ସରିଆସୁଛି ଛୁଟି, ୨୦ ରେ ଖୋଲିବ ସ୍କୁଲ

୫୮ଦିନ ପରେ ଆସନ୍ତା ୨୦ ତାରିଖରେ ସ୍କୁଲ ଖୋଲିବାକୁ ଯାଉଛି। ପୂର୍ବଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। ଶିକ୍ଷୟିତ୍ରୀ ଶିକ୍ଷକ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ଚତ୍ବେ ଏବଂ ଅପରାହ୍ନ ସାଢ଼େ ୪ଟା ଯାଏ କ୍ୟାମ୍ପସରେ ଉପସ୍ଥିତ ରହିବେ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବାବେଳେ ପିଲାଙ୍କ ପାଠପଢ଼ା ପାଇଁ ସ୍କୁଲଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

school
ଅତ୍ୟଧିକ ଖରା ଓ ଗରମ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୨ରୁ ବିଦ୍ୟାଳୟଗୁଡ଼ିକ ପାଇଁ ଖରାଛୁଟି ଘୋଷଣା କରିଥିଲେ। ୨୩ ତାରିଖରୁ ସ୍କୁଲ ବନ୍ଦ ରହିଥିଲା। ତେବେ ସ୍କୁଲ ଖୋଲିବା ପରେ ପିଲାଙ୍କ ପାଠପଢ଼ା ଯେପରି ସ୍ବାଭାବିକ ହେବ ଓ ୨୦୨୫-୨୬ ଶିକ୍ଷାବର୍ଷ ଠିକ୍‌ ଭାବେ ପରିଚାଳିତ ହୋଇପାରିବ ସେନେଇ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ/ପ୍ରଧାନଶିକ୍ଷକଙ୍କ ଉପରେ ଅଧିକ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହିପରି ଶିକ୍ଷୟିତ୍ରୀଶିକ୍ଷକ, ଅଫିସ କର୍ମଚାରୀ, ସଫେଇ କର୍ମଚାରୀ, ରୋଷେୟା ଜୁନ୍‌ ୧୯ରୁ ବିଦ୍ୟାଳୟରେ ଯୋଗଦେବାକୁ ଜିଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଚିଠି କରାଯାଇଛି। ସେମାନେ ବିଦ୍ୟାଳୟରେ ଯୋଗଦେଇ କ୍ଲାସରୁମ୍‌ ଏବଂ ବିଦ୍ୟାଳୟ ପରିସର ସଫା କରିବେ। ବର୍ଷା ଯୋଗୁ କ୍ୟାମ୍ପସ ପରିସରରେ ଉଠିଥିବା ଗଛଲତା ସଫା କରିବା, ପାଣି ଟାଙ୍କି ସଫା କରିବା, ପିଲାଙ୍କ ବସିବା ବେଞ୍ଚ୍‌ ଓ ଚେୟାରକୁ ଠିକ୍‌ ଭାବେ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ସେହିପରି ପରିସ୍ରାଗାର, ଇ-ଲାଇବ୍ରେରୀ, ରୋଷେଇ ଘରଗୁଡ଼ିକୁ ମଧ୍ୟ ସଫା କରିବା ସହିତ ମଧ୍ୟାହ୍ନଭୋଜନ ପାଇଁ ଥିବା ସାମଗ୍ରୀ ସବୁକୁ ଯାଞ୍ଚ କରିବାକୁ ପ୍ରଧାନ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ ଖରାଛୁଟି ବୃଦ୍ଧି କରାଯିବ ବୋଲି ଏବେ ବିଭିନ୍ନ ସୋସିଆଲ ମିଡିଆରେ ପୋଷ୍ଟ ଓ ଭିଡିଓ ଭାଇରାଲ ହେଉଛି। ଏହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକ ଦ୍ୱନ୍ଦ୍ୱରେ ପଡିଛନ୍ତି। ବିଭିନ୍ନ ସୋସିଆଲ ମିଡିଆ ପୋଷ୍ଟରେ ହଇଜା, କୋଭିଡ୍‌ ଓ ଗୁଳୁଗୁଳି ଆଦି ଭିନ୍ନ ଭିନ୍ନ କାରଣ ଦର୍ଶାଯାଉଛି। ତେବେ ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନ ଥିବାବେଳେ ଏହା ଏକ ଗୁଜବ ବୋଲି କୁହାଯାଉଛି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+