ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ
ଭୁବନେଶ୍ୱର:ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ ଥିଲେ ମଧୁସୂଦନ ଦାସ । ତାଙ୍କ ଉଦ୍ୟମରେ ସ୍ୱତନ୍ତ୍ର ପ୍ରଦେଶ ଉତ୍କଳର ଗଠନ ହୋଇଥିଲା । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ପରେ ମଧୁବାବୁ ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବ ପାଲଟିଥିଲେ । ସେ ପ୍ରଥମ ଓଡ଼ିଆ ଓକିଲ ସହିତ ଓଡ଼ିଆ ସ୍ନାତକତ୍ୱର ପ୍ରଥମ ଓଡ଼ିଆ ବିଲାତ ଫେରନ୍ତା ଥିଲେ ।
ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ । ସେ ଥିଲେ ଜଣେ ସୁପ୍ରତିଷ୍ଠିତ ଓକିଲ, ସାହିତ୍ୟିକ, ସମାଜ ସେବକ, ଶିକ୍ଷକ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଅବଦାନ ଥିଲା ଅତୁଳନୀୟ ।

୧୮୪୮ ମସିହା ଏପ୍ରିଲ୍ ୨୮ ତାରିଖରେ କଟକ ଜିଲ୍ଲାର ସତ୍ୟଭାମାପୁର ଗାଁର ଜଣେ ଜମିଦାର ପରିବାରରେ ହୁଏ ମଧୁବାବୁଙ୍କ ଜନ୍ମ । ତାଙ୍କର ପିଲା ଦିନର ନାମ ଥିଲା ଗୋବିନ୍ଦ ବଲ୍ଲଭ ଦାସ । ଗାଁ ଚାହାଳୀରୁ ଆରମ୍ଭ ହୁଏ ପାଠ ପଢା । ପରେ ସେ ହାଇସ୍କୁଲ ପାଠ ପଢିବା ପାଇଁ କଟକ ଆସିଥିଲେ । ପାଠପଢାରେ ଥିଲା ତାଙ୍କର ଖୁବ ରୁଚି ତେଣୁ ସେ ଉଚ୍ଚ ଶିକ୍ଷା ପାଇଁ ୧୮୬୪ ମସିହାରେ କଲିକତା ବିଶ୍ୱଭାରତୀର ପ୍ରବେଶିକା ପରୀକ୍ଷା ଦେଇଥିଲେ । ହେଲେ ଆର୍ଥିକ ସ୍ଥିତି ସାଜିଥିଲା ତାଙ୍କ ରାସ୍ତାର ବାଧକ ।
ହେଲେ ସେ ଅଟକି ଯାଇନଥିଲେ । ବାଲେଶ୍ୱର ଜିଲ୍ଲା ସ୍କୁଲରୁ ଆରମ୍ଭ କରିଥିଲେ ଶିକ୍ଷକତା । କିଛି ଅର୍ଥ ରଖିବା ପରେ ପୁଣି ନିଜ ସ୍ୱପ୍ନ ପୂରଣ କରିବା ପାଇଁ ବାହାରି ପଡିଥିଲେ କଲିକତା । ୧୯୧୭ ମସିହାରେ ମଧୁବାବୁଙ୍କ ସମ୍ପାଦନାରେ ଓଡ଼ିଆ ନାମକ ଏକ ଇଂରାଜୀ ସପ୍ତାହିକ ସମ୍ବାଦପତ୍ର ପ୍ରକାଶିତ ହୋଇଥିଲା ।
ସୂଚନାଥାଉ ଯେ, ସେ ଥିଲେ ଓଡ଼ିଶାର ପ୍ରଥମ ଓକିଲ । ପରବର୍ତ୍ତୀ ସମୟରେ ତାଙ୍କୁ ମଧୁ ବାରିଷ୍ଟର ଭାବେ ଜଣାଗଲା । ୧୮୮୩ରୁ ୧୮୯୦ ମସିହା ଯାଏ ସେ ରେଭେନ୍ସା କଲେଜରେ ଆଇନ ଅଧ୍ୟାପକ ଥିଲେ । ୧୯୯୭ରେ ସେ ପ୍ରଥମେ ବିଲାତ ଯାଇଥିଲେ । ଯାହା ବର୍ତ୍ତମାନର ଇଂଲଣ୍ତ ଯାଇଥିଲେ । ସେହିପରି ୧୯୦୪ ମସିହାରେ ତାଙ୍କୁ ସି.ଆଇ.ଇ ପକ୍ଷରୁ ଉପାଧି ପ୍ରଦାନ କରାଯାଇଥିଲା ।












Click it and Unblock the Notifications