ଜାନୁଆରୀ ୨୮ରୁ ଉତ୍କର୍ଷ ଓଡ଼ିଶା କନକ୍ଲେଭ
Odisha News: ଜାନୁଆରୀ ୨୮ରୁ ଉତ୍କର୍ଷ ଓଡ଼ିଶା କନକ୍ଲେଭ ଆରମ୍ଭ ହେବ । ଏହା ଦୁଇ ଦିନ ଧରି ଯଥା ୨୮ ଓ ୨୯ ରେ ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ହେବ ।ଏହି ସମ୍ମିଳନୀରେ ଦେଶର ବଡ଼ ବଡ଼ ଶିଳ୍ପପତିଙ୍କ ସମତେ ବହୁ ବିଦେଶୀ ପୁଞ୍ଜି ନିବେଶକ ଯୋଗ ଦେବେ । ଏହି କନକ୍ଲେଭକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ । ଯେଉଁଥି ପାଇଁ କଡ଼ାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା ।
ମେଗା ନିବେଶକ ସମ୍ମିଳନୀ- ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫କୁ ନେଇ ଶିଳ୍ପମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, ପୂର୍ବ ସରକାର ଅମଳରେ କେବଳ ମେଟାଲ୍ ଭିତ୍ତିକ ଶିଳ୍ପକୁ ଅଧିକ ଗୁରୁତ୍ୱ ଦେଉଥିଲେ ହେଲେ ନୂଆ ସରକାର ନିଯୁକ୍ତିଭିତ୍ତିକ ଶିଳ୍ପକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ।

ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ କରାଯାଉଛି । ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ପରି ଏହାକୁ କିପରି ସଫଳତାର ସହ ଆୟୋଜନ କରାଯିବ ସେଥି ପ୍ରତି ଗୁରୁତ୍ୱ ଦିଆଯାଉଛି । ତେବେ ରାଜ୍ୟରେ ବିଜେପି ସରକାର ଆସିବା ପରେ ବହୁ ଶିଳ୍ପପତି ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଉଛନ୍ତି ।












Click it and Unblock the Notifications