For Quick Alerts
For Daily Alerts
ଆହୁରୀ ତୀବ୍ର ହେବ କରୋନା ବିରୋଧୀ ଲଢେଇ, ରାଜ୍ୟରେ ବଢିବ ଟିକାକରଣ କେନ୍ଦ୍ର
ପ୍ରତି ଘରୋଇ ଓ ସରକାରୀ ମେଡିକାଲ କଲେଜରେ ଏଣିକି ୫ଟି ସ୍ଥାନରେ ଟିକାକରଣ ବ୍ୟବସ୍ଥା କରାଯିବ ।
ଭୁବନେଶ୍ୱର: ଆହୁରୀ ତୀବ୍ର ହେବ କରୋନା ବିରୋଧୀ ଲଢେଇ । ମହାମାରୀ କରୋନାକୁ ମାତ ଦେବା ପାଇଁ ସଞ୍ଜିବନୀ ରୂପି କରୋନା ଟିକାକରଣ ପାଇଁ ରାଜ୍ୟରେ ବୃଦ୍ଧି ହେବ ଟିକାକରଣ କେନ୍ଦ୍ର । ପ୍ରତି ଘରୋଇ ଓ ସରକାରୀ ମେଡିକାଲ କଲେଜରେ ଏଣିକି ୫ଟି ସ୍ଥାନରେ ଟିକାକରଣ ବ୍ୟବସ୍ଥା କରାଯିବ ।
ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ଦୁଇଟି ସେସନରେ ଟିକାକରଣ କରାଯିବ । ଏହି ସବୁ ସ୍ଥାନରେ ୨୦୦ ଜଣଙ୍କୁ ଟିକା ଦିଆଯିବ । ୫ ଜଣ ବଦଳରେ ୬ ଜଣ ଭ୍ୟାକ୍ସିନ୍ ଇନଚାର୍ଜ ରହିବେ । ଏଥିପାଇଁ ପ୍ରତି ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ଶନିବାର ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ରାଜ୍ୟରେ ସଫଳ ହୋଇଛି । ରାଜ୍ୟରେ ୮୫ ପ୍ରତିଶତ ଟିକାକରଣ ହୋଇଥିବା ବେଳେ ୧୩ ହଜାର ୯୮୦ ଜଣ ଟିକା ନେଇଛନ୍ତି ।
Comments
English summary
ଆହୁରୀ ତୀବ୍ର ହେବ କରୋନା ବିରୋଧୀ ଲଢେଇ, ରାଜ୍ୟରେ ବଢିବ ଟିକାକରଣ କେନ୍ଦ୍ର
Story first published: Sunday, January 17, 2021, 18:47 [IST]