧିକରରୁ ଅଧିକ ଲୋକ କିପରି ସହଜରେ ଟିକା ନେଇ ପାରିବେ ତାକୁ ଦୃଷ୍ଟିରେ ରଖାଯାଇ ଟିକାଦାନ କେନ୍ଦ୍ର ସଂଖ୍ୟାକୁ ବୃଦ୍ଧି କରାଯାଇଛି । ବିଏମସି ଟିକାଦାନ କେନ୍ଦ୍ରକୁ ୨୭ରୁ ୩୨କୁ ବୃଦ୍ଧି କରିଛି ।

ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି ରାଜ୍ୟର କରୋନା ସ୍ଥିତି । ଏହା ସହ ରାଜଧାନୀରେ ମଧ୍ୟ ବିଗୁଡୁଛି କରୋନା ସ୍ଥିତି ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ବୁଷ୍ଟର ଡୋଜ୍ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ୩ଟି ମଲ୍ ରେ ଟିକାଦାନ କରାଯିବା ଯେଉଁଠି ୧୮ରୁ ୫୯ ବୟସ ବର୍ଗଙ୍କୁ ଟିକାଦାନ ପାଇଁ ନିଷ୍ପତ୍ତି ନିଆଯାଇଛି । ଟିକାଦାନ କେନ୍ଦ୍ର ଅପକ୍ଷା ମଲରେ ଏଧିକ ସଂଖ୍ୟାରେ ଲୋକ ଟିକା ନେଇଥିବା ସୂଚନା ରହିଛି । ଟିକାଦାନ କେନ୍ଦ୍ରେରେ ୨ଶହରୁ ଏଧିକ ଟିକା ଦିଆଯାଇ ପାରୁ ନଥିବା ବେଳେ ମଲରେ ୫ ଶହରୁ ଅଧିକ ଟିକାକରଣ ହୋଇ ପାରୁଛି ।ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ପୁଣି ଥରେ ମଲରେ ଟିକାରଣ ବ୍ୟବସ୍ଥା ଆରମ୍ଭ କରାଯାଇଛି ।












Click it and Unblock the Notifications