Get Updates
Get notified of breaking news, exclusive insights, and must-see stories!

Gopabandhu Das : ମିଶୁ ମୋର ଦେହ.. ଗୋପବନ୍ଧୁଙ୍କ ବିଷୟରେ ଅଜଣା କଥା

Utkalmani Pandit Gopabandhu Das : ମିଶୁ ମୋର ଦେହ ଏ ଦେଶମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ । ଏହି ଦୁଇ ଧାଡ଼ି ହିଁ କହୁଛି କେମିତି ସେବା ପାଇଁ ନିଜ ଜୀବନକୁ ଉତ୍ସଗ କରିଥିଲେ ଉତ୍କଳମଣି ? ନିଃସ୍ବାର୍ଥ ସେବାର ମୂର୍ତ୍ତିମନ୍ତ ବିଗ୍ରହ ଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ । ଦୀନ, ଦୁଃଖୀ ଓ ବନ୍ୟା ମରୁଡିଗ୍ରସ୍ତ ଲୋକଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ମହାନ ଆତ୍ମଙ୍କୁ ଆଜି ବି ଦେଶ ମନେ ପକାଉଛି ।

ଉତ୍କଳର ରତ୍ନ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପ୍ରକୃତରେ ଉତ୍କଳର ରତ୍ନ ଏବଂ ଗରିବଙ୍କ ବନ୍ଧୁ ଥିଲେ। ୯ ଅକ୍ଟୋବର ୧୮୭୭(ଆଜି ଦିନ) ରେ ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ନିକଟ ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରି ସେ ତାଙ୍କର ଶିକ୍ଷା ଜୀବନ ଭର୍ନାକୁଲାର ଭାଷାରେ ରୂପଦେଈପୁର ପ୍ରାଥମିକ ବିଦ୍ୟାଳୟରେ ଏବଂ ପରେ ପୁରୀ ଜିଲ୍ଲା ବିଦ୍ୟାଳୟରେ ଆରମ୍ଭ କରିଥିଲେ ।

ଚାଟଶାଳୀ ଏବଂ ପ୍ରାଥମିକ ଶିକ୍ଷା ସହିତ ସେ ପ୍ରତିଦିନ ନିଜକୁ ଭାଗବତ ପଢାରେ ନିଜର ମୂଲ୍ୟବାନ ସମୟକୁ ନିୟୋଜିତ କରୁଥିଲେ । ସେହିଥିରୁ ହିଁ ସେ ସେବା ମନୋଭାବ ନେଇ ଆଗକୁ ବଢିଥିଲେ । ଆଉ ତାଙ୍କର ସାରା ଜୀବନ ସମାଜ ପାଇଁ ଉତ୍ସର୍ଗୀକୃତ କରିଦେଇଥିଲେ । ଓଡିଆ ଜାତିର ଉନ୍ନତି ପାଇଁ ତାଙ୍କର ଅବଦାନ ଅତୁଳନୀୟ । ଆଜି ଜନ୍ମ ଜୟନ୍ତୀରେ ତାଙ୍କ ଜନ୍ମମାଟି ସୁଆଣ୍ଡରେ ମଧ୍ୟ ପଣ୍ଡିତ ଗୋପବନ୍ଧୁ ଦାଶଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଲୋକଙ୍କ ଭିଡ଼ ଜମିଛି ।

Gopabandhu Das

ଗୋପାବନ୍ଧୁ ଜନ୍ମ ହେବାର କିଛି ମାସ ପରେ ତାଙ୍କ ମାତା ସ୍ଵର୍ଣମୟୀ ଦେବୀଙ୍କୁ ହରାଇଥିଲେ ଏବଂ ରେଭେନ୍ସା କଲେଜରେ ଛାତ୍ର ଥିବାବେଳେ ତାଙ୍କ ପିତା ଦୈତାରୀ ଦାଶଙ୍କୁ ମଧ୍ୟ ହରାଇଥିଲେ । ତାଙ୍କର ବ୍ୟକ୍ତିଗତ ବହୁ ଅସୁବିଧା ସତ୍ତ୍ୱେ ସେ ରେଭେନ୍ସା କଲେଜରେ ପଢୁ ଥିବା ସମୟରେ "ଅବକାଶ ଚିନ୍ତା", ଗୋ-ମହାତ୍ମ୍ୟ, ନଚିକେତା ଉପାଖ୍ୟାନ,କାରାକବିତା, ଧର୍ମପଦ ଏବଂ "ବନ୍ଦୀର ଆତ୍ମକଥା" ଭଳି କବିତା ଲେଖିଥିଲେ।

