Get Updates
Get notified of breaking news, exclusive insights, and must-see stories!

ଉତ୍କଳ ଦିବସ ୨୦୨୩ ଲାଇଭ୍ ଅପଡେଟ୍: ୮୮ ତମ ପ୍ରତିଷ୍ଠା ଦିବସ ପାଳିଲା ଓଡିଶା, ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ

Utkal Divas 2023 Live: ଆଜି ଉତ୍କଳ ଦିବସ ।ଚଳିତ ବର୍ଷ ୮୮ ତମ ଉତ୍କଳ ଦିବସ ପାଳନ କରୁଛି ଓଡ଼ିଶା । ଏହି ଦିନକୁ ନେଇ ସାରା ରାଜ୍ୟବାସୀ ଉତ୍ସାହିତ ଥିବା ବେଳେ ଗର୍ବର ସହ ଉତ୍କଳ ଦିବସ ପାଳ କରନ୍ତି ପ୍ରତିଟି ଓଡ଼ିଆ । ନିଜକୁ ଓଡ଼ିଆ ଭାବେ ଗର୍ବ ଅନୁଭବ କରନ୍ତି । ତେବେ ଓଡ଼ିଶାର ଏହି ସ୍ବତନ୍ତ୍ର ଦିବସ ଅବସରେ ରାଜ୍ୟ ବ୍ୟାପି ତଥା ରାଜ୍ୟ ବାହାରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଟି ଘଟଣାବଳୀର ଟିକିନିକ୍ ଅପଡେଟ୍ ପାଇବେ ଆମ ଏହି ୱାନଇଣ୍ଡିଆ ଓଡ଼ିଆ ଲାଇଭ୍ ପେଜରେ....

Utkal Divas 2023 Live Updates

Apr 01, 2023, 8:12 pm IST

ଉତ୍କଳ ଦିବସ ତଥା ଓଡିଶା ଦିବସ ର ଲାଇଭ୍ କଭରେଜକୁ ଏଇଠି ସମାପ୍ତ କରୁଛୁ । 'ୱାନଇଣ୍ଡିଆ ଓଡିଆ' ସହ ଯୋଡି ହୋଇ ରହିଥିବାରୁ ଧନ୍ୟବାଦ୍ ।
Apr 01, 2023, 8:11 pm IST

ଅନ୍ୟପଟେ ଆଜି ଉତ୍କଳ ଦିବସ ଅବସରରେ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Apr 01, 2023, 8:07 pm IST

ମେ’ ୧୫ରୁ ଭୁବନେଶ୍ୱରରୁ ଦୁବାଇକୁ ବିମାନ ଉଡ଼ାଣ ଆରମ୍ଭ ହେବ । ଉତ୍କଳ ଦିବସ ଅବସରରେ ଟିକେଟ୍‌ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।
Apr 01, 2023, 8:05 pm IST

ସେହିପରି କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଯୋଗ ଦେଇ ବର ପୁତ୍ର ଆର୍ଦଶକୁ ସମସ୍ତ ପାଳନ କରିବାକୁ ଆହ୍ୱାନ ଦେଇଥିଲେ ।
Apr 01, 2023, 8:03 pm IST

ଓଡିଶା ଦିବସର କ୍ରାନ୍ତିଧାରକମାନଙ୍କୁ ମନେ ପକାଇବା ସହ ସ୍ମୃତିଚାରଣ କରିଥିଲେ ବାଚସ୍ପତି ।
Apr 01, 2023, 7:56 pm IST

ସେହିପରି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ବିଧାନସଭା ବାଚସ୍ପଚି ବିକ୍ରମ କେଶରୀ ଆରୁଖ ।
Apr 01, 2023, 7:49 pm IST

ଆମ ରାଜ୍ୟକୁ ଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବାକୁ ସମସ୍ତ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
Apr 01, 2023, 7:45 pm IST

ମୁଖ୍ୟ ଅତିଥ୍ୟ ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Apr 01, 2023, 7:43 pm IST

ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ଓଡ଼ିଶା ଦିବସରେ ଭରଚୁଆଲରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ।
Apr 01, 2023, 7:29 pm IST

ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଛି ରାଜ୍ୟ ସ୍ତରୀୟ ଓଡ଼ିଶା ଦିବସ । ମୁଖ୍ୟ ଅତିଥ୍ୟ ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Apr 01, 2023, 6:38 pm IST

