Get Updates
Get notified of breaking news, exclusive insights, and must-see stories!

ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗରେ ଖାଲିଥିବା ପଦବୀକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରାଯାଉଛି : ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ

ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗରେ ଖାଲିଥିବା ପଦବୀଗୁଡ଼ିକୁ ଅଗ୍ରାଧକାର ଭିତ୍ତିରେ ପୂରଣ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।

ଭୁବନେଶ୍ୱର: ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗରେ ଖାଲିଥିବା ପଦବୀଗୁଡ଼ିକୁ ଅଗ୍ରାଧକାର ଭିତ୍ତିରେ ପୂରଣ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି । କୃଷି ଭବନଠାରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ଓ ଏହାର ଅଗ୍ରଗତି ସଂପର୍କରେ ସମୀକ୍ଷା କରି କହିଲେ ଯେ, ବିଭାଗର ଲୋକାଭିମୁଖୀ କାର୍ଯ୍ୟକ୍ରମର ସୁଫଳ ଆନୁଷଙ୍ଗିକ କୃଷି ସହ ଜଡ଼ିତ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଖାଲିଥିବା ମୂଳ ପଦବୀଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରାଯିବ ।

ranendra pratap

ଓଡ଼ିଶା ଲୋକସେବା ଆୟୋଗ , ଓଡ଼ିଶା ଷ୍ଟାଫ ସିଲେକ୍‌ସନ୍ କମିଶନ ଏବଂ ଓଡ଼ିଶା ସବ୍‌ଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ୍ ଦ୍ଵାରା ଲିଷ୍କୃତ ଓ ମୌଖ୍ୟକ ପରୀକ୍ଷା କରାଯାଇ ପଦବୀ ପୂରଣ କରାଯାଉଥିବା ପରିପ୍ରେକ୍ଷୀରେ ଏ ଦିଗରେ ଆୟୋଗ ପକ୍ଷରୁ ହରିତ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ସ୍ବାଇଁ ପରାମର୍ଶ ଦେଇଥିଲେ । ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ପ୍ରମୁଖ ସଚିବ ଆର୍ . ରଘୁ ପ୍ରସାଦ ଖାଲିଥିବା ବିଭିନ୍ନ ପଦବୀ ପୂରଣ ଦିଗରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ବୈଠକର ସୂଚନା ଅନୁଯାୟୀ ଓଡ଼ିଶା ଲୋକସେବା ଆୟୋଗ ଦ୍ଵାରା 177ଟି ସହକାରୀ ମତ୍ସ୍ୟ ଅଧିକାରୀ ପଦବୀ ନିମନ୍ତେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି ।
ସେହିପରି 67ଟି ଜୁନିଅର ଫିସରିଜ୍ ଟେକ୍‌ନିକାଲ୍ ଆସିଷ୍ଟାଣ୍ଟ ପଦବୀ ନିମନ୍ତେ ଷ୍ଟାଫ ସିଲେକ୍‌ସନ୍ କମିଶନ ଦ୍ଵାରା ଲିଖ ପରୀକ୍ଷା କରାଯାଇଛି । ମତ୍ସ୍ୟ ନିର୍ଦ୍ଦେଶାଳୟ ଅଧୀନରେ ଚଳିତ ବର୍ଷ ଡିସେମ୍ବର 31 ତାରିଖ ସୁଦ୍ଧା ଖାଲି ହେଉଥିବା ସହକାରୀ ମତ୍ସ୍ୟ ଅଧିକାରୀ ଓ ଜୁନିଅର ଫିସରିଜ୍ ଟେକ୍‌ନିକାଲ୍ ଆସିଷ୍ଟାଣ୍ଟ ପଦବୀ ତାଲିକା ଆସନ୍ତା 7 ଦିନ ମଧ୍ୟରେ ପ୍ରସ୍ତୁତ କରି ପଦବୀ ପୂରଣ ନିମନ୍ତେ କ୍ଷମତାସଂପନ୍ନ କମିଟି ସମ୍ମୁଖରେ ପ୍ରସ୍ତାବ ଦେବା ପାଇଁ ମନ୍ତ୍ରୀ ସ୍ଵାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ।

