ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ ହେଲେ ଉତ୍ତମ ମହାନ୍ତି

ଓଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ଥିବା ସୂଚନା ମିଳିଛି। ତାଙ୍କୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ କରାଯାଇଛି। ଉତ୍ତମ ମହାନ୍ତିଙ୍କ ଅତି ନିକଟ ସୂତ୍ରରୁ ଏହି ସୂଚନା ମିଳିଛି। ଉନ୍ନତ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ନିଆଯାଇଛି।

uttam Mohanty

ଉତ୍ତମ ମହାନ୍ତିଙ୍କୁ ଦିଲ୍ଲୀ ନିଆଯାଇଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ୱିଟାଲରେ ଉତ୍ତମ ମହାନ୍ତିଙ୍କୁ ଭର୍ତ୍ତି କରାଯାଇଥିଲା। ଆଇସିୟୁରେ ଚିକିତ୍ସା ଚାଲିଥିବା ବେଳେ ସେ ଭେଣ୍ଟିଲେଟରରେ ଥିଲେ। ତେବେ ଏହି ଖବର ଶୁଣି ଅନେକ ଚଳଚ୍ଚିତ୍ର ଦର୍ଶକ ଓ ପ୍ରଶଂସକ ଦୁଃଖ ପ୍ରକାଶ କରିଛନ୍ତି। ଲୋକପ୍ରିୟ ଅଭିନେତା ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।

ବାବୁସାନ୍ ଫିଲ୍ମସର ନୂଆ ସିନେମା 'ବୋଉ ବୁଟୁ ଭୂତ'ର ସୁଟିଂ ଚାଲିଥିବା ବେଳେ ଉତ୍ତମ ମହାନ୍ତି ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ‌ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଜଗଦୀଶ ମିଶ୍ରଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଉତ୍ତମ ମହାନ୍ତି ପତ୍ନୀ ଅପରାଜିତା ଓ ପୁଅ ବାବୁସାନଙ୍କ ସହ ଅଭିନୟ କରିଛନ୍ତି। ଏଥିରେ ଅର୍ଚ୍ଚିତା ନାୟିକା ଭୂମିକାରେ ନଜର ଆସିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+