Get Updates
Get notified of breaking news, exclusive insights, and must-see stories!

Utkarsa Odisha : ଜାନୁଆରି ୨୮ ତାରିଖରେ କେଉଁ ବାଟ ଦେଇ ଯିବେ?

ମଙ୍ଗଳବାରଠାରୁ ଭୁବନେଶ୍ଵରରେ ଆରମ୍ଭ ହେବାକୁ ଯାଉଛି 'ଉତ୍କର୍ଷ ଓଡ଼ିଶା: ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫ '। ଶିଳ୍ପର ମହାକୁମ୍ଭରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଏହା ସହ ଦେଶ ବିଦେଶରୁ ବହୁ ସଂଖ୍ୟାରେ ନିବେଶକ ଏବଂ ଶିଳ୍ପ ପ୍ରତିନିଧି ଯୋଗ ଦେବେ। ଏହି ସମୟ ମଧ୍ୟରେ ଭିଭିଆଇପି ଓ ଭିଆଇପିମାନଙ୍କ ସୁରକ୍ଷା ତଥା ଜନସାଧାରଣଙ୍କ ଗମନାଗମନ ସୁବିଧାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ଵରରେ ମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି।

ଜାଣନ୍ତୁ ଜାନୁଆରି ୨୮ ତାରିଖରେ କେଉଁ ବାଟ ଦେଇ ଯିବେ?

ମଙ୍ଗଳବାର ସକାଳ ୧୦ଟା ୨୫ରୁ ସକାଳ ୧୧ଟା ୧୦ ମିନିଟ ମଧ୍ୟରେ ଏୟାରପୋର୍ଟ ଛକରୁ କ୍ୟାପିଟାଲ ହସ୍ପିଟାଲଛ, ଏଜି ଛକ, ବାମ ମୋଡ଼, ରାଜଭବନ ଛକ, ପାଓ୍ଵାର ହାଉସ ଛକ, ୧୨୦ ବାଟାଲିୟନ ଛକ, ବେହେରା ସାହି ଛକ, ଜୟଦେବ ବିହାର ଛକ, ଜାଭିୟର ଛକ ଓ ନାଲକୋ ଛକ ଦେଇ କୌଣସି ଯାନ ବାହାନ ଚଳାଚଳ କରିବ ନାହିଁ।

Utkarsh Odisha

ସେହିପରି ଅପରାହ୍ଣ ୧୨ଟା ୨୦ରୁ ଅପରାହ୍ଣ ୧ଟା ୫ ମିନିଟ ମଧ୍ୟରେ ନାଲକୋ ଛକ, ଜାଭିୟରଛକ, ଜୟଦେବ ବିହାର ଛକ, ବେହେରା ସାହି ଛକ, ୧୨୦ ବାଟାଲିୟନ ଛକ, ପାଓ୍ଵାର ହାଉସ ଛକ, ରାଜଭବନ ଛକ, ବାମ ମୋଡ଼, ଏଜି ଛକ, ଡାହାଣ ମୋଡ଼, କ୍ୟାପିଟାଲ ହସ୍ପିଟାଲ ଛକ ଓ ଏୟାରପୋର୍ଟ ଛକ ଦେଇ କୌଣସି ପ୍ରକାରର ଯାନ ବାହନ ଚଳାଚଳ ଉପରେ କଟକଣା ଜାରି କରିଛି କମିଶନରେଟ ପୋଲିସ।

ତେବେ ଜରୁରୀକାଳୀନ ସେବାରେ ନିୟୋଜି ଅଗ୍ନିଶମ ଗାଡ଼ି ଓ ଆମ୍ବୁଲାନ୍ସ ଚଳାଚଳ ପାଇଁ ଏହି କଟକଣା ଲାଗୁ ହେବ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+