ଓଡ଼ିଶା ସଚ୍ଚୋଅର୍ଡିନେଟ୍ ଷ୍ଟାଫ ସିଲେକ୍‌ସନ୍‌ କମିଶନ ଦ୍ଵାରା ମତ୍ସ୍ୟ ନିର୍ଦ୍ଦେଶାଳୟର 19ଟି ଜୁନିଅର କ୍ଲର୍କ ପଦବୀ ପୂରଣ ନିମନ୍ତେ ସାର୍ଟିଫିକେଟ୍ ଯାଞ୍ଚ କାର୍ଯ୍ୟ କରାଯିବା ପରେ ତାଲିକା ଚୂଡ଼ାନ୍ତ କରାଯିବ । ସେହିପରି ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟ ଅଧୀନରେ 351ଟି ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ଅତିରିକ୍ତ ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ପଦବୀ ପାଇଁ ଓଡ଼ିଶା ଲୋକସେବା ଆୟୋଗ ଦ୍ଵାରା ମୌଖ୍ୟକ ପରୀକ୍ଷା କରାଯାଇ ପ୍ରାର୍ଥୀ ତାଲିକା ସୁପାରିଶ କରାଯିବ । ଏତଦ୍‌ବ୍ୟତୀତ 454ଟି ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ପଦବୀ ପୂରଣ ନିମନ୍ତେ ବିଭାଗ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ 565ଟି ପ୍ରାଣୀସଂପଦ ନିରୀକ୍ଷକ ପଦବୀରେ ନିଯୁକ୍ତି ନିମନ୍ତେ ଲିଖ୍ ଓ ଶାରୀରିକ ପରୀକ୍ଷା ଶେଷ ହୋଇଛି ଓ ଖୁବ୍‌ଶୀଘ୍ର ପରୀକ୍ଷା ଫଳ ପ୍ରକାଶ ପାଇବ । ଦ୍ଵିତୀୟ ପର୍ଯ୍ୟାୟରେ 719ଟି ଏଲ୍‌ଆଇ ପଦବୀ ପୂରଣ ନିମନ୍ତେ ସବଅନେଟ୍ ଷ୍ଟାଫ୍ ସିଲେକ୍‌ସନ୍‌କୁ ଅନୁରୋଧ କରାଯାଇଛି ।

ବୈଠକରେ 719ଟି ଏଲ୍‌ଆଇ ପଦବୀ ନିମନ୍ତେ ବିଜ୍ଞାପନ ପ୍ରକାଶନ ନିମନ୍ତେ ଆୟୋଗର ସଚିବଙ୍କୁ ଅନୁରୋଧ କରାଯାଇଥିଲା । ବିଭିନ୍ନ ଅଦାଲତରେ ମକଦ୍ଦମା ଯୋଗୁଁ ପଦବୀ ପୂରଣ ଦିଗରେ ବାଧା ସୃଷ୍ଟି ହେଉଥିବାରୁ ବିଭାଗ ପକ୍ଷରୁ ଆଇନ ପରାମର୍ଶଦାତା ନିଯୁକ୍ତି କରିବା ସହିତ ମାମଲାଗୁଡ଼ିକର ଫଇସଲା ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ଆଡ଼ଭୋକେଟ୍‌ ଜେନେରାଲଙ୍କୁ ଅନୁରୋଧ କରିବା ପାଇଁ ମନ୍ତ୍ରୀ ସ୍ୱାଇଁ କହିଥିଲେ । ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ବିଶ୍ୱମୋହନ ରାୟ, ସୁମନ ବେହେରା ଓ ଗଙ୍ଗାଧର ନାୟକ, ମତ୍ସ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ ଓ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସମେତ ଓଡ଼ିଶା ଲୋକସେବା ଆୟୋଗ ଓ ଓଡ଼ିଶା ଷ୍ଟାଫ୍ ସିଲେକ୍‌ସନ୍ ଆୟୋଗର ସଚିବମାନେ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+