କୋଟିଆରେ ଉତ୍କଳ ଦିବସ ପାଳିଲେ କେନ୍ଦ୍ରମନ୍ତ୍ରୀ: କହିଲେ, ‘ଆନ୍ଧ୍ର ପୋଲିସ ଗୋବ୍ୟାକ’
Apr 01, 2023, 6:28 pm IST

ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୩ ଲକ୍ଷରୁ ଉର୍ଦ୍ଧ୍ବ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଓ ଭୂମିହୀନ କୃଷକ ପରିବାରଙ୍କୁ ଚଳିତ ଖରିଫ ୠତୁ ପାଇଁ ୮୭୭ କୋଟି ଟଙ୍କାର କାଳିଆ ସହାୟତା ପ୍ରଦାନ କରିଛନ୍ତି ।
Apr 01, 2023, 6:04 pm IST

ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହେଲେ ରାଜ୍ୟସ୍ତରୀୟ ଓଡ଼ିଆ ଦିବସ ସେଲିବ୍ରେସନ ।
Apr 01, 2023, 5:40 pm IST

ସନ୍ଧ୍ୟା 6 ଟାରେ ରବୀନ୍ଦ୍ର ମଣ୍ଡପରେ ପାଳନ ହେବ ରାଜ୍ୟ ସ୍ତରୀୟ ଓଡ଼ିଆ ଦିବସ । ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Apr 01, 2023, 4:38 pm IST

କୋରାପୁଟ ଜିଲ୍ଲା କୋଟିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍କଳ ଦିବସ ପାଳିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ୨୦୨୩ ଏପ୍ରିଲ୍ ୧ ତାରିଖ ମୋ ପାଇଁ ଅବିସ୍ମରଣୀୟ ହୋଇ ରହିବ ।
Apr 01, 2023, 4:04 pm IST

ଉତ୍କଳ ଦିବସ ତଥା ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଓଡ଼ିଶା ହେଉଛି ଏକ ଐତିହ୍ୟ ସମ୍ପନ୍ନ ଏବଂ ଗୌରବଶାଳୀ ରାଜ୍ୟ। ଏହାର ସଂସ୍କୃତି, ପରମ୍ପରା ଅତି ପ୍ରାଚୀନ ଓ ସ୍ୱତନ୍ତ୍ର । ଆପଣ ଦେଶର ପ୍ରଗତିରେ ଏକ ଭୂମିକା ଗ୍ରହଣ କରିବା ଜାରି ରଖନ୍ତୁ:ମଲ୍ଲିକାର୍ଜୁନ ଖଡଗେ
Apr 01, 2023, 3:46 pm IST

ଉତ୍କଳ ଦିବସ ଅବସରରେ ରଙ୍ଗୀନ ଆଲୋକରେ ସୁସଜ୍ୱିତ ରଜଧାନୀର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ।
Apr 01, 2023, 3:43 pm IST

ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଏବଂ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
Apr 01, 2023, 3:33 pm IST

ରାଜ୍ୟସ୍ତରୀୟ ଓଡ଼ିଶାଦିବସ ସମାରୋହ ଉପଲକ୍ଷେ ଜୟଦେବ ଭବନରେ ଆୟୋଜିତ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀକୁ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଉଦଘାଟନ କରିଛନ୍ତି ।
Apr 01, 2023, 3:05 pm IST

ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଉତ୍କଳ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ।
Apr 01, 2023, 3:04 pm IST

ରାୟଗଡ଼ା ଜିଲ୍ଲାରେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଉପସ୍ଥିତିରେ ଉତ୍କଳ ଦିବସର ପଥପ୍ରାନ୍ତ ଶୋଭାଯାତ୍ରା ।
Apr 01, 2023, 3:02 pm IST

