Uttam Mohanty: 'ଅଭିମାନ'ରେ ଓଡିଆ ଚଳଚ୍ଚିତ୍ର ଜଗତକୁ ଆସିଥିଲେ, 'ବିଦ୍ୟାରାଣ' ପକାଇ ଚାଲିଗଲେ

'ଅଭିମାନ' ଜରିଆରେ ଓଡିଆ ଚଳଚ୍ଚିତ୍ର ଜଗତକୁ ଆସିଥିଲେ, 'ବିଦ୍ୟାରାଣ' ପକାଇ ଚାଲିଗଲେ । ସେ ଥିଲେ ଓଲିଉଡ଼ର 'ଦଣ୍ଡାବାଳୁଙ୍ଗା', 'ସରପଞ୍ଚ ବାବୁ' । ତାଙ୍କ ନାମ ଖାଲି ଉତ୍ତମ ମହାନ୍ତି ନଥିଲା, ତାଙ୍କ ବ୍ୟକ୍ତିତ୍ବ ମଧ୍ୟ ଉତ୍ତମ ଥିଲା ଓ ତାଙ୍କ ଅଭିନିତ ଫିଲ୍ମ ସର୍ବୋତ୍ତମ ଥିଲା ।

70ଦଶକରୁ ଦର୍ଶକଙ୍କ ମନରେ ରାଜ୍ କରିଆସୁଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଭେଟେରାନ ଅଭିନେତା ଉତ୍ତମ ମହାନ୍ତି । ସେ ସମୟରେ ସେ ଥିଲେ ରୋମାଣ୍ଟିକ ହିରୋ । ପରଦା ଉପରେ ହିରୋଇନ ସହ ତାଙ୍କର ରୋମାନ୍ସରେ ହଲରେ ସିଟି ବାଜୁଥିଲା, ତାଙ୍କ ଫାଇଟିଂରେ ଦର୍ଶକଙ୍କ କରତାଳି ପଡୁଥିଲା ।

ସେ କାନ୍ଦିଲେ ଦର୍ଶକଙ୍କ ଆଖିରେ ଲୁହ ଆସିଯାଉଥିଲା । ଫିଲ୍ମରେ ତାଙ୍କର ବଳିଷ୍ଠ ଅଭିନୟ ଯୋଗୁଁ ସେ ପାଲଟିଯାଇଥିଲେ ଓଡ଼ିଆ ଫିଲ୍ମ ଜଗତର ସୁପରଷ୍ଟାର । ତାଙ୍କର ନିଆରା ଅନ୍ଦାଜ, ଷ୍ଟାଇଲ ଏବଂ ଅଭିନୟରେ ଦର୍ଶକ ଦିଓ୍ବାନା ।

abhiman and end with vidyarana

ବଳିଷ୍ଠ ଅଭିନୟ ପାଇଁ ସମ୍ମାନ :

ଉତ୍ତମ ମହାନ୍ତି ନିଜ କ୍ୟାରିଅରରେ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର, ଜୟଦେବଲ ପୁରସ୍କାର (1999), ଶ୍ରେଷ୍ଠ ଅଭିନେତା ଭାବେ 3ଟି ଓ ସହ ଅଭିନେତା ଭାବରେ ଗୋଟିଏ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି l ସେ 1991 ରେ ରିଲିଜ ଫିଲ୍ମ (ତୋ ବିନୁ ଅନ୍ୟଗତି ନାହିଁ) ପାଇଁ ସହ- ଅଭିନେତା ଭାବରେ ଗୋଟିଏ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି l 1982-83-84 ରେ ରିଲିଜ ଫିଲ୍ମ ('ଫୁଲ ଚନ୍ଦନ', 'ଝିଅଟି ସୀତା ପରି', 'ଦଣ୍ଡା ବାଳୁଙ୍ଗା') ପାଇଁ ଶ୍ରେଷ୍ଠ ଅଭିନେତା ଭାବେ 3ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି l 2006 ରେ ଇନ୍ଦିରାଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର ଓ 2008ରେ ଶ୍ରେଷ୍ଠ ଅଭିନେତା ପାଇଁ ଫିଟଫାଟ ବାଇସ୍କୋପ ପୁରସ୍କାର ପାଇଛନ୍ତି l

ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର, ଜୟଦେବଲ ପୁରସ୍କାର (1999) ପାଇଛନ୍ତି ଉତ୍ତମ
ଶ୍ରେଷ୍ଠ ଅଭିନେତା ଭାବେ 3ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
ତୋ ବିନୁ ଅନ୍ୟଗତି ନାହିଁ ଫିଲ୍ମରେ ସହ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
2006 ରେ ଇନ୍ଦିରାଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର
2008ରେ ଶ୍ରେଷ୍ଠ ଅଭିନେତା ପାଇଁ ଫିଟଫାଟ ବାଇସ୍କୋପ ପୁରସ୍କାର

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+