ପଞ୍ଚଭୂତରେ ଲୀନ ହେଲେ ଉତ୍ତମ ମହାନ୍ତି; ମୁଖାଗ୍ନୀ ଦେଲେ ବାବୁସାନ୍
ପଞ୍ଚଭୂତରେ ଲୀନ ହେଲେ ଉତ୍ତମ ମହାନ୍ତି । ସବୁଠି ଦୁଃଖ । କାନ୍ଦୁଛି ଓଡ଼ିଶା ।ମୁଖାଗ୍ନୀ ଦେଲେ ବାବୁସାନ୍ ।
ଉତ୍ତମ ମହାନ୍ତିଙ୍କୁ ଗାର୍ଡ ଅଫ୍ ଅନର୍ । ସତ୍ୟନଗର ଶ୍ମଶାନରେ ଦିଆଗଲା ଗାର୍ଡ ଅଫ୍ ଅନର୍। ସବୁଠି ଦୁଃଖର ଛାୟା ।

ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କର ମନ ଜିଣିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଆଉ ନାହାନ୍ତି। ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଆଜି ତାଙ୍କର ମରଶରୀର ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଂଚିଥିଲା | ଏହାପରେ ମରଶରୀର ତାଙ୍କ ଜଗନ୍ନାଥ ବିହାର ସ୍ଥିତ ବାସଭବନକୁ ଅଣାଯାଇଛି | ସେଠାରେ ଅନ୍ତିମ ଦର୍ଶନ ପାଇଁ ମରଶରୀରକୁ ରଖାଯାଇଥିବାବେଳେ ପ୍ରବଳ ସଂଖ୍ୟାରେ ଶୁଭେଛୁ, ସିନେପ୍ରେମୀ ପହଂଚିଛନ୍ତି












Click it and Unblock the Notifications