Utkal University: ବାଣୀବିହାର ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରିବା ନେଇ ଚାପା ଉତ୍ତେଜନା

ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରିବାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ଆଜି ବିଶ୍ବବିଦ୍ୟାଳୟ ବନ୍ଦ ଡାକରା ଦେଇଛନ୍ତି ଛାତ୍ର ସଙ୍ଗଠନ। ବାଣୀବିହାରରୁ ବସ୍ତି ହଟାଇବା ବେଳେ ଭଡ଼ାରେ ଲାଗିଥିବା ସରକାରର କ୍ବାଟର୍ସଗୁଡ଼ିକୁ ମୁକ୍ତ କରିବା ଦାବି କରିଛନ୍ତି ପ୍ରମୁଖ ଛାତ୍ର ସଙ୍ଗଠନ ।

ଗତକାଲି ଅଣଛାତ୍ରଙ୍କୁ ହଟାଇ ୩ ନଂ ହଷ୍ଟେଲକୁ ସମ୍ପୂର୍ଣ୍ଣ ସିଲ୍‌ କରାଯାଇଥିଲା। ମରାମତି କରି ଛାତ୍ରଙ୍କୁ ଆଲଟମେଣ୍ଟ କରାଯିବା ନେଇ କୁହାଯାଇଛି। ୨ନଂ ହଷ୍ଟେଲ୍‌ର ୨୫ ରୁମ୍‌ ଓ ୧ନଂ ହଷ୍ଟେଲ୍‌ର ୧୯ ରୁମ୍‌ ସିଲ୍‌ କରିଛନ୍ତି ବାଣୀବିହାର କର୍ତ୍ତୃପକ୍ଷ।

Utkal University Calls for closure of vanivihar

ସେହିପରି ୧ନଂ ହଷ୍ଟେଲ ପାଖରେ ଥିବା କ୍ୟାଣ୍ଟିନ ମଧ୍ୟ ସିଲ୍‌ ହେଲା । ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ପୋଲିସ ଜଗିବେ। ଆଗକୁ ଆଇ କାର୍ଡ ଦେଖାଇଲେ ଯାଇ ପିଲା ଭିତରକୁ ଯିବେ ବୋଲି ନିଷ୍ପତ୍ତି ହୋଇଛି । ଗତକାଲି ୧୦ ପ୍ଳାଟୁନ ପୁଲିସ ସହାୟତାରେ ବିଶ୍ବବିଦ୍ୟାଳୟର ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରିଥିଲେ । ୧ ନମ୍ବର, ୨ ନମ୍ବର, ୩ ନମ୍ବର ଏବଂ ୫ ନମ୍ବର ଛାତ୍ରାବାସରେ କବଜା କରାଯାଇଥିବା ଶତାଧିକ ରୁମରେ ତାଲା ଭାଙ୍ଗି ନୂଆ ତାଲା ପକାଯାଇଥିଲା ।

ବାଣୀବିହାରରୁ ଅଣଛାତ୍ରଙ୍କୁ ତଡ଼ିବା ପ୍ରକ୍ରିୟାକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଥିଲେଯେ, ଶୈକ୍ଷିକ ବାତାବରଣ ସୃଷ୍ଟି ପାଇଁ ଯାହା ପଦକ୍ଷେପ ନେବା କଥା କରାଯାଉଛି । ଆବାହମାନ କାଳରୁ ଏହା ଚାଲିଆସିଛି, ଆମେ ସୁଧାର ପାଇଁ ଉଦ୍ୟମ କରୁଛୁ । ନାଲି ଆଖି ଦେଖାଇ ଏହା କରିହେବନି, ତେଣୁ ପୂର୍ବତନ ଛାତ୍ରମାନେ ଦାୟିତ୍ବବାନ ହୁଅନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+