Get Updates
Get notified of breaking news, exclusive insights, and must-see stories!

ସରିଲା ଦୁଇ ଦିନଆ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ: ଓଡ଼ିଶାକୁ ମିଳିଲା କଣ ?

ସରିଲା ଦୁଇ ଦିନଆ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ । ୧୭ ଲକ୍ଷ କୋଟିର ପୁଞ୍ଜି ନିବେଶ । ସରକାର ୫ ଲକ୍ଷ କୋଟିର ନିବେଶ ଆଶା ରଖିଥିବା ବେଳେ ୧୬.୭୩ ଲକ୍ଷ କୋଟିର ନିବେଶ ପାଇଁ ପ୍ରସ୍ତାବ ମିଳିଛି । ମୋଟ ୧୪୫ଟି ଏମଓୟୁ ସ୍ବାକ୍ଷରିତ ହୋଇଥିବା ବେଳେ ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏମଓୟୁ ବାଦ ୩ ଲକ୍ଷ ୮୮ ହଜାର କୋଟି ନିବେଶ ଆସିବ । ଲକ୍ଷର ୩ ଗୁଣା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବିଭିନ୍ନ ସଂସ୍ଥା ।

୧୫ ଟି କମ୍ପାନୀ ଖଟାଇବେ ୮ ଲକ୍ଷ ୫୦ ହଜାର କୋଟି ଟଙ୍କା । ଆଦାନୀ ୨ ଲକ୍ଷ ୨୮ ହଜାର କୋଟି, ବେଦାନ୍ତ ଲକ୍ଷେ କୋଟି, ଟାଟା ୮୮ ହଜାର କୋଟିର ନିବେଶ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଦ୍ବିତୀୟ ଦିନରେ ପର୍ୟ୍ୟଟନ କ୍ଷେତ୍ରରେ ୧୨୧ଟି ପ୍ରକଳ୍ପ ପାଇଁ ୮ ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବ । ସେହିଭଳି ହସ୍ତତନ୍ତ ବୟନଶିଳ୍ପ କ୍ଷେତ୍ରରେ ୭୭୬୨ କୋଟିର ପୁଞ୍ଜିନିବେଶ ପାଇଁ ୬ଟି ସଂସ୍ଥା ସହ ଏମଓୟୁ ହୋଇଛି। କୃଷି, ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ନିବେଶକାରୀଙ୍କ ସହ ହଜାରେ କୋଟିର ଏମଓୟୁ ସରିଛି । ଦ୍ବିତୀୟ ଦିନରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ସର୍ବାଧିକ ନିବେଶ ପାଇଁ ପ୍ରସ୍ତାବ ଦେଇଛନ୍ତି ନିବେଶକ ।

utkarsha odisha

୬ଟି ବଡ ବଡ କମ୍ପାନି ସହ ପ୍ରାୟ ୩୧ ହଜାର କୋଟିର ଏମଓୟୁ ସ୍ବାକ୍ଷରିତ ହୋଇଛି । ଏହାସହ ଆଗକୁ ୪ ଲକ୍ଷ ୩୩ ହଜାର କୋଟିର ପୁଞ୍ଜିନିବେଶ ପାଇଁ ମିଳିଛି ପ୍ରତିଶ୍ରୁତି। ସମ୍ମିଳନୀର ଦ୍ବିତୀୟ ଦିନରେ କୃଷି କ୍ଷେତ୍ରକୁ ଫୋକସ କରିଛନ୍ତି ସରକାର । ତେବେ ଆଜିଠୁ ଦୁଇ ଦିନ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ ପଦର୍ଶନ ।

  • ଆସିବ ୧୭ ଲକ୍ଷ କୋଟିର ପୁଞ୍ଜି ନିବେଶ
  • ସରକାର ୫ ଲକ୍ଷ କୋଟିର ନିବେଶ ଆଶା ରଖିଥିଲେ
  • ଏହାର ତିନି ଗୁଣା ଅର୍ଥାତ୍ ୧୬.୭୩ ଲକ୍ଷ କୋଟିର ନିବେଶ ପାଇଁ ପ୍ରସ୍ତାବ
  • ମୋଟ ୧୪୫ଟି ଏମଓୟୁ ସ୍ବାକ୍ଷରିତ
  • ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
  • ଏମଓୟୁ ବାଦ ୩ ଲକ୍ଷ ୮୮ ହଜାର କୋଟି ନିବେଶ ଆସିବ
  • ୧୫ ଟି କମ୍ପାନୀ ଖଟାଇବେ ୮ ଲକ୍ଷ ୫୦ ହଜାର କୋଟି ଟଙ୍କା
  • ଆଦାନୀ ୨ ଲକ୍ଷ ୨୮ ହଜାର କୋଟି ନିବେଶ କରିବ
  • ବେଦାନ୍ତ ଲକ୍ଷେ କୋଟି, ଟାଟା ୮୮ ହଜାର କୋଟିର ନିବେଶ କରିବ
  • ପର୍ୟ୍ୟଟନ କ୍ଷେତ୍ରରେ ୧୨୧ଟି ପ୍ରକଳ୍ପ ପାଇଁ ୮ ହଜାର କୋଟିର ପୁଞ୍ଜିନିବେଶ
  • ବୟନଶିଳ୍ପ କ୍ଷେତ୍ରରେ ୬ଟି ସଂସ୍ଥା ୭୭୬୨ କୋଟିର ପୁଞ୍ଜିନିବେଶ କରିବେ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+