ପଞ୍ଚଭୂତରେ ଲୀନହେଲେ ଉତ୍ତମ ମହାନ୍ତି; କାନ୍ଦୁଛି ସାରା ଓଡ଼ିଶା

ପଞ୍ଚଭୂତରେ ଲୀନହେଲେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି। ସତ୍ୟନଗର ଶଶ୍ମାନରେ ପୁତ୍ର ଧର୍ମ ପାଳନକରି ବାବୁସାନ୍‌ ମହାନ୍ତି ତାଙ୍କୁ ମୁଖାଗ୍ନି ଦେଇଛନ୍ତି।

ସେପଟେ ବନ୍ଧୁ ପରିଜନ, ଜ୍ଞାନ୍ତି କୁଟୁମ୍ବ ସାରା ଓଡ଼ିଶା ତାଙ୍କ ବିୟୋଗରେ ମ୍ରିୟମାଣ ହୋଇପଡ଼ିଛନ୍ତି। ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ତାଙ୍କ ପ୍ରଶଂସକ ମାନେ ବି ଦୁଖରେ ଭାଙ୍ଗି ପଡିଛନ୍ତି ।

୧୩୫ ଓଡ଼ିଆ, ୩୦ ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ ମହାନ୍ତି। ସେ ଅଭିନୟ କରିଥିବା ଏକମାତ୍ର ହିନ୍ଦୀ ସିନେମା ହେଉଛି 'ନୟା ଜହର', ଯାହା ୧୯୯୧ରେ ରିଲିଜ ହୋଇଥିଲା।

uttam mohanty dead

ନୟା ଜହର ହେଉଛି ଜ୍ୟୋତି ସରୁପଙ୍କ ନିର୍ଦ୍ଦେଶିତ ୧୯୯୧ ମସିହାରେ ର୍ନିମିତ ଏକ ବଲିଉଡ ହିନ୍ଦୀ ଡ୍ରାମା ଥ୍ରୀଲର୍‌ ଚଳଚ୍ଚିତ୍ର। ଏହା HIV/AIDS ଉପରେ ଆଧାରିତ ଭାରତର ପ୍ରଥମ ହିନ୍ଦୀ ଫିଚର ଚଳଚ୍ଚିତ୍ର ଥିଲା। ଏହି ଚଳଚ୍ଚିତ୍ରରେ ଏକ ପ୍ରାପ୍ତ ବୟସ୍କ ଥ୍ରୀଲରର ମୋଡ ଦିଆଯାଇଛି, ଯେଉଁଠାରେ ଚଳଚ୍ଚିତ୍ରର ମୁଖ୍ୟ ଖଳନାୟକ ଜଣେ ବ୍ୟକ୍ତି ନୁହେଁ, ବରଂ ରୋଗ, AIDS।

ଉତ୍ତମ ମହାନ୍ତିଙ୍କ ନିଖୁଣ ଅଭିନୟ ପାଇଁ ସେ ୪ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ। 'ଫୁଲ ଚନ୍ଦନ' ଚଳଚ୍ଚିତ୍ର ପାଇଁ ୧୯୮୨ରେ ତାଙ୍କୁ ପ୍ରଥମଥର ଲାଗି ତାଙ୍କୁ ମିଳିଥିଲା ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଏହାପରେ 'ଝିଅଟି ସୀତା ପରି','ଦଣ୍ଡାବାଳୁଙ୍ଗା', 'ସୁନା ଚଢ଼େଇ' ଲାଗି ଶ୍ରେଷ୍ଠ ଅଭିନେତା ଏବଂ ୧୯୯୧ରେ 'ତୋ ବିନୁ ଅନ୍ୟଗତି ନାହିଁ' ଚଳଚ୍ଚିତ୍ରରେ ଶ୍ରେଷ୍ଠ ସହ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ। ସେହିପରି ୨୦୦୮ରେ 'ଫିଟ୍‌ଫାଟ ବାଇସ୍କୋପ ପୁରସ୍କାର', ୨୦୧୨ରେ 'ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର', ୨୦୦୬ରେ 'ଇନ୍ଦିରା ଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର' ଏବଂ ୧୯୯୯ରେ ତାଙ୍କୁ ମିଳିଥିଲା'ଜୟଦେବ ପୁରସ୍କାର'। ଏଥିସହିତ ଚିତ୍ରପୁରୀ ପୁରସ୍କାରରେ ମଧ୍ୟ ତାଙ୍କୁ ମିଳିଥିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+