ଦିଲ୍ଲୀ, କୋଲକାତା, ମୁମ୍ବାଇରେ ପାଳନ ହେବ ଉତ୍କଳ ଦିବସ

ଭୁବନେଶ୍ୱର: ଚଳିତ ବର୍ଷ ନୂଆଦିଲ୍ଲୀ, କୋଲକାତା, ମୁମ୍ବାଇ, ଚେନ୍ନାଇ, ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ଉପଖଣ୍ଡ ସଦର ମହକୁମାରେ ଭବ୍ୟ ଆଡମ୍ୱର ସହ ପାଳନ ହେବ ଉକତ୍କଳ ଦିବସ । ଏଥିରେ ଜିଲ୍ଲାର ମୁଖ୍ୟ ଅଧିକାରୀ ମାନେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।
ସେହିପରି ଚଳିତ ବର୍ଷ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ବା ଉତ୍କଳ ଦିବସ ସ୍ଥାନୀୟ ଉତ୍କଳ ମଣ୍ଡପରେ ପାଳନ କରାଯିବ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଏହି ଅବସରରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଇତିହାସ ଏବଂ ଓଡ଼ିଶାର ବରପୁତ୍ରମାନଙ୍କ ସମ୍ପର୍କିତ ପ୍ରଦର୍ଶନୀ ସୂଚନା ଭବନରେ ଅନୁଷ୍ଠିତ ହେବ । ଏହି ପ୍ରଦର୍ଶନୀକୁ ସନ୍ଧ୍ୟାରେ ଉତ୍କଳ ମଣ୍ଡପରେ ଦର୍ଶକ ଓ ଛାତ୍ରୀଛାତ୍ରମାନେ ଦେଖି ପାରିବେ। ଏଥିପାଇଁ ସେଠାରେ ଇ-ପ୍ରଦର୍ଶନୀ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି ।

ତେବେ ଓଡିଶା ଦିବସକୁ ଆନନ୍ଦ ଉଲ୍ଲାସର ସହ ପାଳନ ବିଭିନ୍ନ ସ୍ତରର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡିଆ ବକ୍ତୃତା ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ କରାଯିବ । ବୈଠକରେ ଏପ୍ରିଲ ୧ ସକାଳ ୬ରୁ ୭ଟା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପୂର୍ବକ ପ୍ରଭାତଫେରି କରାଯିବ । ସେହିଭଳି ସନ୍ଧ୍ୟା ୬ଟାରେ ଉତ୍କଳ ମଣ୍ଡପରେ ସାଧାରଣ ସଭା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ । ଅନ୍ୟପଟେ ସହରର ରାଜଭବନ, ବିଧାନସଭା ସୌଧ, ଲୋକସେବା ଭବନ, ରବୀନ୍ଦ୍ର ମଣ୍ଡପ, ସୂଚନା ଭବନ ସମେତ ଅନ୍ୟାନ୍ୟ ସରକାରୀ କୋଠାଗୁଡିକୁ ଆଲୋକ ସଜ୍ଜା କରାଯିବ।












Click it and Unblock the Notifications