Get Updates
Get notified of breaking news, exclusive insights, and must-see stories!

Utkarsha Odisha Make In Odisha: ଉତ୍କର୍ଷ ଓଡ଼ିଶା-ମେକ୍ ଇନ ଓଡ଼ିଶା କନକ୍ଲେଭରେ କେମିତି ରହିବ ରୂପରେଖ ?

ଚଳିତବର୍ଷ 'ଉତ୍କର୍ଷ ଓଡ଼ିଶା-ମେକ୍ ଇନ ଓଡ଼ିଶା' କନକ୍ଲେଭରେ ୫ ହଜାରରୁ ଅଧିକ ଶିଳ୍ପ ପ୍ରତିନିଧି ଯୋଗ ଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କନକ୍ଲେଭକୁ ଉଦଘାଟନ କରିବେ ।

ମଙ୍ଗଳବାର ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ, ରାଜ୍ୟ ସରକାର ଚଳିତବର୍ଷ 'ଉତ୍କର୍ଷ ଓଡ଼ିଶା' କନକ୍ଲେଭରେ ଯୋଗ ଦେବା ପାଇଁ ଫର୍ଚ୍ୟୁନ୍ ତାଲିକାରେ ସାମିଲ ୪୦୦କମ୍ପାନୀ ମଧ୍ୟରୁ ୧୦୦କମ୍ପାନୀକୁ ନିମନ୍ତ୍ରଣ କରିଛନ୍ତି ।

୧୨ଟି ରାଷ୍ଟ୍ରର ପୁଞ୍ଜିନିବେଶକଙ୍କ ସମେତ ଫର୍ଚ୍ୟୁନ୍ ତାଲିକାରେ ସାମିଲ ୧୦୦ କମ୍ପାନୀର ପ୍ରତିନିଧି ମଧ୍ୟ ଏହି କନକ୍ଲେଭରେ ସାମିଲ ହେବେ । ଏହି ଦୁଇଦିନିଆ ସମ୍ମିଳନୀ ଆନୁଷ୍ଠାନିକ ଭାବେ ଜାନୁୟାରୀ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟିତ ହେବ ।

Utkarsha Odisha Make In Odisha

ଏହି କନକ୍ଲେଭରେ ଦେଶର ପ୍ରମୁଖ ନିବେଶକ ଓ ଶିଳ୍ପପତିଙ୍କ ସମେତ ୧୨ଟି ରାଷ୍ଟ୍ର ଯଥା-ଅଷ୍ଟ୍ରେଲିଆ, ଜାପାନ, ବ୍ରିଟେନ,ଜର୍ମାନୀ,ସିଙ୍ଗାପୁର, ମାଲେସିଆ, କ୍ୟୁବା ଓ ହଲାଣ୍ଡ ପ୍ରମୁଖ ଦେଶର ନିବେଶକ,ରାଷ୍ଟ୍ରଦୂତ ଓ ପ୍ରତିନିଧିମାନେ ଯୋଗ ଦେବେ । ଏହି ସବୁ ଦେଶ 'କଂଟ୍ରି ଅଫ ଫୋକସ୍‌' ରହିବାକୁ ନିମନ୍ତ୍ରଣ କରାଯାଇଛି । ଚଳିତ ଥର କନକ୍ଲେଭରେ ଆଇଟି,ଅକ୍ଷୟ ଶକ୍ତି, ବୟନଶିଳ୍ପ, କେମିକାଲସ, ଫୁଡ ପ୍ରୋସେସିଂ ଭଳି ୫ଟି କ୍ଷେତ୍ରକୁ ଅଧିକ ପ୍ରାଥମିକତା ଦିଆଯିବାକୁ ନିଷ୍ପତ୍ତି ହୋଇଛି ।

୨୭ତାରିଖରେ ପ୍ରାକ୍ ଉତ୍କର୍ଷ ଓଡ଼ିଶା କନକ୍ଲେଭର ଅଂଶସ୍ୱରୂପ ସିଆଇଆଇ ନ୍ୟାସନାଲ କାଉନସିଲର ୫ଟି ଅଧିବେଶନ ଆୟୋଜିତ ହେବ । ଯେଉଁଥିରେ ସିଆଇଆଇ ନ୍ୟାସନାଲ କାଉନସିଲର ୨୦୦ ସଦସ୍ୟ ଯୋଗ ଦେବେ । ସେହିପରି ୨୮ତାରିଖ ପୂର୍ବାହ୍ନରେ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଆନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଦୁଇଦିନ ଧରି ଚାଲିବାକୁ ଥିବା ଏହି କନକ୍ଲେଭରେ ମୋଟ ୧୫ଟି ସ୍ୱତନ୍ତ୍ର ଅଧିବେଶନ ହେବ । ପ୍ରଥମ ଦିନରେ ୫ଟି ଓ ଦ୍ୱିତୀୟ ଦିନରେ ୧୦ଟି ଅଧିବେଶନ ଅନୁଷ୍ଠିତ ହେବ । ଉତ୍କର୍ଷ ଓଡ଼ିଶା କନକ୍ଲେଭର ଉଦଯାପନୀ ସମାରୋହରେ ପ୍ରତ୍ୟେକ ଜିଲ୍ଲାରୁ ୨ଜଣ ଲେଖାଏଁ ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+