Get Updates
Get notified of breaking news, exclusive insights, and must-see stories!

ଗୋପବନ୍ଧୁ ଜୟନ୍ତୀ : ନିଃସ୍ବାର୍ଥ ସେବାର ମୂର୍ତ୍ତିମନ୍ତ ବିଗ୍ରହ ଉତ୍କଳମଣୀ

ଆଜି ପଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଜୟନ୍ତୀ । ଦୀନ, ଦୁଃଖୀ ଓ ବନ୍ୟା ମରୁଡିଗ୍ରସ୍ତ ଲୋକଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ମହାନ ଆତ୍ମଙ୍କୁ ଆଜି ବି ଦେଶ ମନେ ପକାଉଛି ।

ପୁରୀ: ଆଜି ପଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଜୟନ୍ତୀ । ଦୀନ, ଦୁଃଖୀ ଓ ବନ୍ୟା ମରୁଡିଗ୍ରସ୍ତ ଲୋକଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ମହାନ ଆତ୍ମଙ୍କୁ ଆଜି ବି ଦେଶ ମନେ ପକାଉଛି । ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ରାଜନେତା, ସମାଜସେବୀ ଓ ପ୍ରଶାସନିକ ଅଧିକାରୀ ପହଁଞ୍ଚି ଆଜି ଉତ୍କଳମଣୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ଏଥିସହିତ ମହାପୁରୁଷଙ୍କ ସ୍ମୁତି ଚାରଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି ପଣ୍ଡିତ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଏହି ଅବସରରେ ଆଜି ସଂଧ୍ୟାରେ ରାଜଧାନୀରେ ଗୋପବନ୍ଧୁଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

UTKALMANI

1877 ମସିହା ଅକ୍ଟୋବର 9 ତାରିଖରେ ପୁରୀ ଜିଲ୍ଲା ସୁଆଣ୍ଡ ଗ୍ରାମରେ ମାତା ସ୍ବର୍ଣ୍ଣମୟୀ ଏବଂ ପିତା ଦୈତାରୀ ଦାଶଙ୍କ ପୁତ୍ରଭାବେ ଜନ୍ମ ନେଇଥିଲେ ପଣ୍ଡିତ ଦାଶ। ଚାଟଶାଳୀ ଏବଂ ପ୍ରାଥମିକ ଶିକ୍ଷା ସହିତ ସେ ପ୍ରତିଦିନ ନିଜକୁ ଭାଗବତ ପଢାରେ ନିଜର ମୂଲ୍ୟବାନ ସମୟକୁ ନିୟୋଜିତ କରୁଥିଲେ । ସେହିଥିରୁ ହିଁ ସେ ସେବା ମନୋଭାବ ନେଇ ଆଗକୁ ବଢିଥିଲେ । ଆଉ ତାଙ୍କର ସାରା ଜୀବନ ସମାଜ ପାଇଁ ଉତ୍ସର୍ଗୀକୃତ କରିଦେଇଥିଲେ । ଓଡିଆ ଜାତିର ଉନ୍ନତି ପାଇଁ ତାଙ୍କର ଅବଦାନ ଅତୁଳନୀୟ । ଆଜି ଜନ୍ମ ଜୟନ୍ତୀରେ ତାଙ୍କ ଜନ୍ମମାଟି ସୁଆଣ୍ଡରେ ମଧ୍ୟ ପଣ୍ଡିତ ଗୋପବନ୍ଧୁ ଦାଶଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଲୋକଙ୍କ ଭିଡ଼ ଜମିଛି ।

ପଣ୍ଡିତ ଗୋପବନ୍ଧୁ ଦାଶଙ୍କର ମହାନୀୟତା ହେଉଛି ସେବା , ସଂଗ୍ରାମର ମୂର୍ତ୍ତିମନ୍ତ ବିଗ୍ରହ ଏବଂ ସେ ତାଙ୍କ କଥାକୁ କାମରେ ଲଗାଇବାକୁ ହିଁ ବିଶ୍ବାସ କରୁଥିଲେ । କାରଣ ତାଙ୍କର ଉଚ୍ଚାରଣ ଏବଂ ଆଚରଣ ସମାନ ଥିଲା। ମାତ୍ର 51 ବର୍ଷ ବୟସରେ ସେ ଦୁନିଆକୁ ପରକରି ଚାଲିଯାଇଥିଲେ । 1928 ଜୁନ 17 ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା । ଆନ୍ତ୍ରିକ ଜ୍ବରରେ ପୀଡିତ ଗୋପବନ୍ଧୁ ସଠିକ ସମୟରେ ଚିକିତ୍ସା କରିନପାରିବାରୁ ଅଧିକ ଅସୁସ୍ଥ ହୋଇପଡିଥିଲେ । ଏହାପରେ ପବିତ୍ର ନେତ୍ରୋତ୍ସବ ଜୁନ 17 ତାରିଖ ସଂଧ୍ୟାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+