ଉତ୍ତରକାଶୀ ଟନେଲ ଟ୍ରାଜେଡି: ସମ୍ବଲପୁରରୁ ଗଲା ଅଗର ମେସିନ, ଆଜି ବାହାରି ପାରନ୍ତି ଶ୍ରମିକ

ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ୪୧ ଜଣ ଶ୍ରମିକ ଫସିଛନ୍ତି । ୧୨ ଦିନ ହେବ ଫସିଛନ୍ତି ଶ୍ରମିକ । ତାଙ୍କୁ ବିଭିନ୍ନ ଉପାୟରେ ଖାଦ୍ୟ ପଠାଯାଇଛି । ତେବେ ଏହାରି ଭିତରେ ଉଦ୍ଧାର କାମରେ ସହାୟକ ହୋଇଥିବା ଅଗର ମେସିନ୍ ସମ୍ବଲପୁରରୁ ଯାଇଛି । ଏହି ଅତ୍ୟାଧୁନିକ ମେସିନକୁ ଗ୍ରୀନ୍ କରିଡର ଦ୍ୱାରା ଉତ୍ତରକାଶୀ ପଠାଯାଇଛି ।

ଏହି ସ୍ବତନ୍ତ୍ର ଖନନ ମେସିନଟି ହୀରାକୁଦ ହିଣ୍ଡାଲକୋ କମ୍ପାନୀରେ କାମ କରୁଥିବା ଏକ ଠିକା ସଂସ୍ଥାର । ମେସିନକୁ ହୀରାକୁଦରୁ ଟ୍ରେନରେ ରାୟପୁର ନିଆ ଯାଇଥିଲା । ସେଠାରୁ ଏକ ଟ୍ରଲିରେ ଗ୍ୱାଲିୟର ନିଆ ଯାଇଥିଲା ।

ମେସିନକୁ ନେବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ଆସିଥିଲା । ଗ୍ରୀନ୍ କରିଡର କରି ଏହାକୁ ତୁରନ୍ତ ପଠାଇବାକୁ ନିର୍ଦ୍ଦେଶ ଥିଲା । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣଙ୍କ ଉପସ୍ଥିତିରେ ଏହି ମେସିନକୁ ସ୍ଥାନାନ୍ତର କରାଯାଇଛି ।

Uttarakhand Uttarakashi Tunnel

ଏହା ଏକ ବଡ ମେସିନ ହୋଇଥିବାରୁ ଏକ ମାଲବାହୀ ଟ୍ରେନ୍ ଓ ୬ଟି ଟ୍ରେଲରରେ ମେସିନକୁ ଖଣ୍ଡଖଣ୍ଡ କରି ପଠାଯାଇଛି । ସମ୍ବଲପୁରରୁ ରାୟପୁର, ଗ୍ୱାଲିୟର ଦେଇ ଟନେଲ ନିକଟକୁ ଏହି ମେସିନ୍ ସ୍ଥାନାନ୍ତର କରାଯାଇଛି ।

ସେପଟେ ଆଜି ଉଦ୍ଧାର ହୋଇପାରନ୍ତି ଫସିଥିବା ୪୧ ଶ୍ରମିକ । ଉଦ୍ଧାର କାର୍ଯ୍ୟ ଅନ୍ତିମ ଚରଣରେ ପହଞ୍ଚିଛି । ଏପର୍ଯ୍ୟନ୍ତ ପ୍ରାୟ ୪୭ ମିଟର ଖୋଳା ଗଲାଣି । ଗତକାଲି ଡ୍ରିଲିଂ ମେସିନ ଖରାପ ହୋଇଯିବାରୁ କାମ ବନ୍ଦ ଥିଲା । ତେବେ ତାହା ସଜାଡି ହେଇ ଗଲାଣି କିଛି ସମୟ ପରେ ପୁଣି ଡ୍ରିଲିଂ ଆରମ୍ଭ କରାଯିବ ।

ସୂଚନା ଯୋଗ୍ୟ, ଉଦ୍ଧାର କାର୍ଯ୍ୟରେ NDRF, SDRF, ITBP, BRO ଯବାନ ସାମିଲ ହୋଇଛନ୍ତି । ଯୁଦ୍ଧକାଳୀନ ପଦକ୍ଷେପ ନେଇ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ କରୁଛି । ଏହା ଚାରଧାମ ରୋଡ୍ ପ୍ରୋଜେକ୍ଟ ଅଧିନରେ ନିର୍ମାଣ ଚାଲିଛି । ଟନେଲ ନିର୍ମାଣ ହେଲେ ଉତ୍ତରକାଶୀରୁ ଯମୁନେତ୍ରୀ ଧାମର ଦୂରତା ୨୬ କିଲୋମିଟର କମ ରହିବ । ଟନେଲରେ ଝାଡଖଣ୍ଡ, ୟୁପି, ବିହାର, ଓଡ଼ିଶା ଏବଂ ଅନ୍ୟାନ୍ୟ ରାଜ୍ୟର ଶ୍ରମିକମାନେ ଫସି ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+