ଦେବଗଡ଼ ଜିଲ୍ଲାରେ ଉତ୍କଳ ଦିବସ ପାଳିତ
Apr 01, 2023, 3:00 pm IST

ଖୋର୍ଦ୍ଦା ଜିଲ୍ଲାରେ ଉତ୍କଳ ଦିବସ ପାଳିତ
Apr 01, 2023, 2:26 pm IST

1936 ପୂର୍ବର ଇତିହାସ

1936 ପୂର୍ବରୁ ଓଡିଶା ସ୍ୱତନ୍ତ୍ର ରାଜ୍ୟ ନଥିଲା । ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିବାବେଳେ ଉତ୍ତରରେ ବାଲେଶ୍ୱରରେ ବଙ୍ଗଳାର ପ୍ରଭାବ, କେତେକ ଅଞ୍ଚଳ ବିହାରରେ , ଦକ୍ଷିଣରେ ଗଞ୍ଜାମ ମାଡ୍ରାସ ରେସିଡେନ୍ସି ଅଧିନରେ ଥିଲା । କିନ୍ତୁ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାଶ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକିର ମୋହନ ସେନାପତି, ରାଧାନାଥ ରାୟ, ଗଙ୍ଗାଧର ମେହେରଙ୍କ ପରି ବୀର ପୁତ୍ର ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ କରିବା ପାଇଁ ସଘଂର୍ଷ କରିଥିଲେ । ଏହି ବୀର ପୁତ୍ରଙ୍କ ସଘଂର୍ଷରେ 1903 ରେ ପ୍ରଥମେ ଗଠନ ହୋଇଥିଲା ଉତ୍କଳ ସମ୍ମିଳନୀ । ଜୋରଦାର ସଂଗ୍ରାମ ପରେ 1936 ମସିହା ଅପ୍ରେଲ 1 ରେ ଗଠନ ହେଲା ସ୍ୱତନ୍ତ୍ର ଓଡିଶା ପ୍ରଦେଶ ।
Apr 01, 2023, 2:14 pm IST

ବ୍ରହ୍ମପୁରରେ ଉତ୍କଳ ଦିବସ ପାଳିତ

ବ୍ରହ୍ମପୁରରେ ଉତ୍କଳ ଦିବସ ପାଳିତ
ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡାଙ୍କ ସହ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଉତ୍କଳ ଦିବସ ପାଳିତ ।
Apr 01, 2023, 2:07 pm IST

ଆମ୍ ଆଦମୀ ପାର୍ଟି ପକ୍ଷରୁ ଉତ୍କଳ ଦିବସ ପାଳିତ

ଆମ୍ ଆଦମୀ ପାର୍ଟି ପକ୍ଷରୁ ଉତ୍କଳ ଦିବସ ପାଳିତ
ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟ କାର୍ଯାଳୟରେ ଉତ୍କଳ ଦିବସ ପାଳିତ ହୋଇଛି । ରାଜଭବନ ଛକ ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି ।
Apr 01, 2023, 1:18 pm IST

ଚାଷୀ ଭାଇ ମାନଙ୍କୁ ଓଡ଼ିଶା ଦିବସର ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଚାଷୀ ଙ୍କ କଲ୍ୟାଣ ସହ ରାଜ୍ୟର ବିକାଶ ଯୋଡି ହୋଇ ରହିଛି । ତେଣୁ ଆଜିର ପବିତ୍ର ଦିନ ରେ କାଳିଆ ସହାୟତା ପ୍ରଦାନ କରି ଆମେ ନୂଆ ଅର୍ଥିକ ବର୍ଷ ଆରମ୍ଭ କଲୁ ।
Apr 01, 2023, 1:17 pm IST

ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
Apr 01, 2023, 12:59 pm IST

ରାୟାଗଡ଼ ଜିଲ୍ଲାସ୍ଥରୀୟ ଓଡିଶା ଦିବସ ପାଳନ ଶୋଭାଯାତ୍ରା

ରାୟାଗଡ଼ ଜିଲ୍ଲାସ୍ଥରୀୟ ଓଡିଶା ଦିବସ ପାଳନ ଶୋଭାଯାତ୍ରା l ଯୋଗଦେଲେ ମୁଖ୍ୟ ଅତିଥି ସୁଶ୍ରୀ ସରସ୍ବତୀ ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା,ଅନୁସୂଚିତ ଜନଜାତି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷା ଅନୁସୂୟା ମାଝୀ, ବିଧାୟକ ରାୟଗଡ ମକରନ୍ଦ ମୁଦୁଲି, ଅତିରକ୍ତ ଜିଲ୍ଲାପାଳ, ମାନ୍ୟଗଣ୍ୟ ଅତିଥି, ଛାତ୍ର ଛାତ୍ରୀ ।
Apr 01, 2023, 12:37 pm IST

ଜିଲ୍ଲାପାଳ,କଳାହାଣ୍ଡି,ଅତିରିକ୍ତ ଜିଲ୍ଲାପାଳ, ପୌରଧ୍ୟକ୍ଷା ସମେତ ସ୍କୁଲ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି,ଜନପ୍ରତିନିଧି,ଅନୁଷ୍ଠାନ କର୍ମକର୍ତ୍ତା ଗଣମାଧ୍ୟମ,ସରକାରୀ ଅଧକାରୀ ଉପସ୍ଥିତ ଥିଲେ।
READ MORE

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+