For Quick Alerts
Turn On Notification  
For Daily Alerts
Oneindia App Download

ଉତ୍ତରାଖଣ୍ଡ ହିମସ୍ଖଳନ: ଆଉ ଜଣେ ଓଡ଼ିଆ ଯୁବକ ନିଖୋଜ

ନିଖୋଜଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଥିବା ଉତ୍ତରାଖଣ୍ଡ ସରକାର ସୂଚନା ଦେଇଛନ୍ତି । ୨ ଜଣଙ୍କ ମଧ୍ୟରୁ ଜଣେ ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ମୟୂରଭଞ୍ଜ ଜିଲ୍ଲାର ।

|

ଡେରାଡୁନ: ଉତ୍ତରାଖଣ୍ଡ ଚମୋଲିଠାରେ ହୋଇଥିବା ହିମସ୍ଖଳନ ପ୍ରଳୟକୁ 3 ଦିନ ବିତିଛି । ଉଦ୍ଧାର କାର୍ଯ୍ୟ କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୩୨କୁ ପହଞ୍ଚିଲାଣି । ସେପଟେ ମିଳିଥିବା ସୂଚନା ଅନୁଯାଇ, ଏବେ ବି ପ୍ରାୟ ୨୦୪ ଜଣ ନିଖୋଜ ରହିଛନ୍ଚି । ତେବେ ନିଖୋଜଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଥିବା ଉତ୍ତରାଖଣ୍ଡ ସରକାର ସୂଚନା ଦେଇଛନ୍ତି ।

uttarakhand glacier burst

୨ ଜଣଙ୍କ ମଧ୍ୟରୁ ଜଣେ ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ମୟୂରଭଞ୍ଜ ଜିଲ୍ଲାର । ଭଦ୍ରକ ଚାନ୍ଦବାଲି ବ୍ଲକ କୁଦକାନ୍ଥି ଗାଁର ନାଗାର୍ଜୁନ ଦାସ ନିଖୋଜ ଅଛନ୍ତି । ଯାହାଙ୍କ ଖବର ଗତକାଲି ଘରଲୋକେ ଦେଇଥିଲେ । ସେହିଭଳି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ସାନ୍ତପୁଟିଆର ପର୍ଶୁରାମ ହାଂସଦା ନିଖୋଜ ଅଛନ୍ତି । ଉଭୟ ଋଷିଗଙ୍ଗା ପ୍ରକଳ୍ପରେ କାମ କରୁଥିଲେ । ହିମସ୍ଖଳନ ପରଠାରୁ ଉଭୟଙ୍କ କୌଣସି ଖୋଜ୍ ଖବର ନାହିଁ ।

ପଢନ୍ତୁ- ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣାରେ ଓଡ଼ିଆ ପୁଅ ନିଖୋଜ

ସେପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ସେତେଟା ଆଗେଇ ନଥିବା ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର । ଏବେ ଯାଏ ୩୨ଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ୮ ଜଣଙ୍କ ପରିଚୟ ମିଳିଛି । ୨୪ ଜଣଙ୍କ ପରିଚୟ ଖୋଜା ଚାଲିଛି । ମୃତକଙ୍କ ମଧ୍ୟରେ ଉତ୍ତରାଖଣ୍ଡ ପୋଲିସର ୨ କର୍ମଚାରୀ ଅଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
uttarakhand glacier burst: Another Odia youth missing
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X