ଦିନକ ପରେ ପୁଣି ରାଜ୍ୟରେ କରୋନା ଟିକାକରଣ ପ୍ରକ୍ରିୟା
ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ । ୧୬ ତାରିଖରୁ ୨୫ ପର୍ଯ୍ୟନ୍ତ ଟିକାକରଣ ପ୍ରକ୍ରିୟା ସରିଥିବା ବେଳେ ମୋଟ୍ ୧ ଲକ୍ଷ ୭୭ ହଜାର ୯୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯାଇଛି ।
ଭୁବନେଶ୍ୱର: ଆଜି ସାଧାରଣତନ୍ତ୍ର ଦିବସ ବିରତି ପରେ ପୁଣି ରାଜ୍ୟରେ ଆସନ୍ତାକାଲିଠୁ ଆରମ୍ଭ ହେବ କୋଭିଡ ଟିକାକରଣ ପ୍ରକ୍ରିୟା । ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ । ୧୬ ତାରିଖରୁ ୨୫ ପର୍ଯ୍ୟନ୍ତ ଟିକାକରଣ ପ୍ରକ୍ରିୟା ସରିଥିବା ବେଳେ ମୋଟ୍ ୧ ଲକ୍ଷ ୭୭ ହଜାର ୯୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯାଇଛି । କୋଭିଡରେ ମୋଟ୍ ରେଜିଷ୍ଟ୍ରେସନ କରିଛନ୍ତି ୩ ଲକ୍ଷ ୫୦ ହଜାର ୭ ଶହ ୨୬ ଜଣ ସ୍ଵାସ୍ଥ୍ୟକର୍ମୀ ।

ଆସନ୍ତାକାଲି କେବଳ ଭୁବନେଶ୍ୱର ଓ ୨୮ ତାରିଖରୁ ଅନ୍ୟ ଜିଲ୍ଲାରେ ଟିକାକରଣ ହେବ । ଯେଉଁମାନେ ପଞ୍ଜୀକୃତ ହୋଇ ଟିକା ନେଇନାହାନ୍ତି, ସେମାନଙ୍କୁ ପୁଣି ପର୍ଯ୍ୟାୟକ୍ରମେ ଟିକା ପାଇଁ ଡକାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେହିପରି ୧୦ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟିକାକରଣ ପ୍ରକ୍ରିୟା ଶେଷ ହେବ ବୋଲି ସେ କହିଛନ୍ତି ।
ଟିକାକରଣ ପାଇଁ ପ୍ରତ୍ୟେକ ଜିଲ୍ଲାରୁ ମାଇକ୍ରୋ ପ୍ଲାନ ଆସିବ। ଅର୍ଥାତ କେବେ କେଉଁଠାରେ କେଉଁ ଦିନ ଓ କେତେ ଜଣଙ୍କୁ କରିବେ। ଆସନ୍ତାକାଲି କେବଳ ଭୁବନେଶ୍ୱର ଓ ୨୮ରୁ ଅନ୍ୟ ଜିଲ୍ଲାରେ ଟିକାକରଣ ହେବ।












Click it and Unblock the Notifications