ପୁରୀ ସେବା ସମିତି ପ୍ରତିଷ୍ଠା

ଗୋପବନ୍ଧୁ ଦାସ ପୁରୀରେ ହଇଜା ରୋଗରେ ପୀଡ଼ିତ ଲୋକମାନଙ୍କର ସେବା ପାଇଁ ପୁରୀ ସେବା ସମିତି ପ୍ରତିଷ୍ଠା କରିଥିଲେ । ଏହି ସଂଗଠନର ସାଥୀମାନଙ୍କ ସହ ସେ ରୋଗୀସେବା, ପରିବେଶ ପରିଚ୍ଛନ୍ନ ଓ ଶବସଂସ୍କାର ଇତ୍ୟାଦି କାମ କରୁଥିଲେ। ଯାହା ଏହି ସମାଜ ପାଇଁ କାମ କରୁଛି ।

କୁଶଭଦ୍ରା ନଦୀର ବନ୍ଧ ଭାଙ୍ଗିଯାଇ ପ୍ରବଳ ବେଗରେ ସୁଅ ଛୁଟୁଥିଲା । ସେହି ସମୟରେ ଗୋପବନ୍ଧୁଙ୍କ ଏକ ମାତ୍ର ପୁଅ ଜ୍ଵରରେ ଆକ୍ରାନ୍ତ ହୋଇ ଅସହ୍ୟ ଯନ୍ତ୍ରଣା ଭୋଗ କରୁଥିଲା । ନିଜ ଅସୁସ୍ଥ ପୁଅକୁ ବିଛଣାରେ ଛାଡ଼ି ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ ଉତ୍କଳମଣୀ ଗୋପବନ୍ଧୁ ଦାସ । ଲୋକ ତ ସାହାଯ୍ୟ ପାଇଗଲେ କିନ୍ତୁ ଘରକୁ ଫେରିବାବେଳକୁ ପୁଅ ଆଉ ନଥିଲା । କିଛି ଦିନ ପରେ ସେ ଯେତେବେଳେ ଘରକୁ ଆସିଥିଲେ ସେ ଦେଖିବାକୁ ପାଇଥିଲେ ତାଙ୍କ ପୁଅ ଆଉ ଏହି ଦୁନିଆରେ ନାହିଁ ।

ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା

ଗୋପବନ୍ଧୁ ଦାସ ଆଧୁନିକ ଯୁଗର ପଞ୍ଚସଖାମାନଙ୍କ ମଧ୍ୟରୁ ଅନ୍ୟତମ । ପଞ୍ଚସଖାମାନେ ମିଶି ସାକ୍ଷୀଗୋପାଳର ବକୁଳ ଓ ଛୁରିଆନା କୁଞ୍ଜ ତଳେ ୧୯୯୦ ମସିହା କୁମାରପୂର୍ଣ୍ଣିମା ତିଥିରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଏହା ପ୍ରଥମେ ୧୯ଟି ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିଲା। ୧୯୧୮ରୁ ୧୯୨୦ ମଧ୍ୟରେ ଓଡ଼ିଶାରେ ହୋଇଥିବା ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ ଓ ଅନାବୃଷ୍ଟି ତାଙ୍କୁ ମର୍ମାହତ କରିଥିଲା । ସେ ଚୁଡ଼ା, ଚାଉଳ ଧରି ପ୍ରପୀଡ଼ିତ ଅଞ୍ଚଳରେ ବାଣ୍ଟିଥିଲେ ।

