Uttam Mohanty: ବାସଭବନରେ ପାର୍ଥିବ ଶରୀର, ଶେଷ ଦର୍ଶନ ପାଇଁ ପ୍ରବଳ ଭିଡ଼

ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଆଉ ନାହାନ୍ତି । ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଆଜି ତାଙ୍କର ମରଶରୀର ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଂଚିଥିଲା | ଏହାପରେ ମରଶରୀର ତାଙ୍କ ଜଗନ୍ନାଥ ବିହାର ସ୍ଥିତ ବାସଭବନକୁ ଅଣାଯାଇଛି | ସେଠାରେ ଅନ୍ତିମ ଦର୍ଶନ ପାଇଁ ମରଶରୀରକୁ ରଖାଯାଇଥିବାବେଳେ ପ୍ରବଳ ସଂଖ୍ୟାରେ ଶୁଭେଛୁ, ସିନେପ୍ରେମୀ ପହଂଚିଛନ୍ତି |

Uttam Mohanty

ଅନ୍ତିମ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଓଲିଉଡ଼ ସହ ଜଡିତ ବ୍ୟକ୍ତିବିଶେଷମାନେ ପହଂଚିଥିବାବେଳେ ଏଠାରୁ ଶେଷ ଦର୍ଶନ ପରେ ସତ୍ୟନଗର ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ | ଅପରାହ୍ନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି | ଉଲ୍ଲେଖ ଥାଉ କି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଉତ୍ତମ ମହାନ୍ତି ଏକ ଜଣାଶୁଣା ନାମ। ସେ ୧୯୫୮ ଡିସେମ୍ବର ୨୩ ତାରିଖରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ। ବାରିପଦାରେ ହିଁ ତାଙ୍କର ହାଇସ୍କୁଲ ଓ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ହୋଇଥିଲା।

ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ସେ ବିବାହ କରିଥିବା ବେଳେ ଏକମାତ୍ର ପୁଅ ବାବୁସାନ ହେଉଛନ୍ତି ଜଣେ ସଫଳ ଅଭିନେତା। ଉତ୍ତମ ମହାନ୍ତି ୧୯୭୭ ମସିହାରେ ଚଳଚ୍ଚିତ୍ର 'ଅଭିମାନ' ମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ପାଦ ଥାପିଥିଲେ। ୧୯୭୮ରେ କବି ସମ୍ରାଟ ଭଂଜ, ପତିପତ୍ନୀ, ଶଙ୍ଖମହୁରୀ ମାଧ୍ୟମରେ ଆଗକୁ ବଢ଼ିଥିଲେ। ୧୯୭୯ରେ ଚିହ୍ନା-ଅଚିହ୍ନା, ନିଝୁମ ରାତିର ସାଥୀ, ୧୯୮୦ରେ ରାମାୟଣ, ରାମ ବଳରାମ ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରନ୍ତି। ପୁଣି ୧୯୮୪ରେ ଦଣ୍ଡାବାଳୁଙ୍ଗା ତାଙ୍କୁ ଏକ ଭିନ୍ନ ପରିଚୟ ଦିଏ।

୧୯୯୦ରେ ଶାସ୍ତି, ଗୋପରେ ବଢୁଛି କଳା କହ୍ନେଇ, ରାଜାରାଣୀ, କଣ୍ଢେଇ, ବିଧିର ବିଧାନ ଓଡ଼ିଆ ଦର୍ଶକଙ୍କର ମନ ଛୁଇଁଛି। ଏଯୁଗର କୃଷ୍ଣସୁଦାମା, ମୁଁ ତତେ ଲଭ୍ କରୁଛି, ତୁମକୁ ପାରୁନି ଭୁଲି, ଆଇଲାରେ ଓଡ଼ିଆ ପୁଅ, ତୁ ମୋରି ପାଇଁ, ପାଗଳ କରୁଛି ପାଉଁଜି ତୋର, ବିଦ୍ୟାରାଣ ଭଳି ଚଳଚ୍ଚିତ୍ର ଦର୍ଶକମାନଙ୍କର ହୃଦୟକୁ ଛୁଇଁଛି। ମୋଟାମୋଟି ଭାବେ ଉତ୍ତମ ମହାନ୍ତି ପ୍ରାୟ ଦେଶଶହ ଚଳଚ୍ଚିତ୍ରରେ ଅଭିନୟ କରି ନିଜର ସ୍ବତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+