କଲିକତାରେ ବିଏଲ ପଢ଼ିବା ସମୟରେ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ସହାୟତା ନିମନ୍ତେ ସେ ସେଠାରେ "ଓଡ଼ିଆ ଶ୍ରମିକ ସଂଘ" ଓ "ସାନ୍ଧ୍ୟ ବିଦ୍ୟାଳୟ" ପ୍ରତିଷ୍ଠା କରିଥିଲେ ।

ସମାଜ ଖବର କାଗଜ

ସେ ୧୯୧୯ ଅକ୍ଟୋବର ମାସ ୪ ତାରିଖ ଦଶହରା ତିଥିରେ ସାପ୍ତାହିକ "ସମାଜ" ଖବରକାଗଜ ପ୍ରକାଶ କରିଥିଲେ । ପ୍ରଥମେ ଏହା ୧୯୧୯ ମସିହାରେ ସତ୍ୟବାଦୀରୁ, ୧୯୨୪ ମସିହାରେ ପୁରୀରୁ ଓ ଶେଷରେ ୧୯୨୭ ମସିହାରେ କଟକରୁ ପ୍ରକାଶିତ ହେଉଥିଲା । ୧୯୩୦ରେ "ସମାଜ" 'ସାପ୍ତାହିକରୁ ଦୈନିକ ଖବରକାଗଜରେ ପରିଣତ ହୋଇଥିଲା । ଲୋକମାନଙ୍କ ଉପରେ ପୁଲିସର ମାତ୍ରାଧିକ ବଳପ୍ରୟୋଗ ଓ ଇଂରେଜ ସରକାରଙ୍କ ଅବିଚାର ସମ୍ପର୍କରେ ସମାଜରେ ସମ୍ବାଦ ପ୍ରକାଶ କରିବା ପରେ ଇଂରେଜ ସରକାର ତାଙ୍କୁ ୧୯୨୨ ମସିହାରେ କାରାବଦ୍ଧ କରିଥିଲେ ।

କେମିତି ହେଲେ ଉତ୍କଳମଣି ?
କାରାଗାରରେ ଥିବା ବେଳେ ସେ "କାରାକବିତା" ଓ "ବନ୍ଦୀର ଆତ୍ମକଥା" ନାମରେ ଦୁଇଟି କାବ୍ୟଗ୍ରନ୍ଥ ରଚନା କରିଥିଲା । ୧୯୨୪ରେ ଜେଲରୁ ଖଲାସ ହେବାପରେ କଟକଠାରେ ଅନୁଷ୍ଠିତ ଏକ ବିଶାଳ ସମ୍ବର୍ଦ୍ଧନା ସଭାରେ ବୈଜ୍ଞାନିକ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ତାଙ୍କୁ "ଉତ୍କଳମଣି" ବୋଲି ସମ୍ବୋଧନ କରିଥିଲେ ।

ସେ ୧୯୧୭ରୁ ୧୯୨୧ ପର୍ଯ୍ୟନ୍ତ ବିହାର-ଓଡ଼ିଶା ବିଧାନ ସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ । ୧୯୨୧ ମସିହାରେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ । ୧୯୨୮ ମସିହା ଜୁନ ୧୭ ତାରିଖ ରବିବାର ସନ୍ଧ୍ୟା ୭ଟା ୨୫ମିନିଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ପଣ୍ଡିତ ଗୋପବନ୍ଧୁ ଦାଶଙ୍କର ମହାନୀୟତା ହେଉଛି ସେବା , ସଂଗ୍ରାମର ମୂର୍ତ୍ତିମନ୍ତ ବିଗ୍ରହ ଏବଂ ସେ ତାଙ୍କ କଥାକୁ କାମରେ ଲଗାଇବାକୁ ହିଁ ବିଶ୍ବାସ କରୁଥିଲେ । କାରଣ ତାଙ୍କର ଉଚ୍ଚାରଣ ଏବଂ ଆଚରଣ ସମାନ ଥିଲା। ମାତ୍ର ୫୧ ବର୍ଷ ବୟସରେ ସେ ଦୁନିଆକୁ ପରକରି ଚାଲିଯାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+